Home ଜିଲ୍ଲା ପରିକ୍ରମା ବୈଶାଖମାସର ତୃତୀୟ ସୋମବାରରେ ଆଖଣ୍ଡଳମଣିଙ୍କୁ ଜଳାଭିଷେକ କଲେ ହଜାର ହଜାର ଭକ୍ତ

ବୈଶାଖମାସର ତୃତୀୟ ସୋମବାରରେ ଆଖଣ୍ଡଳମଣିଙ୍କୁ ଜଳାଭିଷେକ କଲେ ହଜାର ହଜାର ଭକ୍ତ

38

ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈଶାଖମାସ ତୃତୀୟ ସୋମବାରରେ ଉତ୍ସବମୁଖର ହୋଇଉଠିଥିଲା ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡମଣିଙ୍କ ମନ୍ଦିର। ମନ୍ଦିରର ପରମ୍ପରା ଅନୁଯାୟୀ ବୈଶାଖମାସର ଆରମ୍ଭରୁ ୧ମାସ ଯାଏଁ ମଣିବାବାଙ୍କର ଶୀତଳ ଉପଚାର ନୀତି କରାଯାଇଥାଏ। ଏହି ନିତୀରେ ଗୋପାଳଭକ୍ତମାନେ ୧ମାସ ଧରି ବ୍ରତ ରଖିବା ସହ ପ୍ରତି ସୋମବାରରେ ବିଭିନ୍ନ ନଦୀ ଓ ଜଳାଶୟରୁ ପିତଳ କଳସିରେ ପାଣିଭାର ଉଠାଇ ମଣିବାବାଙ୍କୁ ଜଳଲାଗି ପାଇଁ ପୀଠକୁ ଆସିଥାନ୍ତି। ସେଠାରେ ସେବାୟତଙ୍କ ଦ୍ୱାରା ଜଳଲାଗି କରିବା ସହ ଭୋଗ ଘର୍ଷଣ , ମହୁ ଆଦି ଲାଗି କରିଥାନ୍ତି। ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍‌ଯାପକ ବ୍‌ଯବସ୍ଥା କରାଯାଇଥିବା ପୀଠରେ। ଭକ୍ତଙ୍କ ଧାଡି ଦର୍ଶନ ଓ ଜଳଲାଗି ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ ବ୍ୟବସ୍ଥା କରାଯାଇଥିଲା ମନ୍ଦିର ପରିସରରେ। ଅନ୍ୟପଟେ ଭୋର ୪ଟାରେ ମନ୍ଦିର ଦ୍ୱାରଫିଟା ନୀତି ସହ ମଙ୍ଗଳ ଆଳତୀ, ଘର୍ଷଣଲାଗି, ଜଳାଭିଷେକ କରାଯାଇ ବାବାଙ୍କୁ ଦିଗମ୍ବର ବେଶରେ ପହିଲି ବାଲ୍ୟଭୋଗ ଅର୍ପଣ କରାଯାଇ ଭକ୍ତଙ୍କ ଜଳଲାଗି କରାଯାଇଥିଲା। ମଧ୍ୟାହ୍ନରେ ବଡନୀତି ସହ ଅବକାଶ ନୀତି ସମ୍ପନ୍ନ ହେବା ପରେ ଅପରାହ୍ଣରେ ବଡସିଂହାର ବେଶରେ ମଣିବାବାଙ୍କୁ ସଜ୍ଜିତ କରାଯାଇ ଅନ୍ୟାନ୍ୟ ନୀତି ସମ୍ପନ୍ନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.