Home ଜିଲ୍ଲା ପରିକ୍ରମା ବୈତରଣୀ ନଦୀରେ ବନ୍ୟାଜଳ କମୁଛୁ ; ଚାଷୀଙ୍କ ଦୁର୍ଦ୍ଦଶା ବଢୁଛି, ୪ ପଂଚାୟତର ୪ଦିନ ହେଲା...

ବୈତରଣୀ ନଦୀରେ ବନ୍ୟାଜଳ କମୁଛୁ ; ଚାଷୀଙ୍କ ଦୁର୍ଦ୍ଦଶା ବଢୁଛି, ୪ ପଂଚାୟତର ୪ଦିନ ହେଲା ଗାଁ ଦାଣ୍ଡରେ ବନ୍ଧା ହୋଇ ରହିଛନ୍ତି ଶହଶହ ଗୋରୁ

18

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ତଳିଆ ଅଂଚଳ ଭାବେ ପରିଚିତ ଆରଡି, ଓଳଗ, ନାନ୍ଦପୁର, ସୁନ୍ଦରପୁର ୪ପଂଚାୟତରେ ଦେଖାଦେଇଥିବା ବୈତରଣୀ ନଦୀର ବନ୍ୟାଜଳ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଗତ୨ଦିନ ଧରି ଚାନ୍ଦବାଲିର ୪ପଂଚାୟତରେ ବନ୍ୟାପାଣି ପ୍ରବାହିତ ହେବା ଫଳରେ ବହୁ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହେବା ସହ ଗାଁ ଦାଣ୍ଡ, ସାହି ଆଦି ସ୍ଥାନ ବୁଡାଇଥିଲା। ମଙ୍ଗଳବାର ଗାଁରୁ ପାଣି କମିଥିଲେ ମଧ୍ୟ ଶହଶହ ଏକର ଚାଷଜମିରେ ଲହଡ଼ି ଭାଙ୍ଗୁଛି ବନ୍ୟାପାଣି । ଆରଡି, ମୁଆଁ, ସନ୍ତରା, ସିଙ୍ଗିପୁର, ବାତୋଳ, ଶୀତଳପୁର, ଓଳଗ, ଷାଠିବାଙ୍କୁଡା, ବୋଡକ, ଦୋହରାପାଟଣା, ଅମୃତମଣୀ, ସୁନ୍ଦରପୁର, ଖଟୁଆପାଟଣା, ପାରଡିଆ, ଚମ୍ପାସାହି, ନାନ୍ଦପୁର, ପହଣା, କୋଇଲିଖିଆ , ପାଲଟପୁର, ବାଙ୍କମୁଆ ଆଦି ୨୦ଟି ଗାଁ ପ୍ରଭାବିତ ହୋଇଛନ୍ତି ଶହଶହ ଚାଷୀ। ଏହି ଅଂଚଳରେ ସୃଷ୍ଟି ହୋଇଥିବା ବନ୍‌୍ୟା ପରିସ୍ଥିତି ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ଏବେବି ବହୁ ତଳିଆ ଅଂଚଳ ଜଳମଗ୍ନ ହୋଇ ରହିଛି। ବିଶେଷକରି ଶହଶହ ଗୋରୁ ଦୀର୍ଘ ୪ଦିନ ହେବ ବାହାରକୁ ଯାଇନପାରି ଗାଁ ଦାଣ୍ଡରେ ବନ୍ଧା ହୋଇ ରହିଛନ୍ତି। ସେହିପରି ୪/୫ଦିନ ହେବ ଶହଶହ ଏକର ଚାଷଜମିରେ ବନ୍ୟାପାଣି ଲହଡ଼ି ମାରୁଥିବାରୁ ପଚିଶଢି ଯିବାକୁ ବସିଲାଣି ରୁଆ ଓ ବେଉଷଣ ହୋଇଥିବା ସାରଦା ଧାନତଳି। ଯାହାକୁ ନେଇ ଚାଷୀ ଏବେ ଚିନ୍ତାରେ। ଏପଟେ ଆଖଣ୍ଡଳମଣି -କୁଆଖିଆ ୨୦ନମ୍ୱର ଜାତୀୟ ରାଜପଥର ମୁଆ ଘୋଷରା ଠାରେ ବନ୍ୟାପାଣି ପ୍ରବାହିତ ହେଉଛି। ସେହିପରି ଆରଡି-ଧାନଖଣିଆ ରାସ୍ତାର ସତସଙ୍ଗ ଛକ ନିକଟରେ ୩ଫୁଟ ଉଚ୍ଚରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଯାତାୟତରେ ବାଧାପ୍ରାପ୍ତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.