Home କେନ୍ଦୁଝର ବୈତରଣୀ ନଦୀର ଡିମିରିଆ ପୋଲ ତଳୁ ମୃତଦେହ ଉଦ୍ଧାର

ବୈତରଣୀ ନଦୀର ଡିମିରିଆ ପୋଲ ତଳୁ ମୃତଦେହ ଉଦ୍ଧାର

76

ହାଟଡ଼ିହି,୬ /୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ଡିମିରିଆ ମଥୁରାପୁର ବୈତରଣୀ ପୋଲ ତଳୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହଟି ବାହାରିପୁର ଗ୍ରାମର କୌଶଲ୍ୟା ସାହୁଙ୍କର ବୋଲି ଜଣାପଡିଛି । କୌଶଲ୍ୟା ଗତକାଲି ରାତିରୁ କେଉଁଆଡେ ପଳାଇଥିବାବେଳେ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ବୈତରଣୀ ନଦୀ କୁଳରେ ତାଙ୍କ ପିନ୍ଧାଶାଢ଼ୀଟି ଥୁଆ ହୋଇଥିବାର ଦେଖିଥିଲେ । ଏନେଇ ପରିବାର ଲୋକେ ଖୋଜାଖୋଜି କରିବା ସହିତ କୌଣସି ସନ୍ଧାନ ନପାଇବାରୁ ଆଜି ଦିନ ୧୦ଟାବେଳେ ତାଙ୍କ ନିଖୋଜ ସମ୍ପର୍କରେ ପୁଲିସରେ ଅଭିଯୋଗ କରିଥିଲେ । ୧୧ଟା ସମୟ ବେଳକୁ ମହିଳାଙ୍କ ମୃତଦେହ ପଡିଥିବାର ଖବର ମିଳିବାପରେ ପରିବାର ଲୋକେ ଯାଇ ଶବକୁ ଚିହ୍ନଟ କରିଥିଲେ । ଶୌଚ ପାଇଁ ନଦୀକୁ ଯାଇଥିବା ସମୟରେ ଅସାବଧାନତାରୁ ନଦୀରେ ବୁଡିଯାଇ ଭାଷିଭାଷି ଏଠାରେ ଲାଗିଥିବା ପରିବାର ଲୋକେ ଅନୁମାନ କରୁଛନ୍ତି । ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବକୁ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ମଦନ ନାୟକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.