Home ଓଡ଼ିଶା ବ୍ରାଉନ ସୁଗାର ଜବତ ଓ ୪ ଗିରଫ

ବ୍ରାଉନ ସୁଗାର ଜବତ ଓ ୪ ଗିରଫ

62

ପୁରୀ-୨୩/୧୦(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଗତକାଲି ପୁରୀ ବାସେଳୀ ସାହି ଥାନା ପୁଲିସ ଗାଡ଼ି ଯାଞ୍ଚ କରିବା ସମୟରେ ୫ଗ୍ରାମ ୩୨ମି-ଗ୍ରା ବ୍ରାଉନସୁଗାର ଜବତ କରିବା ସହ ଏହି ଘଟଣାରେ ୪ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଭୁବନେଶ୍ୱରର ବିଜୟ ବେହେରା, ନୟାଗଡ଼ ସଦର ଥାନା ଅଞ୍ଚଳର ତୋଫାନ ଦଳେଇ, ପୁରୀ ସଦରଥାନା ଅଞ୍ଚଳର ସୁବାଶିଷ ଦାସ ଓ ପୁରୀ ବଳିଆପଣ୍ଡା ଅଞ୍ଚଳର ଟୁଟୁ ମଲ୍ଲିକ। ଗତକାଲି ପୁଲିସ ମଶାଣୀ ଚଣ୍ଡି ଛକରେ ଗାଡ଼ି ଚେକିଂ କରୁଥିଲା। ଏହି ସମୟରେ ଏକ ବାଇକରେ ଆସୁଥିବା ବିଜୟ ଓ ତୋଫାନଙ୍କ ଗାଡ଼ିରୁ ଏହି ବ୍ରାଉନସୁଗାର ଜବତ କରିଥିବା ବେଳେ ସେମାନଙ୍କ ସୂଚନା ଅନୁଯାୟୀ ଅନ୍ୟ ଦୁଇଜଣଙ୍କୁ ପୁଲିସ ଗିରଫ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.