ଭଦ୍ରକ, ୧୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବାର ଆସୋସିଏସନ୍ ରେ ବ୍ରହ୍ମା କୁମାରୀ ଭଦ୍ରକ ତରଫରୁ ଏକ ଯୁରିଷ୍ଟ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି।ଉକ୍ତ କାର୍ଯ୍ୟକ୍ରମ ରେ ଏମ. ପି ହାଇକୋର୍ଟ ର ପୂର୍ବତନ ଜଷ୍ଟିସ ବି. ଡି ରକ୍ଷଠି ମହୋଦୟ ଯୋଗ ଦେଇଥିଲେ। ମାଉଂଟ ଅବୁ ର ଜୁରିଷ୍ଟ ବିଭାଗର ରାଷ୍ଟ୍ରୀୟ ସଂଯୋଜିକା ରଜଯୋଗିନି ଲତା ଆର ଅଗ୍ରୱାଲ ଯୋଗ ଦେଇଥିଲେ।ଭଦ୍ରକ ବାର ଆସୋସିଏସନ୍ ର ପୂର୍ବତନ ଉପ ସଭାପତି ଆଡଭୋକେଟ୍ ମାନସ ରଞ୍ଜନ ଦାସ, ଆଡଭୋକେଟ୍ ହରିହର ମହାନ୍ତି ଉପସ୍ଥିତ ଥିଲେ। ବ୍ରହ୍ମକୁମାରୀ ଭଦ୍ରକ ର ଉପ ସଂଚାଲିକ। ବ୍ରହ୍ମା କୁମାରୀ ନନ୍ଦିନୀ ଭଉଣୀ , ବ୍ରହ୍ମା କୁମାର ଜୟକୃଷ୍ଣ ପ୍ରମୁଖ ଯୋଗ ଦେଇଥିଲେ। “ଆଧ୍ୟାତ୍ମିକ ଶକ୍ତି ଦ୍ୱାରା ଏକ ସୁସ୍ଥ ଏବଂ ନ୍ୟାୟପୂର୍ଣ୍ଣ ସମାଜ ଗଠନ “ଶୀର୍ଷକ ରେ ଆଲୋଚନା ରେ ଜଷ୍ଟିସ ରକ୍ଷଠି ତାଙ୍କ ବକ୍ତବ୍ୟ ରେ କହିଥିଲେ ଯେ ସୁସ୍ଥ ମାନସିକତା ହିଁ ସୁସ୍ଥ ନ୍ୟାୟପୂର୍ଣ୍ଣ ବାତାବରଣ ସୃଷ୍ଟି କରି ପାରିବକ୍ଷ ସେଥିପାଇଁ ଆଧ୍ୟାତ୍ମିକ ଅଭ୍ୟାସ ର ଆବଶ୍ୟକତା ରହିଛି।