Home ଜିଲ୍ଲା ପରିକ୍ରମା ବ୍ରିଜ ତଳକୁ ଖସିପଡିଲା ସେଓ ବୋଝେଇ ଟ୍ରକ୍‌, ବୋହିନେଲେ ଲୋକେ

ବ୍ରିଜ ତଳକୁ ଖସିପଡିଲା ସେଓ ବୋଝେଇ ଟ୍ରକ୍‌, ବୋହିନେଲେ ଲୋକେ

23

ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ୧୬ନଂ ଜାତୀୟ ରାଜପଥରେ ଘଟିଛି ଏକ ଅଭାବନୀୟ ଘଟଣା। ଏକ ସେଓ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିପଡିବା ପରେ ଲୋକେ ଚାଳକ ଓ ହେଲପରକୁ ଉଦ୍ଧାର କରିବା ପରିବର୍ତେ ନୟନଯୋରୀରେ ଭାସୁଥିବା ଫଳଗୁଡିକୁ ପୁଲିସ୍ ଉପସ୍ଥିତିରେ ବୋହିନେବାର ଦୃଶ୍ୟ ସମସ୍ତଙ୍କୁ ଚକିତ କରିଥିଲା। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ୧୬ ନମ୍ବର ଜାତୀୟ ରାଜପଥ ର ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଅଧୀନ ଡାହାଲା ନିକଟ ରେ ଦିଲ୍ଲୀରୁ ଫଳ ନେଇ ଭୁବନେଶ୍ୱର ଅଭିମୁଖେ ଯାଉ ଥିବା ଏକ ସେଓ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସିପଡିଥିଲା। ଦୁର୍ଘଟଣାବେଳେ ଟ୍ରକ ର ଚେଚିସ ରାସ୍ତା ଉପରେ ରହିଯାଇଥିବା ବେଳେ ଡ୍ରାଇଭର କେବିନ୍ ଓ ଫଳ ବୋଝେଇ ଡାଲା ପୋଲ ତଳକୁ ଖସି ପଡ଼ିଥିଲା। ସେଠାରେ ଉପସ୍ଥିତ ଥିବା ଜନସାଧାରଣ ନୟନଯୋରୀରୁ ଫଳଗୁଡିକୁ ବୋହିନେଇଥିଲେ। ଏହି ଟ୍ରକ୍‌ରେ ପ୍ରାୟ ୨୦ ଲକ୍ଷ ଟଙ୍କାର ଫଳ ଥିବାର ଜଣାପଡିଛି। ଏହି ଦୁର୍ଘଯଣାରେ ଗାଡ଼ି ର ଡ୍ରାଇଭର ଓ ହେଲପର ସୁରକ୍ଷିତ ଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.