Home ଜିଲ୍ଲା ପରିକ୍ରମା ବୈଷ୍ଣବାନନ୍ଦ ଉଚ୍ଚ ବିଦ୍ୟାପୀଠର ବାର୍ଷିକ ଉତ୍ସବ

ବୈଷ୍ଣବାନନ୍ଦ ଉଚ୍ଚ ବିଦ୍ୟାପୀଠର ବାର୍ଷିକ ଉତ୍ସବ

22

ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ବାରବାଟିଆ ସ୍ଥିତ ବୈଷ୍ଣବାନନ୍ଦ ଉଚ୍ଚ ବିଦ୍ୟାପୀଠର ୪୦ତମ ବାର୍ଷିକ ଉତ୍ସବ ଓ ପ୍ରତିଷ୍ଠାତା ବୈଷ୍ଣବାନନ୍ଦ ମହାନ୍ତିଙ୍କ ୧୩୦ତମ ଜୟନ୍ତୀ ଉତ୍ସବ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭରତ ଚନ୍ଦ୍ର ପାଳଙ୍କ ସଭାପତିତ୍ୱ ଓ ସମାଜସେବୀ ପ୍ରଦୀପ୍ତ କୁମାର ମହାନ୍ତିଙ୍କ ସଂଚାଳନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଡା. ବିଚିତ୍ରାନନ୍ଦ ମିଶ୍ର, ମୁଖ୍ୟବକ୍ତା ଭାବେ ପୂର୍ବତନ ତିହିଡ଼ି କଲେଜ ଅଧ୍ୟକ୍ଷ ଡ. ଲକ୍ଷ୍ମୀଧର ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ବିଭୂତି ଭୂଷଣ ସେନାପତି, ସରପଂଚ ଅଜୟ କୁମାର ମହାନ୍ତି, ସମାଜସେବୀ ସଂଗ୍ରାମ କେଶରୀ ମହାନ୍ତି, ପ୍ରଫୁଲ୍ଲ କୁମାର ପାଢ଼ୀ, ସ୍କୁଲ ପରିଚାଳନା କମିଟି ସଭାପତି ପ୍ରଦୀପ୍ତ କୁମାର ମହାନ୍ତି, ପଂଚସଖା ଶିକ୍ଷା ନିକେତନର ସଭାପତି ବୈଜୟନ୍ତ ପାଢ଼ୀ, ପ୍ରତିଷ୍ଠାତା ସଦସ୍ୟ ସୁବ୍ରତ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ଶିକ୍ଷକ, ଶିକ୍ଷୟିତ୍ରୀମାନେ ପିଲାମାନଙ୍କୁ ଉତମ ଚରିତ୍ର ଗଠନ ଦିଗରେ ଶିକ୍ଷାଦାନ କରିବା ଆବଶ୍ୟକ ବୋଲି କହିଥିଲେ। ପ୍ରାରମ୍ଭରେ ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା। ଶେଷରେ ଶିକ୍ଷକ ଉମାକାନ୍ତ ଖଣ୍ଡାଇ ଧନ୍ୟବାଦ ଅର୍ପଣ କରିଥିଲେ। ନିକଟରେ ଅବସର ନେଇଥିବା ଶିକ୍ଷା କର୍ମଚାରୀ ମଦନ ମୋହନ ବେହେରା ଓ ଲୋକନାଥ ଆଚାର୍ଯ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟରେ ନୂତନ ଭାବେ ନିଯୁକ୍ତି ପାଇଥିବା ଚିନ୍ମୟୀ ରାଉତ, ରୌଶାନ ସୁଲତାନା, ଅଜୟ ହେମ୍ବ୍ରମ, ଅବିନାଶ ପାଢ଼ୀ, ଆରତୀ ମାଝୀ, ପ୍ରୀତିଲତା ନାୟକ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍କୁଲ ପରିଚାଳନା କମିଟି ସଭାପତି ଶ୍ରୀ ମହାନ୍ତି ଓ ଅତିଥିମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଅବସରପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର କୁମାର ବଳ, ଅରୁଣ କୁମାର ମହାନ୍ତି, ଶିକ୍ଷା କର୍ମଚାରୀ ବିପିନ ବିହାରୀ ମହାନ୍ତି ପ୍ରମୁଖଙ୍କ ସମେତ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ପରିଚାଳନା କମିଟି ସଦସ୍ୟ ସଦସ୍ୟାମାନେ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.