Home ଜିଲ୍ଲା ପରିକ୍ରମା ବ୍ରିିଟିଶ ଅମଳର ଲୁହାପୋଲ ଉଚ୍ଚତା ହ୍ରାସ ଦାବି

ବ୍ରିିଟିଶ ଅମଳର ଲୁହାପୋଲ ଉଚ୍ଚତା ହ୍ରାସ ଦାବି

25

ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀରେ ଥିବା ପ୍ରାୟ ୨ ଶହ ବର୍ଷ ପୁରୁଣା ପୋଲର ଅନାବଶ୍ୟକ ଉଚ୍ଚତା କମାଇବାର ଆବଶ୍ୟକତାକୁ ଜଳସଂପଦ ବିଭାଗ ଅଣଦେଖା କରିଛି । ପରାଧୀନ ଭାରତରେ ଜଳପଥରେ ଦ୍ରବ୍ୟ ବଦଳରେ ଦ୍ରବ୍ୟ କିଣାବିକା ସମୟରୁ ମୋଟର ବୋଟରେ ନୌବାଣିଜ୍ୟ କରାଯାଉଥିବା କ୍ଷେତ୍ରରେ ହାଇଲେବୁଲ କେନାଲ ବ୍ୟବହାର କରାଯାଉଥିଲା । ତେବେ ଏହି ବୋଟ୍ ଯିବା ସମୟରେ ଉପର ଅଂଶ ବାଜିବାର ଭୟ ଥିବାରୁ କେନାଲ ଉପରେ ଥିବା ଏହି ବ୍ରିଜ୍‌କୁ ତଦନୁଯାୟୀ ସ୍ଲୋପ୍ କରାଯାଇ ନିର୍ମାଣ କରାଯାଇଥିଲା । ସଂପୂର୍ଣ୍ଣ ଲୁହା ଓ କାଠ ନିର୍ମିତ ଏହି ଶହେ ମିଟର ଲମ୍ବ ପୋଲଟି ମଧ୍ୟ ଇଟା ଖମ୍ବ ଉପରେ ନିର୍ମାଣ ହୋଇଛି । ତେବେ ଏହି ପୋଲ ଥିବା ରାସ୍ତା ପୂର୍ତ ବିଭାଗ ଅଧୀନରେ ଥିବାରୁ ସେ ପଟା କାଢି କଂକ୍ରିଟ୍ କରି ଲୁହାରେ ରଙ୍ଗ ମାରିଛି । ପୂର୍ତ ବିଭାଗ ଅଧୀନରେ ଥିବା ଦେଢକିଲୋମିଟର ରାସ୍ତାରେ ଏହି ବ୍ରିଜ୍‌ଟି ଏକ ଅଂଶ ହୋଇଥିବାରୁ ଜଳସଂପଦ ବିଭାଗର ଅନୁମତି ନେଇ ଅଳ୍ପ ଖର୍ଚ୍ଚରେ ଇଟା ଖମ୍ବ ଉଚ୍ଚତା କମାଇବା ନେଇ ଦୁଇ ବିଭାଗ ପାଖରେ ଦାବି ରଖିଛନ୍ତି ଅଂଚଳବାସୀ । ଏହି ବ୍ରିଜ୍ ଉଚ୍ଚତା ପାଇଁ ପାଶ୍ୱର୍ରେ ଥିବା ଦୁଇଟି କେନାଲବନ୍ଧ ରାସ୍ତା ଅତି ବିପଦସଂକୁଳ ହୋଇପଡିଛି । ଦୁଇବର୍ଷ ହେବ ଏହି ରାସ୍ତା ପାଶ୍ୱର୍ରେ ବିଭିନ୍ନ ସଂସ୍ଥା ଯଥା ଆଦର୍ଶ ବିଦ୍ୟାଳୟ, ମେଗା ଜଳ ପ୍ରକଳ୍ପ , ନଗୁଆଁ ପଂଚାୟତ କାର୍ଯ୍ୟାଳୟ ନିର୍ମାଣ ହୋଇଛି । ପୂର୍ବରୁ ହାରାମଣି ବାଳିକା ବିଦ୍ୟାଳୟ ମଧ୍ୟ ରହିଛି । ପ୍ରତିଦିନ ପ୍ରାୟ ୨୫୦ ଛାତ୍ରଛାତ୍ରୀ ଏହି ରାସ୍ତା ଦେଇ ଯାଉଥିବାବେଳେ ବ୍ରିଜ୍‌କୁ ଉଠିବାକୁ ଥିବା ଉଠାଣି ବେଶ୍ କଷ୍ଟକର ଓ ବିପଦପୂର୍ଣ୍ଣ । ପିଢି ପରେ ପିଢି ଏହି ଉଠାଣି ଦେଇ ଯାତାୟତ କରୁଥିବାବେଳେ ଦକ୍ଷିଣବାଡ ପଂଚାୟତର ହାଟଡିହ ଗାଁର ପ୍ରାୟ ୫ ଶହ ଲୋକ ଉତରବାଡ ଗାଁର ଦେଢହଜାର ଲୋକ, ସୁନାହାର ଗାଁର ୭ ଶହ ଲୋକ, ଦକ୍ଷିଣବାଡ ଗାଁର ୫ ଶହ ଲୋକ ଏହି ପୋଲର ବିପଦକୁ ସାମ୍ନା କରିଆସୁଛନ୍ତି । ଏତଦ୍‌ବ୍ୟତୀତ ଭଦ୍ରକ ଯିବାପାଇଁ ରାଜପଥର ବିକଳ୍ପ ତଥା ଦୂରତାର ହ୍ରାସ ଯୋଗୁଁ ଏହି ରାସ୍ତାକୁ ବହୁ ଲୋକ୍ ଏବେ ବ୍ୟବହାର କରୁଛନ୍ତି । ଏଣୁ ଏହି ଅନାବଶ୍ୟକ ଉଠାଣି କେବଳ ବ୍ରିଜ୍‌ର ଉଚ୍ଚତା କମାଇବା ଦ୍ୱାରା ସମ୍ଭବ ହୋଇପାରିବ । ଗୁହାଳି ପୋଲର ଏଭଳି ଅସୁବିଧାକୁ ଦୃଷ୍ଟିରେ ରଖି ତାହା ହ୍ରାସ କରାଯାଇପାରିଥିବାବେଳେ ଭଣ୍ଡାରିପୋଖରୀ ହେଡ୍‌କ୍ୱାର୍ଟର ରାସ୍ତାରେ ଥିବା ଏହି ବ୍ରିଜ୍ ପ୍ରତି ଦୁଇ ବିଭାଗ ଦୃଷ୍ଟି ଦେବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.