Home ଜିଲ୍ଲା ପରିକ୍ରମା ବୈଶାଖମାସର ୨ୟ ସୋମବାର, ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ସହସ୍ରାଧିକ ଗୋପାଳଭକ୍ତ

ବୈଶାଖମାସର ୨ୟ ସୋମବାର, ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ସହସ୍ରାଧିକ ଗୋପାଳଭକ୍ତ

12

ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ମହା ବିଶୁବ ସଂକ୍ରାନ୍ତି ଠାରୁ ବାବା ଆଖଣ୍ଡଳମଣିଙ୍କ ପୀଠରେ ଆରମ୍ଭ ହୋଇଛି ବୈଶାଖୀବ୍ରତ। ଏହି ଅବସରରେ ଏକମାସଧରି ମଣିବାବା ଜଳଛାୟାରେ ରହିଥାନ୍ତି। ଏଥିପାଇଁ ମନ୍ଦିରର ପରମ୍ପରା ଅନୁଯାୟୀ ଗୋପାଳଭକ୍ତମାନେ ଏକମାସ ଧରି ବ୍ରତ ରଖିବା ସହ ପ୍ରତି ସୋମବାରରେ ବିଭିନ୍ନ ନଦୀରୁ ଜଳଭାର ଧରି ମଣିବାବାଙ୍କ ପାଖକୁ ଆସି ସେବାୟତଙ୍କ ଦ୍ୱାରା ଜଳଲାଗି କରିଥାନ୍ତି। ବୈଶାଖ ମାସର ୨ୟ ସୋମବାରରେ ଗୋପାଳଭକ୍ତଙ୍କ ସହ ଭକ୍ତଙ୍କ ଭିଡ ଜମିଥିଲା । ଗ୍ରୀଷ୍ମ ଋତୁରେ ପ୍ରଚଣ୍ଡ ରୁଦ୍ରତାପରୁ ମଣିବାବାଙ୍କର ଉପଶମ ନିମନ୍ତେ ଶହଶହ ବର୍ଷ ଧରି ଆରଡିପୀଠରେ ଏହି ପ୍ରଥା ପାଳିତ ହୋଇ ଆସୁଥିବା କହିଛନ୍ତି ଭକ୍ତ ଓ ସେବାୟତ। ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ଜିଲା ପୁଲିସ ଓ ମନ୍ଦିର ପ୍ରଶାସନ ପକ୍ଷରୁ ପୀଠରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସେହିପରି ଶୃଙ୍ଖଳିତ ଦର୍ଶନ ଓ ଜଳଲାଗି ପାଇଁ ମନ୍ଦିର ଭିତରେ ବାହାରେ ବ୍ୟାରିକେଡ ବ୍ୟବସ୍ଥା କରାଯାଇଥିଲା। ଅନ୍‌ଯପଟେ ଦୈନନ୍ଦିନ ନୀତିନୀର୍ଘଂଟର ସାମନ୍ୟ ପରିବର୍ତନ କରାଯାଇ ଭୋର ୪ଟାରେ ଦ୍ୱାରଫିଟା ଯାଇ ମଙ୍ଗଳ ଆଳତୀ ସହ ଘର୍ଷଣଲାଗି, ଘର୍ଷଣଲାଗି ହେବା ପରେ ମଣିବାବାଙ୍କୁ ଦିଗମ୍ବର ବେଶରେ ପହିଲି ବାଲ୍‌ଯଭୋଗ ସମ୍ପନ୍ନ ହୋଇଛି। ସକାଳ ୬ଟାରୁ ଗୋପାଳଭକ୍ତମାନେ ଧାଡିରେ ଯାଇ ଜଳଲାଗି କରୁଛନ୍ତି। ସମସ୍ତ ସକାଳ ଧୂପ ମଧ୍ୟାହ୍ନ ୧ଟା ସୁଧା ସରିବା ପରେ ଅବକାଶ ନୀତି ସରିବା ପରେ ଅପରାହ୍ଣରେ ବଡସିହାଂର ବେଶରେ ମଣିବାବାଙ୍କୁ ସଜିତ କରାଯାଇ ସମସ୍ତ ନୀତି କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.