Home ଜିଲ୍ଲା ପରିକ୍ରମା ବୈତରଣୀ ନଦୀବନ୍ଧ ସୁରକ୍ଷା ଓ ଚଟାଣ କାର୍ଯ୍ୟ ନିମ୍ନମାନର, କାର୍ଯ୍ୟବେଳେ ରହୁନାହାନ୍ତି ଅଧିକାରୀ, ଚତୁର୍ଥ ଶ୍ରେଣୀ...

ବୈତରଣୀ ନଦୀବନ୍ଧ ସୁରକ୍ଷା ଓ ଚଟାଣ କାର୍ଯ୍ୟ ନିମ୍ନମାନର, କାର୍ଯ୍ୟବେଳେ ରହୁନାହାନ୍ତି ଅଧିକାରୀ, ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ମନମାନୀ

4

ଭଦ୍ରକ, ୩୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବିଧାୟକ ତଥା ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ନିକଟରେ ଧାମନଗର ବ୍ଲକ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ମାତ୍ର ଏବେ ସେହି କାର୍ଯ ନିମ୍ନମାନର ହେଉଛି। ପ୍ରକାଶ ଥାଉକି ବୈତରଣୀ ନଦୀ ବନ୍ଧର ବାମପାଶ୍ୱର ଷେଣ୍ଢପୁର-ମିଶ୍ରପୁର ପର୍ଯ୍ୟନ୍ତ ଉନ୍ନତିକରଣ ଓ ଗମନାଗମନ ସୁବିଧା ପାଇଁ ୨ କୋଟି ଟଙ୍କା ବ୍ୟୟ ଅଟକଳ ରେ କାର୍ଯ୍ୟ ହେଉଛି । ମାତ୍ର କାର୍ଯ୍ୟସ୍ଥଳରେ କୌଣସି ସୂଚନା ଫଳକ ନଥିବା ବେଳେ ଠିକାଦାର ମନମୁଖୀ ଭାବରେ କାମ କରୁଛନ୍ତି। ନିମ୍ନମାନର ନାଲି ମାଟି ସାଙ୍ଗକୁ ଡଷ୍ଟ ବି ସେପରି ଅତି ନିମ୍ନମାନର । ଯାହାକି ସେହି କାମ ହେଉଛି ରାସ୍ତାର ଦୁଇ ପାଖରେ ମାଟି ନ ପକାଇ ଘାସ ଚାଂଛି ଦେଇ କାମ କରୁଥିବା ଦେଖିବାକୁ ମିଳିଛି । ସେହିପରି ଦେହୁଡି ଆନନ୍ଦପୁର ପଂଚାୟତର ୨.୫ କୋଟି ଟଙ୍କା ବ୍ୟୟରେ ଆନନ୍ଦପୁର ଓ ଉତେଇପୁର ଠାରେ ବୈତରଣୀ ବାମପାଶ୍ୱ ନଦୀ ବନ୍ଧର ସୁରକ୍ଷା ଓ ସୁଦୃଢୀକରଣ (ଉତରବାହିନୀ ଘାଟ ନିର୍ମାଣ), ଆନନ୍ଦପୁର ଠାରେ ୧ କୋଟି ଟଙ୍କା ବ୍ୟୟରେ ଗେଙ୍ଗୁଟି ନଦୀବନ୍ଧ ର ଦକ୍ଷିଣ ପାଖ ଉନ୍ନତିକରଣ କାର୍ଯ୍ୟ କରା ଯାଉ ଥିଲେ ମଧ୍ୟ ଅତିନିମ୍ନ ମାନର କାର୍ଯ୍ୟ ହେଉଛି। ଉତର ବାହିନୀ ଘାଟ ନିକଟରେ ପଥର ଚଟାଣ କରାଯାଉଛି।ହେଲେ ନଦୀ ଭିତରୁ ପଥର ବିଛା ଯାଉନି।ତାପରେ ଅତି ଛୋଟ ଛୋଟ ପଥର ଲଗା ଯାଇଛି ଯାହାକି ବୈତରଣୀ ନଦୀରେ ବନ୍ୟା ହେଲେ ପ୍ରବଳ ସ୍ରୋତରେ ପଥର ଭାସି ଯିବାର ସମ୍ଭାବନା ବି ରହିଛି । ସବୁଠାରୁ ବଡ କଥା ହେଲା ଧାମନଗର ଜଳସେଚନ ବିଭାଗ ର ଜୈନିକ ଚତୁର୍ଥ ଶ୍ରେଣୀ ର କର୍ମଚାରୀ କନିଷ୍ଟ ଯନ୍ତ୍ରୀଙ୍କୁ ଉଠ ବସ କରାଇ ଠିକାଦାର ଙ୍କୁ ହାତ କରି ନିମ୍ନ ମାନର କାମ କରିବାରେ ସହଯୋଗ କରୁଛନ୍ତି । ସୂଚନା ଥାଉକି କି ଉକ୍ତ କାର୍ଯ ତଦାରଖ ପାଇଁ ଜଣେ ନବାଗତ କନିଷ୍ଟ ଯନ୍ତ୍ରୀ ଥିବା ବେଳେ ତାଙ୍କୁ ଏହି ଚତୁର୍ଥ ଶ୍ରେଣୀ କର୍ମଚାରୀ ଉମାକାନ୍ତ ଘୋଷ ଜେଇ କୁ ହାତକରି ଏପରି କାର୍ଯ୍ୟ କରୁଛନ୍ତି । ଯାହାକି କୋଟି କୋଟି ଟଙ୍କାର କାର୍ଯ୍ୟ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସପ୍ନ ଧୂଳିସାତ ହେବ। ସବୁଠାରୁ ବଡ କଥା ହେଲା ଏହି ସବୁ ବୃହତର କାର୍ଯ ଚାଲୁଥିବା ବେଳେ କାର୍ଯ୍ୟ ନିକଟରେ କେହି ଅଧିକାରୀ ରହୁନାହାନ୍ତି। ମାତ୍ର ଚତୁର୍ଥ ଶ୍ରେଣୀର କର୍ମଚାରି ଥର୍ଡ କଳା ଗାଡ଼ିରେ ବୁଲୁଥିବାର ଦେଖିବାକୁ ମିଳିଛି। ଅଫିସ ରେ କର୍ମଚାରୀ ଅଭାବରୁ ସବୁ କାର୍ଯ୍ୟ ସ୍ଥଳକୁ ଅଧିକାରୀ ଯିବା ସମ୍ଭବ ନୁହଁ ନଦୀବନ୍ଧ ଓ ଚଟାଣ କାର୍ଯ୍ୟ ଠିକ୍ କାମ ଚାଲିଚି ବୋଲି ଧାମନଗର ଜଳସେଚନ ବିଭାଗ ର ଏସଡିଓ ବିଜୟ ସେଠୀ ତାଙ୍କ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି । ତେବେ ନିର୍ମାଣ ଧିନ କାର୍ଯ୍ୟ କୁ ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ସରକାରୀ ଅର୍ଥ ସୁବିନିଯୋଗ କରାଯାଉବୋଲି କଂଗ୍ରେସ ନେତା ରମେଶ ଚନ୍ଦ୍ର ବେହେରା ଦାବି କରିଛନ୍ତି। ଏ ଦିଗରେ କଂଗ୍ରେସ ଦଳ ର ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଙ୍କୁ ଭେଟି ଅଭିଯୋଗ କରାଯିବ ବୋଲି ଶ୍ରୀ ବେହେରା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.