Home ଜିଲ୍ଲା ପରିକ୍ରମା ବୈତରଣୀ ନଦୀରେ ବନ୍ୟା, ପ୍ରଶାସନ ଅବହେଳାରୁ ବୁଡ଼ି ରହିଛି ବୋଟ୍‌, ବୋଟ୍ ଡ୍ରାଇଭରଙ୍କୁ ବିଭାଗୀୟ ଅଧିକାରି...

ବୈତରଣୀ ନଦୀରେ ବନ୍ୟା, ପ୍ରଶାସନ ଅବହେଳାରୁ ବୁଡ଼ି ରହିଛି ବୋଟ୍‌, ବୋଟ୍ ଡ୍ରାଇଭରଙ୍କୁ ବିଭାଗୀୟ ଅଧିକାରି ଅନୁମତି ଦେଉନାହାନ୍ତି

9

ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏକ ସପ୍ତାହ ହେବ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଚାଷଜମି ରେ ବର୍ଷାଜଳ ଥିବାବେଳେ ଚାଷ କାର୍ଯ୍ୟ ହୋଇ ପାରିନଥିବା ବେଳେ ବୈତରଣୀ ନଦୀରେ ବନ୍ୟା ଆସିଛି । ପଧାନୀ ପଂଚାୟତ ର ସଇଲୋ ଠାରେ କୋଚିଳା ନଦୀ ବନ୍ଧ ଦୁର୍ବଳ ଥିବାରୁ ଜଳସେଚନ ବିଭାଗ ଏସ ଡି ଓ କିଶୋର ଦାସ , ମନ୍ତ୍ରୀ ପ୍ରତିନିଧି ଅଶୋକ ପୁହାଣ , ଅର୍ଜୁନପୁର ପଂଚାୟତ ର ସରପଂଚ ପ୍ରତିନିଧି ଉମେଶ ମହାନ୍ତି ପ୍ରମୁଖ ଉପସ୍ଥିତିରେ ବନ୍ଧ କାର୍ଯ ମରାମତି ଚାଲିଚି।ତେବେ ବୈତରଣୀ ନଦୀର ଉପର ମୁଣ୍ଡରେ ବନ୍ୟା ଜଳ କମୁ ଥିବାରୁ ବିପଦ ନାହିଁ ବୋଲି ଏସଡିଓ ଶ୍ରୀ ଦାସ କହିଛନ୍ତି। ସେହିପରି ଧାମନଗର ବ୍ଲକ ଅଧିନ ସୋହଡ଼ା ପଂଚାୟତର କଂଟାପାରୀ ଓ ମିଶ୍ରପୁର ଠାରେ ବୈତରଣୀ ନଦୀରେ ୧୦ ଟି ବୋଟ ରହିଥିବା ବେଳେ ସେଥିମଧ୍ୟରୁ ଦୁଇ ଟି ବୋଟ ନଷ୍ଟହୋଇ ଯାଇଛି। ତେବେ ୮ ଟି ବୋଟ ପାଇ ୧୯ ଜଣ ଡ୍ରାଇଭର ଥିବା ବେଳେ ସେମାନଙ୍କୁ ବିଡ଼ିଓ କିମ୍ବା ତହସିଲ ଦାର ଅନୁମତି ଦେଇ ନଥିବାରୁ ସେମାନେ ବୋଟ ପାଖରେ ଉପସ୍ଥିତ ଥିବାବେଳେ ଜଣେ ସ୍ତାଇ ଡ୍ରାଇଭର ବ୍ଲକ ରେ ପିଅନ କାର୍ଯ୍ୟ କରୁଥିବାବେଳେ ବୋଟ କଥା ବୁଝୁ ନାହାଁନ୍ତି। ଏପଟେ କଂଟାପାରି ନିକଟରେ ଏକ ବୋଟ ବୁଡିରହିଥିବା ବେଳେ ଅଚାନକ ବନ୍ୟା ଆସିବାରୁ ସେ ବୋଟ ଟିକୁ ଉଠା ଯାଇ ପାରିନାହିଁ।ସେପଟେ ମିଶ୍ରପୁର ଠାରେ ମଧ୍ୟ ଏକ ବୋଟ ଅଚଳ ହୋଇପଡ଼ିଛି ହେଲେ ବନ୍ୟା ପାଇ ପ୍ରଶାସନ ପ୍ରସ୍ତୁତ ନଥିବା ଭଳି ମନେ ହେଉଛି।ଏପଟେ ଧାମନଗର ବିଡିଓ ବନ ବିହାରି ଦିନ୍ଧା ଓ ତହସିଲଦାର ଲୋକନାଥ ପ୍ରସାଦ ସେଠୀ ଙ୍କ ସହ ଯୋଗାଯୋଗ କରିବାରୁ ସେ କହିଚନ୍ତି ପ୍ରଶାସନ ସ୍ତରରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଥିବାରୁ ସେଦିଗ ରେ କିଛି କହି ପାରିବେନାହିଁ। ସୁଚନା ଥାଉକି ଗତ ମାସ ଉକ୍ତ ବୋଟ ମରାମତି ପାଇଁ ପାଖାପାଖି ୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଅଚଳ ବୋଟ କୁ ମରାମତି କରାଯାଇଛି।ଏପଟେ ବୋଟ ବୁଡି ରହିଛି। ଖୋଦ ରାଜ୍ୟସରକାର ଙ୍କ ଉଚ୍ଚ ଶିକ୍ଷା ବିଭାଗ ର ଶକ୍ତିଶାଳୀ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଙ୍କ ନିଜ ନିର୍ବାଚନ ମଣ୍ଡଳୀ ଧାମନଗର ରେ ବୋଟ ମରାମତି ଦୁର୍ନୀତି ହୋଇଚି।ଏପଟେ ବନ୍ୟା ସମୟରେ ଅଧିକାରି ଙ୍କ ମନମୁଖୀ କାର୍ଯ୍ୟ କୁ ସଧାରଣ ରେ ନାପସନ୍ଦ କରିଛନ୍ତି । ଏ ଦିଗରେ ମାନ୍ୟବର ମନ୍ତ୍ରୀ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.