Home ଜିଲ୍ଲା ପରିକ୍ରମା ବୈତରଣୀ ନଦୀରେ କମୁଛି ପାଣି; ବଢୁଛି ଦୁର୍ଦ୍ଦଶା, ଶହଶହ ଏକର ଚାଷଜମି, ଦୋହରା ଓ ବୋଡକ...

ବୈତରଣୀ ନଦୀରେ କମୁଛି ପାଣି; ବଢୁଛି ଦୁର୍ଦ୍ଦଶା, ଶହଶହ ଏକର ଚାଷଜମି, ଦୋହରା ଓ ବୋଡକ ଗାଁର ଅଧିକାଂଶ ଘରେ ଲହଡ଼ି ଭାଙ୍ଗୁଛି ବନ୍ୟାପାଣି, ସ୍ଥିତି ପରଖିଲେ ନିର୍ବାହୀ ଯନ୍ତ୍ରୀ

3

ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚାନ୍ଦବାଲିର ତଳିଆ ଅଂଚଳ ଭାବେ ପରିଚିତ ଆରଡି, ମୁଆ , ସନ୍ତରା, ସିଙ୍ଗିପୁର, ବାତୋଳ, ଶୀତଳପୁର, ଓଳଗ, ଷାଠି୍ୱାଙ୍କୁଡା ଦେଖାଦେଇଥିବା ବୈତରଣୀ ନଦୀର ବନ୍ୟା, କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଗତକାଲି ଠାରୁ ଆରଡି,ଓଳଗ , ବୋଡକ, ଦୋହରାପାଟଣା, ଅମୃତମଣୀ, ସୁନ୍ଦରପୁର, ଖଟୁଆପାଟଣା, ପାରଡିଆ, ଚମ୍ପାସାହି, ନାନ୍ଦପୁର, ପହଣା, କୋଇଲିଖିଆ , ପାଲଟପୁର, ବାଙ୍କମୁଆ ଆଦି ୨୦ଟି ଗାଁ ପ୍ରଭାବିତ ହୋଇଛି। ଏହି ଅଂଚଳରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ଏବେବି ବହୁ ଅଂଚଳ ଜଳମଗ୍ନ ହୋଇ ରହିଛି। ଆଖଣ୍ଡଳମଣି -କୁଆଖିଆ ୨୦ନମ୍ୱର ଜାତୀୟ ରାଜପଥର ବୋଡକ ନିକଟରେ ବୈତରଣୀ ନଦୀ କୂଳ ଲଘିଂବାରୁ ୨ଫୁଟ ଉଚ୍ଚରେ ବନ୍ୟାପାଣି ପ୍ରବାହିତ ହେଉଥିଲା, ସୋମବାର କମିବାରୁ ଯାତାୟତ ଧିରେଧିରେ ସ୍ୱଭାବିକ ହୋଇଥିଲା। ହେଲେ ଉକ୍ତ ୨୦ନମ୍ୱର ଜାତୀୟ ରାଜପଥର ମୁଆ ଘୋଷରା ଠାରେ ବନ୍‌୍ୟାପାଣି ପ୍ରବାହିତ ହେବା ସହ ଧାନଖଣିଆ-ଆରଡି ରାସ୍ତାର ସତସଙ୍ଗ କେନ୍ଦ୍ର ଠାରେ ବନ୍ୟାପାଣି ୨/୩ଫୁଟ ଉଚ୍ଚରେ ପ୍ରବାହିତ ହେଉଛି। ଏପରିକି ଶହଶହ ଏକର ଚାଷଜମି ଜଳମଗ୍ନ ହୋଇ ରହିଛି। ସେହିପରି ବୈତରଣୀ ନଦୀ ଆରଡି ପୀଠ ଠାରେ ସାଳନ୍ଦୀନଦୀରେ ମିଶିଥିବାରୁ ଉଭୟ ନଦୀ ଉଛୁଳା ରହିବା ସହ ଅନେକ ତଳିଆ ଅଂଚଳ ବନ୍ୟା ଘେରରେ ରହିଥିବା ବେଳେ ନଦୀକୂଳ ଦୋହରା ଓ ବୋଡକ କିଛି ସାହିରେ ବନ୍‌୍ୟାପାଣି ପଶିଛି। ଏପଟେ ରାଜ୍ୟ ଜଳସେଚନ ବିଭାଗର ନିର୍ବାହିଯନ୍ତ୍ରୀଙ୍କ ସହ ଏକ ୪ଜଣିଆ ଟିମ୍ ବୈତରଣୀ ନଦୀର ଷାଠିବାଙ୍କୁଡା, ବୋଡକ ଆଦି ସ୍ଥାନ ବୁଲି ଦେଖିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.