Home ଜିଲ୍ଲା ପରିକ୍ରମା ବୈତରଣୀ ନଦୀର ବନ୍ୟାପାଣି କମୁଛି; ବିପନ୍ନଙ୍କ ଦୁର୍ଦ୍ଦଶା ବଢୁଛି, ୪ଦିନ କ୍ଷେତ ଓ ପଥରୁ ଖସୁନି...

ବୈତରଣୀ ନଦୀର ବନ୍ୟାପାଣି କମୁଛି; ବିପନ୍ନଙ୍କ ଦୁର୍ଦ୍ଦଶା ବଢୁଛି, ୪ଦିନ କ୍ଷେତ ଓ ପଥରୁ ଖସୁନି ପାଣି, ଉଜୁଡିବ ଶହଶହ ଏକର ସାରଦା ଧାନତଳି

13

ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ନଦୀରେ ଦେଖା ଦେଇଥିବା ବନ୍ୟା କମୁଥିଲେ ମଧ୍ୟ ବଢୁଛି ବିପନ୍ନଙ୍କ ଦୁର୍ଦଶା । ଚାନ୍ଦବାଲି ବ୍ଲକର ୪ ପଂଚାୟତରେ ବନ୍ୟା ସ୍ଥିତିର ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ଏବେବି ୩ଟି ରାସ୍ତାରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଆରଡି, ଓଳଗ, ନାନ୍ଦପୁର ପଂଚାୟତର ୧୪ ଗାଁ ବାହ୍ୟଜଗତରୁ ବିଛିନ୍ନ ହୋଇ ରହିଛି। ୫ଦିନ ହେଲା ଶହଶହ ଏକର ଚାଷଜମି ଜଳମଗ୍ନ ହୋଇ ରହିଛି। ସେହିପରି ୫ଦିନ ହେଲା ଭୋକ ଉପାସରେ ଗୃହପାଳିତ ପଶୁ ଗାଁ ଦାଣ୍ଡ ଓ ନଦୀବନ୍ଧର ଆଶ୍ରୟ ନେଇଛନ୍ତି। ବିଶେଷକରି ବୈତରଣୀ ନଦୀ ଆଖଣ୍ଡଳମଣି-କୁଆଖିଆ ୨୦ନମ୍ୱର ଜାତୀୟ ରାଜପଥର ବୋଡକ ଠାରେ କୂଳ ଲଘିଂବାରୁ ୧କିମି ରାସ୍ତା ଧୋଇ ନେଇଛି। ତାହାସହ ଆରଡି ବସଷ୍ଟାଣ୍ଡ ନିକଟ ପାନ୍ଥନିବାସ ପାଖରେ ଜାତୀୟ ରାଜପଥର କଲର୍ଭଟ ଦବିଯିବାରୁ ଏକ ବଡ଼ ଗର୍ତ ସୃଷ୍ଟି ହୋଇଛି। ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ବ୍ଲକର ତଳିଆ ଅଂଚଳରେ ବିପନ୍ନଙ୍କୁ ଭେଟି ଭଲମନ୍ଦ ବୁଝିଛନ୍ତି। ସେହିପରି ଜିଲା ପ୍ରଶାସନ ଅଧିକାରୀ ବନ୍ୟାଂଚଳକୁ ଯାଇ ବିପନ୍ନଙ୍କୁ ଭେଟିବା ସହ ଜଳବନ୍ଦି ହୋଇ ରହିଥିବା ବିପନ୍ନ ମାନଙ୍କ ପାଇଁ ରନ୍ଧାଖାଦ୍ୟ ପାଣି ଛାଡିବା ଯାଏଁ ଯୋଗାଇ ଦେବାକୁ କହିଛନ୍ତି ଭଦ୍ରକ ଜିଲାପାଳ ଦିଲିପ ରାଉତରାୟ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.