Home Top News ବ୍ରଜରାଜନଗର ଉପନିର୍ବାଚନ : ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା

ବ୍ରଜରାଜନଗର ଉପନିର୍ବାଚନ : ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା

36

ଭୁବନେଶ୍ୱର ୧୫/୦୫ (ଓଡ଼ିଆ ପୁଅ): ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ଓଡିଶାକୁ ପୂର୍ବପେକ୍ଷା ବହୁ ମାତ୍ରାରେ କେନ୍ଦ୍ରୀୟ ଅନୁଦାନର ସହାୟତା ମିଳୁଛି। ମୋଦି ସରକାରଙ୍କ ଅନେକ ଜନକଲ୍ୟାଣ ଯୋଜନାର ସୁଫଳ ପାଇବାକୁ ବଂଚିତ ହେଉଛନ୍ତି ଓଡିଶାବାସୀ। ବର୍ତମାନ ଦୁର୍ନୀତି ଓ ଭ୍ରଷ୍ଟାଚାର ରାଜ୍ୟରେ ମୁଖ୍ୟ ପ୍ରସଙ୍ଗ ହୋଇଥିବା କାରଣରୁ ବିକାଶମୁଳକ କାର୍ଯ୍ୟ ଆଗେଇ ପାରୁନାହିଁ। କେବଳ ଚକ୍ରାନ୍ତ ଓ ଷଡଯନ୍ତ୍ର ରଚି ସରଳ ଓ ନିରୀହ ଭୋଟରଙ୍କୁ ବିଭ୍ରାନ୍ତ କରି ଭୋଟ ସର୍ବସ୍ୱ ରାଜନୀତି କରୁଛି ଶାସକ ବିଜେଡି। ଆଗାମୀ ବ୍ରଜରାଜନଗର ଉପନିର୍ବାଚନ ପ୍ରଚାରରେ ମୋଦି ସରକାରଙ୍କ ଜନକଲ୍ୟାଣ ଓ ଶାସକ ବିଜେଡିର ଜନବିରୋଧୀ ଆଭିମୁଖ୍ୟକୁ ନେଇ ଭାରତୀୟ ଜନତା ପାର୍ଟୀ ସାଧାରଣ ଲୋକଙ୍କ ପାଖକୁ ଯିବ। ବ୍ରଜରାଜନଗର ଉପନିର୍ବାଚନ ପ୍ରଚାର କାର୍ଯ୍ୟକୁ ଅଧିକ ଶାଣିତ କରିବା ପାଇଁ ଆଜି ପାର୍ଟି ତରଫରୁ ୪୦ ଜଣିଆ ଷ୍ଟାର ପ୍ରଚାରକ ନାମ ତାଲିକା ଘୋଷଣା କରାଯାଇଛି।

ଏହି ତାଲିକାରେ ରାଜ୍ୟ ସଭାପତି ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ, ପ୍ରହଲ୍ଲାଦ ଯୋଶୀ, ଅଶ୍ୱନୀ ବୈଷ୍ଣବ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମ, ରାଜ୍ୟ ପ୍ରଭାରୀ ଶ୍ରୀମତି ଡି.ପୂରନ୍ଦେଶ୍ୱରୀ, ରାଜ୍ୟ ସହପ୍ରଭାରୀ ତଥା ସାଂସଦ ବିଜୟ ପାଲ ସିଂହ ତୋମର, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ପୂର୍ବତନ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂହ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ସାଂସଦ ସୁରେଶ ପୂଜାରୀ, ବସନ୍ତ କୁମାର ପଣ୍ଡା, ପୂର୍ବତନ ରାଜ୍ୟ ସଭାପତି କନକବର୍ଦ୍ଧନ ସିଂହଦେଓ, ମନମୋହନ ସାମଲ, ସାଂସଦ ଅପରାଜିତା ଷଡଙ୍ଗୀ, ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର, ସାଂସଦ ସଙ୍ଗୀତା ସିଂହଦେଓ, ଛତିଶଗଡ ରାଜ୍ୟର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ବ୍ରିଜ ମୋହନ ଅଗ୍ରୱାଲ, ସାଂସଦ ନିତେଶ ଗଙ୍ଗଦେବ, ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର, ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ, ବରିଷ୍ଠ ନେତ୍ରୀ ଓ ପୂର୍ବତନ ମନ୍ତ୍ରୀ ଶ୍ରୀମତି ସୁରମା ପାଢ଼ୀ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ଖାରବଳ ସ୍ୱାଇଁ, ରାଜ୍ୟ ସାଧାରଣ ସଂପାଦକ ତଥା ପୂର୍ବତନ ବିଧାୟକ ରବି ନାରାୟଣ ନାଏକ, ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ବିଧାୟକ ନାଉରି ନାୟକ, ସୁବାସ ପାଣିଗ୍ରାହୀ, ଶଙ୍କର ଓରାମ, ଭବାନୀ ଶଙ୍କର ଭୋଇ, ଶ୍ରୀମତୀ କୁସୁମ ଟେଟେ, ଡ.ମୁକେଶ ମହାଲିଙ୍ଗ, ବରିଷ୍ଠ ନେତା ରଞ୍ଜନ ପଟେଲ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀତମ ଦାସ, ଅନୁ ଚୌଧୁରୀ ଓ ହରିହର ମହାପାତ୍ର ପ୍ରମୁଖ ସାମିଲ ଅଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.