ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ଦିନିକିଆ ଭଦ୍ରକ ଗ୍ରସ୍ତରେ ଆସିଥିବା ସମବାୟ ସଚିବ ରାଜେଶ ପ୍ରଭାକର ପାଟିଲ, ଭଦ୍ରକ ଜିଲ୍ଲପାଳ ଦିଲ୍ଲୀପ କୁମାର ରାଉତରାୟ,ଉପ ଜିଲ୍ଲା ପାଳସୌରଭ ଚକ୍ରବର୍ତୀ, ଏଆରସି ଏସ ପ୍ରଚେତା ଜେନା, ଡିଆରସିଏସ ଦୁଃଖିଆ ଟୁଡୁ ଓ ଏଡ଼ମିନିଷ୍ଟେଟର ସତ୍ୟ ପ୍ରକାଶ ସେଠି ଭଦ୍ରକ ବ୍ଲକ ଅନ୍ତର୍ଗତ ବ୍ରହ୍ମପୁର(ଇଚ୍ଛାପୁର) ସମବାୟ ସମିତିର କାର୍ଯ୍ୟକ୍ରମ ପରିଚାଳନା ବିଷୟରେ ଆଲୋଚନା କରିଥିଲେ। ସମବାୟ ସମିତିରେ ଧାନ କିଣାକିଣି ପାଇଁ ହୋଇ ଥିବା ପ୍ରସ୍ତୁତିକୁ ବେଶ ପ୍ରଶଂସା କରିଥିଲେ। କେବଳ ଧାନ ନୁହଁ କ୍ଷୀର, ପରିବା, ମାଛ ବ୍ୟବସାୟ ପାଇଁ ଋଣ ଯୋଗାଣ ସହ ଏହାର ବିକ୍ରିର ସୁବିଧା କରିବାକୁ ପରାମର୍ଶ କରିଥିଲେ। ସ୍ଥାନୀୟ ଚାଷୀ ମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ବିଷ୍ଣୁ ମୋହନ ଘଡ଼ାଇ,ସହ ସମ୍ପାଦକ ଅଭିମନ୍ୟୁ ଅରଖ, କର୍ମଚାରୀ ପ୍ରିୟବ୍ରତ ବଳ, ରୋହିତ ଗିରି, ଅନିଲ କୁମାର ଖୁଂଟିଆ,ଚାଷୀ ଯଶୋବନ୍ତ ଗିରି,ନାରାୟଣ ନାୟକ,ପିତାମ୍ବର ନାୟକ,ଦିଲ୍ଲୀପ କୁମାର ସାହାଣୀ, ଦିବାକର ଗିରି ଉପସ୍ଥିତ ଥିଲେ।








