Home ଜିଲ୍ଲା ପରିକ୍ରମା ବୈତରଣୀ ନଦୀର ବନ୍ୟାପାଣି ନିଷ୍କାସନରେ ବାଧକ ସାଜିଛି ପୂର୍ଣ୍ଣିମା ଜୁଆର, ୪ଦିନ ହେଲା ତଳିଆ ଅଂଚଳ...

ବୈତରଣୀ ନଦୀର ବନ୍ୟାପାଣି ନିଷ୍କାସନରେ ବାଧକ ସାଜିଛି ପୂର୍ଣ୍ଣିମା ଜୁଆର, ୪ଦିନ ହେଲା ତଳିଆ ଅଂଚଳ ଶହଶହ ଏକର କ୍ଷେତରେ ଲହଡି ଭାଙ୍ଗୁଛି ବନ୍ୟାପାଣି

9

ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉପରମୁଣ୍ଡରେ ଲଗାଣବର୍ଷା ଯୋଗୁ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା। ଉପରମୁଣ୍ଡରୁ ଆସୁଥିବା ସମସ୍ତ ବନ୍‌ଯାପାଣି ତଳମୁଣ୍ଡରେ ଅର୍ଥାତ ଆରଡି ସମେତ ଆଖପାଖ ଓଳଗ, ସୁନ୍ଦରପୁର, ଦୋହରାପାଟଣା, ପାଲଟପୁର, ମୁଆଁ, ଶୀତଳପୁର ଆଦି ଅଂଚଳ ଦେଇ ଧାମାରା ମୁହାଣ ସମୁଦ୍ରକୁ ନିଷ୍କାସନ ହୋଇଥାଏ। ହେଲେ ବୈତରଣୀ ନଦୀରେ ପ୍ରବାହିତ ହେଉଥିବା ବନ୍ୟାଜଳ ନିଷ୍କାସନରେ ବାଧକ ସାଜିଛି ପୂର୍ଣ୍ଣିମା ଜୁଆର। ଫଳରେ ବୈତରଣୀ ଓ ତାର ଶାଖା ନଦୀ ସାଳନ୍ଦୀ ନଦୀ ଉଛୁଳିବା ସହ ବିଭିନ୍ନ ଏସେକେପ ଓ ନଈଯୋର ଦେଇ ଶହଶହ ଏକର ଚାଷଜମିକୁ ମାଡି ଚାଲିଛି ବନ୍ୟାପାଣି। ଗତ ୪ଦିନ ହେଲା ବୋଡକ, ସାଠିବାଙ୍କୁଡା, ଅମୃତମଣି, ମୁଆଁ, ସନ୍ତରା ଆଦି ତଳିଆ ଅଂଚଳର ଶହଶହ ଏକର ସାରଦ ଧାନତଳି ବନ୍ୟାପାଣିରେ ବୁଡି ରହିଛି। ଉକ୍ତ ଅଂଚଳର ଚାଷୀମାନେ ଧାରକରଜ କରି ବିଭିନ୍ନ କିସମର ବିହନ କିଣି ଧାନତଳି ପକାଇଥିଲେ। ଚାଷ ଆରମ୍ଭରୁ ଲଗାଣବର୍ଷା ଏବେ ବନ୍ୟାପାଣି ଜମି ରହିବା ଫଳରେ ଧାନତଳି ସଢିଯିବାକୁ ବସିଛି। କ୍ଷେତରେ ଏପରି ଅବସ୍ଥା ଦେଖି ଚାଷୀ ଏବେ ଚିନ୍ତାରେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.