Home ଜିଲ୍ଲା ପରିକ୍ରମା ବୈତରଣୀ ନଦୀରେ ବନ୍ୟାକୁ ନେଇ ନଦୀକୂଳିଆ ଆତଙ୍କିତ, କୁଆଖିଆ-ଆଖଣ୍ଡଳମଣି ଜାତୀୟ ରାଜପଥ ବିଛିନ୍ନ ହେବା ଆଶଙ୍କା,...

ବୈତରଣୀ ନଦୀରେ ବନ୍ୟାକୁ ନେଇ ନଦୀକୂଳିଆ ଆତଙ୍କିତ, କୁଆଖିଆ-ଆଖଣ୍ଡଳମଣି ଜାତୀୟ ରାଜପଥ ବିଛିନ୍ନ ହେବା ଆଶଙ୍କା, ମୁଆଁ ସମେତ ୩ଟି ସ୍ଥାନରେ ନଦୀବନ୍ଧ ଦୁର୍ବଳ

15

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲଘୁଚାପ ପ୍ରଭାବରେ ବୈତରଣୀ ନଦୀର ଉପରମୁଣ୍ଡରେ ଲଗାଣବର୍ଷା ଯୋଗୁ ବୈତରଣୀ ନଦୀରେ ବଡଧରଣ ବନ୍ୟା ଦେଖାଦେଇଛି। ଆଖୁଆପଦା ଠାରେ ବୈତରଣୀନଦୀର ବନ୍ୟାଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବାରୁ ତଳମୁଣ୍ଡରେ ଅର୍ଥାତ୍ ଚାନ୍ଦବାଲି ବ୍ଲକର ଆରଡି, ଓଳଗ, ସୁନ୍ଦରପୁର, ନାନ୍ଦପୁର ଆଦି ନଦୀକୂଳିଆ ଲୋକ ଆତଙ୍କିତ ହୋଇ ପଡିଛନ୍ତି। ବିଶେଷକରି କୁଆଖିଆ-ଆଖଣ୍ଡଳମଣି ଜାତୀୟ ରାଜପଥ ବୋଡକ ନିକଟରେ ବୈତରଣୀ ନଦୀକୂଳ ଦେଇ ଯାଇଥିବାରୁ ଗତ ୨ବର୍ଷ ହେବ ୨ଶହ ଫୁଟର ରାସ୍ତା ନଦୀ ଆଡକୁ ଢଳି ରହିବା ସହ କିଛି ଅଂଶ ଦବି ଯାଇଛି। ବୈତରଣୀ ନଦୀରେ ଆସୁଥିବା ବନ୍ୟାପାଣି ରାସ୍ତାକୁ ବାଡାଇବାର ଆଶଙ୍କା ଦେଖାଦେଇଥିବାରୁ ଜାତୀୟ ରାଜପଥ ବିଭାଗ ପକ୍ଷରୁ ରାସ୍ତା କଡ଼ରେ ବାଉଁଶ ବାଡା ସହ କିଛି ବାଲିବସ୍ତା ପକାଯାଇଛି । ଏପଟେ ଧାମରା ଠାରେ ସମୁଦ୍ର ଅଶାନ୍ତ ହୋଇ ପଡ଼ିଥିବାରୁ ଉଚ୍ଚ ଜୁଆର ଢେଉ ବଢ଼ିବାରେ ଲାଗିଛି। ଯାହାକି ବୈତରଣୀ ନଦୀର ଉପରମୁଣ୍ଡରୁ ଆସୁଥିବା ବନ୍ୟାପାଣି ନିସ୍କାସନରେ ବାଧକ ସାଜି ପାରେ। ବୈତରଣୀ ନଦୀରେ ଏବେ ବନ୍ୟାପାଣି ଦୃତ ଗତିରେ ବୃଦ୍ଧି ପାଉଥିବାରୁ ଆରଡି ନିକଟ ମୁଆ କଜଳା ମାହାରା ନିକଟରେ ନଦୀବନ୍ଧ ଅତ୍ୟନ୍ତ ଦୁର୍ବଳ ଥିବା ବେଳେ, ସାଠିବାଙ୍କୁଡା ଓ ସୁନ୍ଦରପୁର ଗାଁ ନିକଟରେ ନଦୀବନ୍ଧ ଦୁର୍ବଳ ରହିଛି। ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ନଦୀକୂଳିଆ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.