Home ଜିଲ୍ଲା ପରିକ୍ରମା ବୈଶାଖମାସର ଶେଷ ସୋମବାରରେ ଆଖଣ୍ଡଳମଣିଙ୍କୁ ଜଳାଭିଷେକ କଲେ ହଜାର ହଜାର ଭକ୍ତ

ବୈଶାଖମାସର ଶେଷ ସୋମବାରରେ ଆଖଣ୍ଡଳମଣିଙ୍କୁ ଜଳାଭିଷେକ କଲେ ହଜାର ହଜାର ଭକ୍ତ

11

ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈଶାଖମାସର ଶେଷ ସୋମବାରରେ ବାବା ଆଖଣ୍ଡଳମଣିଙ୍କୁ ଜଳାଭିଷେକ ଓ ଦର୍ଶନ କରିବା ପାଇଁ ମନ୍ଦିରରେ ହଜାରହଜାର ଭକ୍ତଙ୍କ ଭିଡ ଜମିଥିଲା। ଏକମାସ ଧରି ଚାଲିଥିବା ଶୀତଳ ଉପଚାର ନୀତିର ସୋମବାର ଶେଷ ପାଳି ହୋଇଥିବାରୁ ଗୋପାଳ ଭକ୍ତମାନେ ବିଭିନ୍ନ ନଦୀରୁ ଜଳଭାର ଆଣି ବାବାଙ୍କ ପାଖରେ ଲାଗି କରିଛନ୍ତି। ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ଭୋର ୪ଟାରେ ଦ୍ୱାରଫିଟା ନୀତି ସହ ମଙ୍ଗଳ ଆଳତୀ, ଘର୍ଷଣଲାଗି, ଜଳାଭିଷେକ ନୀତି ସମ୍ପନ୍ନ ହେବା ପରେ ମଣିବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ପହିଲୁ ବାଲ୍ୟଭୋଗ ଲାଗି କରାଯାଇଥିଲା। ଏପଟେ ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ଓ ଜଳଲାଗି ପାଇଁ ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.