Home ଜିଲ୍ଲା ପରିକ୍ରମା ବ୍ରଜରାଜପୁର ପଞ୍ଚାୟତ ଶ୍ୟାମଘନପୁରରେ ପାନୀୟଜଳ ସଂକଟ ପ୍ରକଳ୍ପ ଅଚଳ

ବ୍ରଜରାଜପୁର ପଞ୍ଚାୟତ ଶ୍ୟାମଘନପୁରରେ ପାନୀୟଜଳ ସଂକଟ ପ୍ରକଳ୍ପ ଅଚଳ

17

ନୟାଗଡ଼ ୦୩/୦୪ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ସରକାର ଶୁଦ୍ଧ ପାନୀୟଜଳ ଗ୍ରାମମାନଙ୍କରେ ଯୋଗାଇ ଦେବା ପାଇଁ ବହୁ ଯୋଜନା କରିଛନ୍ତି। ଗୋପବନ୍ଧୁ ଗ୍ରାମୀଣ ଯୋଜନା ଠାରୁ ଆରମ୍ଭ କରି କୋରେଡା ପର୍ଯ୍ୟନ୍ତ ବିଭିନ୍ନ ଯୋଜନାରେ ସରକାରୀ ଅର୍ଥ ବ୍ୟୟ କରାଯାଉଛି। ବିଭାଗୀୟ ଅବହେଳା ସାଙ୍ଗକୁ ରକ୍ଷଣାବେକ୍ଷଣ ଅଭାବରୁ ଅନେକ ପ୍ରକଳ୍ପ ଅଚଳ ହୋଇପଡ଼ିଛି। ଯାହାଫଳରେ ପ୍ରବଳ ଗ୍ରୀଷ୍ମତାପରେ ଗ୍ରାମାବାସୀମାନେ ପାନୀୟଜଳ ଟୋପାଏ ପାଇଁ ବଂଚିତ ହେଉଛନ୍ତି। ସେଭଳି ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବ୍ରଜରାଜପୁର ଗ୍ରାମପଞ୍ଚାୟତ ଶ୍ୟାମଘନପୁର ଗାଁରେ। ଓରେଡା ମାଧ୍ୟମରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଏକ ପାନୀୟଜଳ ପ୍ରକଳ୍ପ କରାଯାଇଥିଲା। ସ୍କୁଲ ପିଲାମାନେ ଓ ଗ୍ରାମବାସୀମାନେ ପାନୀୟଜଳ ରୂପେ ବ୍ୟବହାର କରୁଥିଲେ। କିନ୍ତୁ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅବ୍ୟବହିତ ୬ ମାସ ପୂର୍ବରୁ ପାନୀୟଜଳ ପ୍ରକଳ୍ପଟି ଅଚଳ ହୋଇପଡିଥିଲା। ପଞ୍ଚାୟତ ନିର୍ବାଚନ ଯୋଗୁଁ ମରାମତି କରାଯାଇଥିଲା।

ପଞ୍ଚାୟତ ଭୋଟ ସରିଲା ଏବେ ଏକ ମାସହେଲା ପୁଣି ପାନୀୟଜଳ ପ୍ରକଳ୍ପଟି ଅଚଳ। ଏବେ ଶ୍ୟାମଘନପୁର ର ପାନୀୟଜଳ ପ୍ରକଳ୍ପ ଉପରେ ନିର୍ଭର କରୁଥିବା ୪୦ ଗୋଟି ପରିବାର ଓ ସ୍କୁଲ ପିଲାମାନେ ପାନୀୟଜଳ ସଂକଟରେ। ଯାହାଫଳରେ ନଦୀ, ଖୋଲା ଚୂଆ ଉପରେ ଭରଷା। ଏ ସର୍ମ୍ପକେ ରଣପୁର ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଯନ୍ତ୍ରୀ ପ୍ରକାଶ ମହାନ୍ତିଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ, ଶ୍ୟାମଘନପୁର ପ୍ରକଳ୍ପଟି ପଞ୍ଚାୟତ ନିର୍ବାଚନ ପୂର୍ବରୁ ମରାମତି ହୋଇଥିଲା। ପ୍ରକଳ୍ପର ଷ୍ଟାଟର ଖରାପ ହୋଇଯାଇଛି। ଷ୍ଟାଟର ପାଇଁ ୨୫ ହଜାର ଟଙ୍କା ଲାଗିବ। ପ୍ରକଳ୍ପ କାମ କରିଥିବା ଠିକା ସଂସ୍ଥା ତାର ଅବଧି ଦାୟିତ୍ୱ ସରିଯାଇଛି। କେଉଁଠାରୁ ଅର୍ଥ ଆସି ମରାମତି ହେବ ତାହା ବିଭାଗ ତରଫରୁ ସ୍ପଷ୍ଟ ହୋଇନାହିଁ। ଏବେ ଜିଲ୍ଲା ଉଚ୍ଚ ବିଭାଗୀୟ ଅଧିକାରୀ ଅଚଳ ପ୍ରକଳ୍ପ ତାଲିକା ମଗାଇଛନ୍ତି। ତାଲିକା ଗଲାପରେ ଯାହା ନିଷ୍ପତି ହେବ। ତେବେ ଜନସାଧାରଣ ରେ ପ୍ରଶ୍ନ ସରକାର ଅଂଶୁଘାତ ସଚେତନତା ବାର୍ତ୍ତା ପ୍ରଚାର କରୁଥିବା ବେଳେ ଅଂଶୁଘାତ ଗ୍ରୀଷ୍ମ ତାପ ପୁର୍ବରୁ ପ୍ରକଳ୍ପ ମରାମତି ନକରି ବାହାଘର ବେଳେ ବାଇଗଣ ରୁଆ କରୁଛନ୍ତି କାହିଁକି ?

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.