ଭଦ୍ରକ, ୨୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କନିକା ଚାନ୍ଦବାଲି ବୈତରଣୀ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା ସ୍ଥାନୀୟ ଦୁର୍ଗା ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅତିଥିମାନେ ଭଗବାନ ଶ୍ରୀକୃଷ୍ଣଙ୍କ ବିଶ୍ୱ ରୂପଙ୍କୁ ପୂନ୍ୟତ୍ରୟା ବୈତରଣୀ ନଦୀ ଜଳ ସମର୍ପଣ କରି ପୂଜାର୍ଚ୍ଚନା କରିଥିଲେ। ମହୋତ୍ସବ କମିଟିର ସଭାପତି ପ୍ରାଧ୍ୟାପକ ବୈକୁଣ୍ଠନାଥ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଓଡିଶା ହାଇକୋର୍ଟ ବାର କାଉନସିଲର ସଭାପତି ମନୋଜ ମିଶ୍ର, ବିଶିଷ୍ଟ ଅତିଥି ରାମକୃଷ୍ଣ ମିଶନର ସ୍ୱାମୀ ଆଶ୍ରୟାନନ୍ଦଜୀ ମହାରାଜ,ମୁଖ୍ୟବକ୍ତା ଓଡ଼ିଆ ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଅଧିବକ୍ତା ଖୀରୋଦ ଚନ୍ଦ୍ର ରାଉତ ପ୍ରମୁଖ ଯୋଗ ଦେଇ ନଦୀ ଜଳକୁ ପ୍ରଦୂଷଣ ମୁକ୍ତ କରିବା ଏବଂ ଆଗାମୀ ପିଢ଼ି ପାଇଁ ଜଳ ସଂରକ୍ଷଣ ଜରୁରୀ ବୋଲି ମତ ବ୍ୟକ୍ତ କରିବା ସହ ପଲିଥିନ ଜରି ବ୍ୟବହାର ନ କରିବାକୁ ପରାମର୍ଶ ଦେଇଥିଲେ । ଏହି ସଭାରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୋପୀନାଥ ଦାସଙ୍କୁ ମାନପତ୍ର ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଅନୁଷ୍ଠାନର ସମ୍ପାଦକ ଆଡ଼ଭୋକେଟ ଆଦିତ୍ୟ ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆଡ଼ଭୋକେଟ ମଳୟ ଭୋଇ ସ୍ୱାଗତ ଭାଷଣ ଏବଂ ଅମୀୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ପ୍ରଫେସର ବୀରବର ଜେନାଙ୍କ ନେତୃତ୍ୱରେ ଭୁବନେଶ୍ୱରର ରାଜଧାନୀ ସଂଗୀତ ସନ୍ଧ୍ୟା ଭଜନ ପରିବେଷଣ କଲାପରେ ବୈତରଣୀ ମହୋତ୍ସବ କମିଟିର ସହଯୋଗୀ ସଂସ୍ଥା ‘ଶ୍ୟାମା’ ଦ୍ୱାରା ପ୍ରଦର୍ଶିତ ନାଟକ “ବାପା” ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଉକ୍ତ ମହୋତ୍ସବରେ ଆବାହକ ବିଶ୍ୱକେଶରୀ ମହାନ୍ତି, ବରିଷ୍ଟ ସଦସ୍ୟ ନିର୍ମଳ ରାଉତ, ଅମୀୟ ସାହୁ, ଗଙ୍ଗାଧର ଦାସ, ରଘୁନାଥ ସାହୁ,ବ୍ରଜ ସୁନ୍ଦର ମହାନ୍ତି, ଅମୂଲ୍ୟ କୁମାର ରାଉତ, ରଞ୍ଜନ ଦାସ, ଦେବବ୍ରତ ଦାସ,ଶରତ ରାଉତ, ସୌମ୍ୟକାନ୍ତ ନାୟକ, ରତିକାନ୍ତ ବାରିକ, କିଶୋର ନାୟକ, ଦିଲ୍ଲୀପ ବେହେରା, କେଦାର ମହାନ୍ତି,ପ୍ରକାଶ ସେଠୀ,ଅଶୋକ ସାହୁ, ତ୍ରିଲୋଚନ ପତ୍ରୀ,ସୁଶିଲ ବାରିକ,ପ୍ରେମଲତା ବାରିକ, ଗୀତାଞ୍ଜଳି ଜେନା, ଗୀତାଞ୍ଜଳି ମହାନ୍ତି,ଆଇଶା ରାଉତ,ଶୁଭଶ୍ରୀ ବାରିକ୍, ଚନ୍ଦ୍ରକାନ୍ତି ଦାସ, ସରୋଜ ମଲ୍ଲିକ, ଦେବେନ୍ଦ୍ର ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ।








