Home ଜିଲ୍ଲା ପରିକ୍ରମା ବ୍ରିଟ୍ରିଶ ସମୟର ଭଦ୍ରକ ରାଜଘାଟ ସେତୁ ପାଇବ ଐତିହ୍ୟସ୍ଥଳର ମାନ୍ୟତା

ବ୍ରିଟ୍ରିଶ ସମୟର ଭଦ୍ରକ ରାଜଘାଟ ସେତୁ ପାଇବ ଐତିହ୍ୟସ୍ଥଳର ମାନ୍ୟତା

17
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଧାନସଭା ଏଷ୍ଟିମେଟ୍ କମିଟି ବୈଠକରେ ଦାବି ଉପସ୍ଥାପନ କରିବା ପରେ ଭଦ୍ରକ ସହରର ବ୍ରିଟିଶ ସମୟର ରାଜଘାଟ ସେତୁ ଐତିହ୍ୟ ସ୍ଥଳର ମାନ୍ୟତା ପାଇବା ସହ ଏହାର ନବୀକରଣର ଆଶା ଉଜ୍ଜ୍ୱଳ ହୋଇଛି। ଏଠାରେ ସୂଚନାଯୋଗ୍ୟ ଭଦ୍ରକ ସହରର ରାଜଘାଟ ଠାରେ ସାଳନ୍ଦୀ ନଦୀ ଉପରେ ବ୍ରିଟ୍ରିଶ ସମୟ ୧୯୧୬ ମସିହାରୁ ନିର୍ମିତ ସେତୁ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି। ପାଖରେ ଏକ ନୂତନ ପୋଲ ନିର୍ମାଣ ହୋଇ ଲୋକେ ଯାତାୟତ କରୁଥିଲେ ମଧ୍ୟ ବିପଦ ସଂକୁଳ ପୁରୁଣା ସେତୁ ଉପର ଦେଇ ବହୁ ଲୋକ ଯିବାଆସିବା କରୁଛନ୍ତି। ଏଣୁ ଏହି ସେତୁର ନବୀକରଣ ସହ ଏହାର ସଂରକ୍ଷଣ କରାଯାଇ ଐତିହ୍ୟ ସ୍ଥଳର ମାନ୍ୟତା ଦେବା ପାଇଁ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ନିକଟରେ ଭୁବନେଶ୍ୱର ଠାରେ ବିଧାନସଭା ଏଷ୍ଟିମେଟ୍ କମିଟି ବୈଠକରେ ଦାବି ଉପସ୍ଥାପନ କରିଥିଲେ। ସେତେବେଳେ କମିଟିର ଅଧ୍ୟକ୍ଷ ତଥା ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ବିଧାୟକ ଶ୍ରୀ ମହାପାତ୍ରଙ୍କ ଦାବିକୁ ଗୁରୁତର ସହ ଗ୍ରହଣ କରି ଏହାକୁ ଐତିହ୍ୟ ସେତୁ ଭାବେ ଗ୍ରହଣ ପୂର୍ବକ ନବୀକରଣ କରିବାକୁ ଏକ ପୂର୍ଣ୍ଣାଙ୍ଗ ବ୍ୟୟ ଅଟକଳ ସହ ଚିଠା ପ୍ରସ୍ତୁତ କରି ସରକାରଙ୍କ ଠାରେ ଉପସ୍ଥାପନ କରାଯାଇ କାର୍ଯ୍ୟକାରୀ କରାଯିବ ବୋଲି ମତ ଦେଇଥିଲେ। ଫଳରେ ଏହି ସେତୁର ନବୀକରଣ ଆଶା ଓ ଐତିହ୍ୟସ୍ଥଳର ମାନ୍ୟତା ଦୃଢୀଭୂତ ହୋଇଛି। ଏଠାରେ ସୂଚନାଯୋଗ୍ୟ ସ୍ୱାଧୀନତା ପୂର୍ବରୁ ଏହି ସେତୁ ଦେଇ ଇଂରେଜମାନେ ସେମାନଙ୍କର ବାଣିଜ୍ୟିକ ବ୍ୟବସାୟ କରିଆସୁଥିଲେ। ସ୍ୱାଧୀନତା ସଂଗ୍ରାମ କାଳରେ ବହୁ ସ୍ୱାଧୀନତା ସଂଗ୍ରାମୀଙ୍କ ପାଦ ଏହି ସେତୁ ଉପରେ ପଡିଥିଳା। ୧୯୨୧ ମସିହାରେ ଗାନ୍ଧିଜୀଙ୍କ ଭଦ୍ରକ ଆଗମନ କାଳରେ ସେ ଏହି ସେତୁ ଦେଇ ସ୍ଥାନୀୟ ଐତିହାସିକ ନୂଆବଜାରସ୍ଥିତ ଗାନ୍ଧିପଡିଆରେ ଆସି ସଭା କରିଥିଲେ। ତେବେ ବ୍ରିଟ୍ରିଶ ସମୟର ଏହି ସେତୁଟି ଅଣଓସାରିଆ ଥାଇ ରକ୍ଷଣାବେକ୍ଷଣ ଅଭାବରୁ ବିପଦ ସଂକୁଳ ହୋଇପଡିବାରୁ ଏହା ପାଖରେ ଅନ୍ୟ ଏକ ସେତୁ ନିର୍ମାଣ ହୋଇ କାର୍ଯ୍ୟକ୍ଷମ ହୋଇଛି। ପୁରୁଣା ସେତୁଟି କେବଳ ଲୋକଙ୍କ ପାଦଚଲା ଓ ବାଇକ୍ ଆରୋହୀଙ୍କ ଯାତାୟତର ମାଧ୍ୟମ ପାଲଟିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.