Home ଜିଲ୍ଲା ପରିକ୍ରମା ବ୍ରହ୍ମାକୁମାରୀ ଭଦ୍ରକ ସେବାକେନ୍ଦ୍ରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ବ୍ରହ୍ମାକୁମାରୀ ଭଦ୍ରକ ସେବାକେନ୍ଦ୍ରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

8

ଭଦ୍ରକ, ୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଭଦ୍ରକ ଓ କରୋପ୍‌ସନ୍‌ଫ୍ରି ଓଡ଼ିଶା ର ମିଳିତ ଆନୂକୁଲ୍ୟରେ ମୂଲ୍ୟନିଷ୍ଠ ଓ ଦୁର୍ନିତୀମୁକ୍ତ ସମାଜ ଗଠନରେ ନାରୀର ଭୂମିକା ଶୀର୍ଷକରେ ଆଲୋଚନା ହୋଇଯାଇଛି। ପୂର୍ବତନ ଲୋକାୟୂତ ଅଧ୍ୟକ୍ଷ ତଥା ଦୁର୍ନିତୀମୁକ୍ତ ଓଡ଼ିଶାର ସଭାପତି ଡ. ଦେବବ୍ରତ ସ୍ୱାଇଁଙ୍କ ପୌରହିତ୍ୟରେ ଓ ଭଦ୍ରକ ବ୍ରହ୍ମାକୁମାରୀ ସେବାକେନ୍ଦ୍ରର ମୁଖ୍ୟ ସଂଚାଳିକା ବ୍ରହ୍ମାକୁମାରୀ ମଂଜୁ ଭଉଣୀଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥିରୁପେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବାରିପଦା ଏମ.ପି.ସି. ଅଟୋନମୋସ୍ କଲେଜ୍‌ର ପୂର୍ବତନ ଅଧ୍ୟକ୍ଷ ହରିହରି ଦାସ ମଧ୍ୟ ଯୋଗ ଦେଇଥିଲେ। ମୂଲ୍ୟନିଷ୍ଠ ସମାଜ ଗଠନପାଇଁ ସମ୍ମାନିତ ହୋଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସୁଧାକର ରାଉତ, ସୋଫିଆ ସୈକ୍‌, ଶାନ୍ତନୁ କୁମାର ରାଉତ, ଅମର କୁମାର ପାଣିଗ୍ରାହୀ, ରାଧାରାଣୀ ମହାପାତ୍ର, ତପସ୍ୱିନୀ ଦାଶ, କନକଲତା ଖୁଂଟିଆ, ମିନତୀ ବାରିକ, ରୀନା ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏକ ମୂଲ୍ୟନିଷ୍ଠ ସମାଜ ଗଠନପାଇଁ ସତ୍‌କର୍ମ ଓ ପରମାତ୍ମାଙ୍କ ଉପରେ ଦୃଢ଼ ବିଶ୍ୱାସ ଦ୍ୱାରା ସମ୍ଭବ ବୋଲି ମୁଖ୍ୟଅତିଥି ମତ ପ୍ରକାଶ କରିଥିଲେ। ସଚ୍ଚୋଟ ଓ ଶୁଦ୍ଧ ଆନ୍ତରିକତା ଦ୍ୱାରା ଓ ନାରୀଶକ୍ତି ମାଧ୍ୟମରେ ସମାଜ ଦୁର୍ନିତୀମୁକ୍ତ ଓ ମୂଲ୍ୟନିଷ୍ଠ ହୋଇପାରିବ ବୋଲି ପୂର୍ବତନ ଲୋକାୟିତ ଅଧ୍ୟକ୍ଷ ଦେବବ୍ରତ ସ୍ୱାଇଁ ପ୍ରକାଶ କରିଥିଲେ। ବ୍ରହ୍ମାକୁମାରୀ ମଂଜୁ ଭଉଣୀ ନାରୀଶକ୍ତିର ମହାନତା ସମାଜ ଗଠନରେ ଏହାର ଭୂମିକା ସମ୍ପର୍କରେ ଅବଗତ କରାଇଥିଲେ। ଡ. ରାଧାରାଣୀ ମହାପାତ୍ର ନାରୀ ସଶକ୍ତିକରଣ ଉପରେ ଅଲୋକପାତ କରିଥିଲେ। ବ୍ରହ୍ମାକୁମାରୀ ମଂଜୁ ଭଉଣୀ ଜିଲ୍ଲାପାଳଙ୍କ ମୂଲ୍ୟନିଷ୍ଠ ସେବାପାଇଁ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ବ୍ରହ୍ମାକୁମାରୀ ଅର୍ପିତା ସ୍ୱାଗତନୃତ୍ୟ ପରିବେଷଣ କରିଥିଲେ। ଅମର ପାଣିଗ୍ରାହୀ ସ୍ୱାଗତ ଭାଷଣ ଦେଇଥିଲାବେଳେ ବ୍ରହ୍ମାକୁମାରୀ ମଧୁସ୍ମିତା ମଂଚ ପରିଚାଳନା ଓ ରାଜଯୋଗର ଅନୁଭୂତି କରାଇଥିଲେ। ସାମ୍ବାଦିକ ପ୍ରମୋଦ କୁମାର ରାୟ ନାରୀଶକ୍ତି ଉପରେ ଏକ କବିତା ପାଠ କରିଥିଲେ। ବ୍ରହ୍ମାକୁମାର ସୌଭାଗ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.