Home ଜିଲ୍ଲା ପରିକ୍ରମା ବୈତରଣୀ ନଦୀର ଆଡ଼ିବନ୍ଧ ନିର୍ମାଣ କୁ ନେଇ ଅସନ୍ତୋଷ, ଦୁଇ ଜିଲ୍ଲା ମଧ୍ୟରେ ବିବାଦ ବଡୁଛି,...

ବୈତରଣୀ ନଦୀର ଆଡ଼ିବନ୍ଧ ନିର୍ମାଣ କୁ ନେଇ ଅସନ୍ତୋଷ, ଦୁଇ ଜିଲ୍ଲା ମଧ୍ୟରେ ବିବାଦ ବଡୁଛି, ଆଡ଼ିବନ୍ଧ ନିର୍ମାଣ ହେଲେ ୨୦ ପଂଚାୟତ ବନ୍ୟାରେ ଭାସିବ

20

ଭଦ୍ରକ, ୩୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ନଦୀର ପଧାନୀ ଓ ଶୋହଡା ପଂଚାୟତ ର ଅପରପାର୍ଶ ରେ ଜୟନ୍ତରା ଠାରେ ଆଡିବନ୍ଧ ନିର୍ମାଣ କୁ ନେଇ ସ୍ଥାନୀୟ ଅଂଚଳ ରେ ଅସନ୍ତୋଷ ଦେଖା ଦେଇଛି। ଯାହାକୁ ନେଇ ଉଭୟ ଯାଜପୁର ଓ ଭଦ୍ରକ ଜିଲ୍ଲା ମଧ୍ୟ ରେ ବିବାଦ ଦେଖା ଦେଇଛି।ପ୍ରକାଶ ଥାଉକି ଯାଜପୁର ଜଳସେଚନ ବିଭାଗ ଅଧିନସ୍ତ ଦଶରଥପୁର ବ୍ଲକର ଜୟନ୍ତରା ନିକଟସ୍ତ ମହାପାତ୍ର ସାହି ପୋଲ ଠାରୁ କୋଚିଳା ନଦୀ ବ୍ୟାରେଜ ପର୍ଯ୍ୟନ୍ତ ବୈତରଣୀ ନଦୀ କୂଳରେ ବେଆଇନି ଭାବେ ଆଡି ବନ୍ଧ ନିର୍ମାଣ କରାଯାଉଛି ଥିବା ଅଭିଯୋଗ ହୋଇଛି। ସୁଚନା ଥାଉ କି ଜୟନ୍ତରା ମହାପାତ୍ର ସାହୀ ପୋଲ ଠାରୁ କୋଚିଳା ନଦୀ ବ୍ୟାରେଜ ପର୍ଯ୍ୟନ୍ତ ବୈତରଣୀ ନଦୀ ଡାହାଣ ପାର୍ଶ୍ୱରେ ଏକ ଆଡ଼ିବନ୍ଧ ବେଆଇନି ଭାବେ ହେଲେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ନଦୀ କୂଳସ୍ଥ ୧୫ ରୁ ୨୦ ଗୋଟି ପଂଚାୟତ ରେ ୭୫ ରୁ ୮୦ ଟି ରାଜସ୍ୱ ଗ୍ରାମ ବନ୍ୟା ସମୟରେ ବିଭିନ୍ନ କ୍ଷୟକ୍ଷତି ସୃଷ୍ଟି ହେବା ର ସମ୍ଭାବନା ରହିଛି। ବିଶେଷ କରି ପଧାନୀ,ସୋହଡ଼ା,କରଦା,ଦଳାଙ୍ଗ,ଅର୍ଜୁନପୁର,ନଦୀଗାଁ,ହସନାବାଦ,ଭଟ୍ଟସାହୀ, କୋଠାର,ପାଳସାହୀ,ବମକୁରା,ରଇପୁର,ଧୁଷୁରୀ,କାସିମପୁର, ଅଶୁରାଳୀ, ବୟାଙ୍ଗଡିହି ଓ ତିହିଡ଼ି ବ୍ଲକ ର କାଁପଡ଼ା, ବିଲଣା,ବାରୋ, ଶ୍ୟାମସୁନ୍ଦରପୁର ପଂଚାୟତରେ ବନ୍ୟା ସମୟରେ ବିଭିନ୍ନ କ୍ଷୟକ୍ଷତି ହେବାର ସମ୍ଭାବନା ଅଛି । ଅପର ପକ୍ଷରେ ଶୋହଡା ପଂଚାୟତ ରେ ଚାଷୀଙ୍କ ର। ନିର୍ମାଣ କରାଯାଉଥିବା ଆଡ଼ିବନ୍ଧ ନିକଟରେ ବ୍ୟକ୍ତିଗତ ଚାଷ ଜମି ରହିଛି। ହେଲେ ସେଠାରେ ବେଆଇନି ଭାବେ ଆଡିବନ୍ଧ ନିର୍ମାଣ କରା ଯାଉଥିବାରୁ ଧାମନଗର ବ୍ଲକ ର ବିଭିନ୍ନ ପଂଚାୟତ ର ଚାଷୀ ଓ ଅଧିବାସୀ ମାନେ ଧାମନଗର ପଂଚାୟତ ର ପୂର୍ବତନ ପଂଚାୟତ ସମିତି ଅଧକ୍ଷ ବିନୋଦ ନାୟକ, ପଧାନି ପଂଚାୟତ ର ସରପଂଚ ଅଶୋକ ପୁହାଣ ଙ୍କ ନେତୃତ୍ୱ ରେ ଉକ୍ତ ଆଡିବନ୍ଧ ନିର୍ମାଣ କ୍ଷେତ୍ରକୁ ଯାଇ ଉକ୍ତ କାର୍ଯ୍ୟକୁ ବିରୋଧ କରିଥିଲେ। ଏହି ସମୟରେ ଜୟନ୍ତରା ଅଞ୍ଚଳର ଲୋକଙ୍କ ସହ ମଧ୍ୟ ଯୁକ୍ତିତର୍କ ହୋଇ ଉତେଜନା ହୋଇଥିଲା। ପରେ ସେଠାରେ କାମବନ୍ଦ ରହିଥିଲା। ଏ ଦିଗରେ ବିଭାଗୀୟ ଯନ୍ତ୍ରୀ ଅରୁଣ ପ୍ରଧାନ ଙ୍କ ସହ ଯୋଗାଯୋଗ କରାଯାଇଥିଲା ସେ କହିଥିଲେ ଯେ ଏ ଦିଗରେ ବିଭାଗୀୟ ଅଧିକାରି ଙ୍କ ସହ ଯୋଗା ଯୋଗ କରିବା ପରେ ଯାହା ନିଷ୍ପତି ନିଆଯିବ ବୋଲି ସେ କହିଥିଲେ। ପ୍ରକାଶ ଥାଉକି ଯାଜପୁର ଜିଲ୍ଲାର ବୈତରଣୀ ନଦୀବନ୍ଧ କ୍ୟାପିଟାଲ ଏମ୍ୱାଙ୍ଗମେଂଟ ନଦିବନ୍ଦ ୨୪ ଫୁଟ ଥିବା ବେଳେ ଏପଟେ ଭଦ୍ରକ ଜିଲ୍ଲାର ଆଖୁଆପଦା ଠାରୁ ଅସ୍ତକ ପର୍ଯ୍ୟନ୍ତ ନଦୀବନ୍ଧ ର ଦସନ୍ଧିକୁଳ ରେ ବିପଦପୂର୍ଣ୍ଣ ରହିଚୀ। ଯାହାକି ଏପଟ ବନ୍ଧ ୧୭ ଫୁଟ ରହିଛି ଏବଂ ତିନିମିଟର ଉଚ୍ଚତା କମ ରହିଛି।ବଡ କଥା ହେଲା ନଦୀକୁଳର ଆଡିବନ୍ଧ ନିର୍ମାଣ ସ୍ଥାନରୁ ମୂଖ୍ୟବନ୍ଦ ପ୍ରାୟ ଏକ କିଲୋମିଟର ହେବ ଯାହାକି ଚାଷ ଜମି ବନ୍ୟାହେଲା ବନ୍ୟା ଜଳ ନିଷ୍କାସନ ହୋଇ ପାରିବ ।ମାତ୍ର ଉକ୍ତ ଆଡି ବନ୍ଧ ବିନା କାରଣ ରେ କରା ଯାଉ ଥିବାରୁ ଭଦ୍ରକ ଜିଲ୍ଲା କୁ ବିପଦ ବୋଲି ସ୍ଥାନୀୟ ଅଂଚଳ ର ଲୋକ ମାନେ ଅଭିଯୋଗ କରିଛନ୍ତି। ଯଦି ଆଡି଼ବନ୍ଧ କୁ ବନ୍ଦ କରାନ ଯାଏ ଭବିଷ୍ୟତରେ ଏକ ଜନ ଆନ୍ଦୋଳନ ସୃଷ୍ଟି ହେବ ବୋଲି ବିଜୟ ଦାସ,ପ୍ରଶାନ୍ତ ରାଉତ,ଧୀରେନ୍ଦ୍ର ରାଉତ,ସତ୍ୟପ୍ରକାଶ ନାୟକ,ବିରଂଚି ମହାଳିକ,ମୂରଲୀଧର ପୁହାଣ,ପିତାମ୍ବର ରାଉତ, ସମେତ ଶତାଧିକ ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି। ଏନେଇ,ମୁଖ୍ୟମନ୍ତ୍ରୀ, ବିବାଗୀୟ ଯନ୍ତ୍ରୀ ଓ ଉଚ୍ଚ ପଦସ୍ତ ଅଧିକାରୀ ଙ୍କୁ କର୍ଯ୍ୟନୁଷ୍ଟନ ନିମନ୍ତେ ଲିଖିତ ଅଭିଯୋଗକରା ଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.