ଭଦ୍ରକ, ୧୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଓ ଯାଜପୁର ଜିଲା ସୀମାନ୍ତରେ ପ୍ରବାହିତ ବୈତରଣୀ ନଦୀର ବୋଡକ ଓ କୟା ଘାଟ ନିକଟସ୍ଥ ବୋଡକ ଗୁଣ୍ଡୁଣିପଡା ନଦୀ ପଠାରେ ଏକ ଗାଈ ଚରୁଥିବା ସମୟରେ ୧୪/୧୫ଫୁଟ ଲମ୍ବର ହିଂସ୍ର କୁମ୍ଭୀର ଝାମ୍ଫି ନେଇଥିଲା । ନିକଟରେ ଥିବା କିଛି ଲୋକ କୁମ୍ଭୀର ଘୋଡାଇ ଥିଲେ ମଧ୍ୟ ହିଂସ୍ର କୁମ୍ଭୀର ଗାଈଟିକୁ ମଝିନଇ କୁ ନେଇଯାଇଥିଲା । ଯାହାଫଳରେ ଆତଙ୍କିତ ହୋଇପଡିଛନ୍ତି ନଦୀକୂଳିଆ ଗାଁର ଲୋକ । ବୈତରଣୀ ନଦୀରେ ଏବେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ନଦୀ କୂଳ ଲଙ୍ଘୁଥିବାରୁ ଅନେକ ସମୟରେ ହିଂସ୍ର କୁମ୍ଭୀର ନଦୀ ପଠାରେ ଶୋଇ ରହୁଥିବା ସ୍ଥାନୀୟ ଲୋକ କହିଛନ୍ତି ।








