ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଥାନା ବୈତରଣୀ ନଦୀ କୂଳେ ଷେଣ୍ଢପୁର ଘାଟ କୁଳ ରେ ଥିବା ଏକ ଶିବମନ୍ଦିର ପାଖରେ ବନ୍ୟାପାଣି ଦେଖୁଥିବା ଯୁବକମାନେ ସେଠାରେ ଏକ ଭାସମାନ ପଥର ଶିବ ମନ୍ଦିର ନିକଟରେ ଭାସୁଥିବା ଦେଖିଥିଲେ। ସ୍ଥାନୀୟ ଅଂଚଳ ର କ୍ଷୀରୋଦ ସୁତାର ପ୍ରଥମେ ଏହିପଥର କୁ ଦେଖିଥିଲେ। ପରେ ଲୋକମାନେ ରୁଣ୍ଡ ଜମାଇଥିଲେ।ଏହା ଦେଖି ସ୍ଥାନୀୟ ଲୋକ ଫୁଲ ଦେଇ ପୂଜାର୍ଚ୍ଚନା କରିଥିଲେ।ପଥର ଆକାର ଅନୁସାରେ ଲୋକଙ୍କ ଅନୁମାନ ୩ କେଜୀ ଓଜନ ହେବ। ସ୍ଥାନୀୟ ଯୁବକ ମାନେ ପୂଜାର୍ଚ୍ଚନା କରିଥିଲେ ଯାହା ଶୁଣିବାକୁ ମିଳେ ପାର୍ଶ୍ୱରେ ବହୁ ପୁରାତନ କୀର୍ତିରାଜି ମନ୍ଦିର ସବୁ ରହିଛି। ସେଥି ମଧ୍ୟରୁ ଦସ୍ୱାସିନିମେଧ ଘାଟ,ବାରୁଣୀ ଘାଟ,ସିଦ୍ଧେଶ୍ୱର ଘାଟ ଆଦି ମଠ ମନ୍ଦିର ରହିଛି।ସେଠାରୁ ବନ୍ୟା ଜଳରେ ଭାସି ଆସିଥାଇ ପାରେ ସ୍ଥାନୀୟ ବୋଲି ମତ ରଖିଥିଲେ।








