Home ଜିଲ୍ଲା ପରିକ୍ରମା ବୋଡ଼କ ଓ ଦୋଳସାହି ସମେତ ବିଭିନ୍ନ ସ୍ଥାନରେ ଦୁର୍ଗାଙ୍କ ଭସାଣି ଉତ୍ସବ

ବୋଡ଼କ ଓ ଦୋଳସାହି ସମେତ ବିଭିନ୍ନ ସ୍ଥାନରେ ଦୁର୍ଗାଙ୍କ ଭସାଣି ଉତ୍ସବ

4

ଭଦ୍ରକ, ୧୫ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧୀନ ବୋଡ଼କ ଓ ଦୋଳସାହି ନାଥସାହି ଗ୍ରାମ ସମେତ ବିଭିନ୍ନ ସ୍ଥାନରେ ମା’ ଦୁର୍ଗାଙ୍କର ଭସାଣି ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ବୋଡ଼କ ବଜାରରେ ଦୀର୍ଘ ୩୫ ବର୍ଷ ଧରି ଦୁର୍ଗାପୂଜା ଅନୁଷ୍ଠିତ ହୋଇ ଆସୁଅଛି। ଚଳିତ ବର୍ଷ ବହୁ ଆଡ଼ମ୍ବରରେ ମା’ଙ୍କ ପୂଜାର୍ଚ୍ଚନା କରାଯାଇଥିବା ବେଳେ ବିଶେଷ କାର୍ଯ୍ୟ ଭାବେ କୁମାରୀ ମାନଙ୍କୁ ପୂଜାର୍ଚ୍ଚନା କରାଯଇ ସେମାନଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରାଯାଇଥିଲା। ପୂଜା କମିଟିର ସଭାପତି ବୈଲୋଚନ ଦାସ, ସମ୍ପାଦକ ଶରତ ଚନ୍ଦ୍ର କବି, ରବିନାରାୟଣ ଖଟୁଆ, ସରପଂଚଙ୍କ ପ୍ରତିନିଧି, ବିଷ୍ଣୁମୋହନ ଜେନା, ସମିତସଭ୍ୟ ଜୟପ୍ରକାଶ ମଲିକ, ସୁରେନ୍ଦ୍ର ଜେନା, ବିଜୟ କୁମାର ପାଢ଼ୀ, ରାଧାକାନ୍ତ ରାଉତ, ଅନାଦି ପଲାଇ, ଦେବେନ୍ଦ୍ର ଭଂଜ, ବାପି ଖୁଂଟିଆ, ଦୁର୍ଗା ଚରଣ ଖୁଂଟିଆ, ଶରତ ନାଥ, ରଘୁନାଥ ସାହୁ, ପୂର୍ଣ୍ଣ ଚନ୍ଦ୍ର ବାରିକ୍‌, ଅର୍ଜୁନ ଚରଣ ସାମଲ, ଗୋଲକ ପ୍ରସାଦ ଭୋଇ, ଗୋଲକ ଚନ୍ଦ୍ର ସାମଲ, ରମାକାନ୍ତ ସାମଲ, କ୍ଷୀରସିନ୍ଧୁ ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି ଦୋଳସାହି ନାଥସାହିରେ ୧୫୦ ବର୍ଷର ଦୁର୍ଗାପୂଜା ମହା ସମାରୋହରେ ପାଳିତ ହୋଇ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଯଥାରୀତିରେ ଷଷ୍ଠୀ ଠାରୁ ଦଶହରା ପର୍ଯ୍ୟନ୍ତ ମା’ଙ୍କର ପୂଜାର୍ଚ୍ଚନା କରାଯାଇଥିଲା। ପୂଜା କମିଟିର ସରୋଜ ନାଥ, ରତିକାନ୍ତ ନାଥ, ନୂତନ ଆଲୋକ ନାଥ, ରଂଜନ ମିଶ୍ର, ରାଜେନ୍ଦ୍ର ନାଥ, ଧରଣୀଧର ନାଥ, ମାନିଆ ନାଥ, ବଦ୍ରିନାରାୟଣ ନାଥ, ସୁଶାନ୍ତ ନାଥ, ସୁବୋଧ ନାଥ, ଡମ୍ବରୁଧର ନାଥ ପ୍ରମୁଖ ପୂଜାକାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.