Home ଜିଲ୍ଲା ପରିକ୍ରମା ବୈତରଣୀ ଡାହାଣପାଶ୍ୱର୍ ନଦୀପଠାକୁ ଅବରୋଧ ଓ ବାମପାଶ୍ୱର୍କୁ ବନ୍ୟାଜଳ ଅଡାଇବା ମାମଲା, ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ...

ବୈତରଣୀ ଡାହାଣପାଶ୍ୱର୍ ନଦୀପଠାକୁ ଅବରୋଧ ଓ ବାମପାଶ୍ୱର୍କୁ ବନ୍ୟାଜଳ ଅଡାଇବା ମାମଲା, ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ପକ୍ଷରୁ ଯାଜପୁର ଓ ଭଦ୍ରକ ଜିଲାପାଳଙ୍କୁ ନୋଟିସ

49

ଭଦ୍ରକ, ୧୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ନଦୀର ଡାହାଣ ପାଶ୍ୱର୍ର ବିକାଶ ବାମପାଶ୍ୱର୍ ବିନାଶର କାରଣ ହୋଇଛି । ମାଳଆନନ୍ଦପୁର ଆନିକଟ ଠାରୁ ବଲ୍ଲଭିଘାଟ ପର୍ଯ୍ୟନ୍ତ ଦୀର୍ଘ ବାର କିଲୋମିଟର ବ୍ୟାପୀ ବିସ୍ତୀର୍ଣ୍ଣ ନଦୀପଠାକୁ କଂକ୍ରିଟକରଣ ମାଧ୍ୟମରେ ସରକାରଙ୍କ ପକ୍ଷରୁ ଅବରୋଧ କରାଯାଇଛି । ନଦୀର ପ୍ରାକୃତିକ ଗଠନ ଓ ପର୍ଯ୍ୟାବରଣକୁ ଏକପାଖିଆ ପରିବର୍ତ୍ତନ କରାଯାଇଛି । ଏହା ଦ୍ୱାରା କେବଳ ଡାହାଣପାଶ୍ୱର୍କୁ ମାତ୍ରାଧିକ ବନ୍ୟାସୁରକ୍ଷା ଦିଆଯିବା ସହ ବାମପାଶ୍ୱର୍କୁ ବନ୍ୟାଜଳ ଅଡାଇଦେବା ଲକ୍ଷ୍ୟରେ ନିଆଯାଉଥିବା ପଦକ୍ଷେପକୁ ଚ୍ୟାଲେଞ୍ଜ କରି ଜାତୀୟ ଗ୍ରୀନଟ୍ରିବ୍ୟୁନାଲରେ ମାମଲା ଋଜୁ ହୋଇଛି । ଏହି ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ଭଦ୍ରକ, ଯାଜପୁର ଜିଲ୍ଲାପାଳ, ରାଜ୍ୟ ଜଳସମ୍ପଦ ଓ ଜଙ୍ଗଲ ଓ ପରିବେଶ ବିଭାଗ ଆଦିକୁ ପକ୍ଷଭୁକ୍ତ କରାଯାଇଛି । ଏଥିନେଇ ଭର୍ଚୁଆଲ ମୋଡରେ ଗତ ଦଶ ତାରିଖରେ ଶୁଣାଣୀ ହୋଇ ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ଉଭୟ ଭଦ୍ରକ ଓ ଯାଜପୁର ଜିଲ୍ଲାପାଳଙ୍କୁ ଟ୍ରିବ୍ୟୁନାଲର ନ୍ୟାୟିକ ସଦସ୍ୟ ନ୍ୟାୟମୂର୍ତ୍ତି ବି. ଅମିତ ସ୍ଥାଲେକର ଓ ବିଶେଷଜ୍ଞ ସଦସ୍ୟ ନ୍ୟାୟମୂର୍ତ୍ତି ସିବଲ ଦାସଗୁପ୍ତା ନିର୍ଦ୍ଦେଶ ଦେଇଛନ୍ତି । ମାମଲା ପରବର୍ତ୍ତି ଶୁଣାଣୀ ଜୁଲାଇ ୧୯ ତାରିଖକୁ ଧାର୍ଯ୍ୟ କରାଯାଇଛି । ଏହି ନଦୀର ଜଳକୁ ଉଭୟ ଜିଲ୍ଲାବାସୀ ଚାଷ ଓ ଅନ୍ୟାନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରିବା ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି । ମାତ୍ର ବନ୍ୟାଜଳ ନିୟନ୍ତ୍ରଣ ସୁବିଧା ପାଇବା କ୍ଷେତ୍ରରେ ସଦାସର୍ବଦା ପାତରଅନ୍ତର କରାଯାଉଛି ବୋଲି ଭଦ୍ରକ ଜିଲ୍ଲାବାସୀଙ୍କ ପକ୍ଷରୁ କ୍ରମାଗତ ଅଭିଯୋଗ ହୋଇଆସୁଥିଲା । ଭଣ୍ଡାରିପୋଖରୀ ବ୍ଲକର କଣ୍ଟିଘାଇ, ବାଲିପୋଖରୀ ଏସକେପ, ଧାମନଗର ବ୍ଲକର ମଲ୍ଲିମାହାରା, ଗୌରାଙ୍ଗପୁର ଏସକେପ ଭଳି ସାତଟି ଏସକେପ ଦ୍ୱାରା ବନ୍ୟା ବିତ୍ପାତ ହେଉଛି । ଏବେ ଆଉ ଏକ ପାଦ ଆଗକୁ ଯାଇ ସରକାରଙ୍କ ପକ୍ଷରୁ ନଦୀର ଡାହାଣ ପାଶ୍ୱର୍ରେ ମାଳଆନନ୍ଦପୁର ଆନିକଟ ଠାରୁ ସୃଷ୍ଟି ହୋଇଥିବା ‘କୁଶେଇ ନଦୀ’ ପାଶ୍ୱର୍କୁ କଂକ୍ରିଟ କାନ୍ଥ ଦ୍ୱାରା ଅବରୋଧ କରାଯାଇ ବନ୍ୟାଜଳ ପ୍ରବାହକୁ ରୋକି ଦିଆଯାଉଛି । ଆଳଆନନ୍ଦପୁର ଠାରୁ ବୈତରଣୀ ନଦୀବନ୍ଧ ସଂଲଗ୍ନ ବିସ୍ତୀର୍ଣ୍ଣ ନଦୀପଠା ଏହା ଦ୍ୱାରା ଅବରୋଧ ହୋଇ ବନ୍ୟାଜଳ ଏକପାଖିଆ ଭାବେ ଭଦ୍ରକ ଜିଲ୍ଲାକୁ ପ୍ରବେଶ କରିବା ରାସ୍ତା ପରିଷ୍କାର କରିଦିଆଯାଇଛି । ଆଶ୍ଚର୍ଯ୍ୟର ବିଷୟ ଜଳସମ୍ପଦ ବିଭାଗ ପରିବର୍ତ୍ତେ ପୁର୍ତ୍ତ ବିଭାଗ ଏହି କାର୍ଯ୍ୟ କରୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.