Home ଓଡ଼ିଶା ବୈତରଣୀ ଓ ସାଳନ୍ଦୀ ନଦୀରେ ବନ୍ୟା ପରିସ୍ଥିତି ଜଟିଳ, ଧୋଇଗଲା ଆଖଣ୍ଡଳମଣି-କୁଆଖିଆର ୨ ଶହ ଫୁଟ...

ବୈତରଣୀ ଓ ସାଳନ୍ଦୀ ନଦୀରେ ବନ୍ୟା ପରିସ୍ଥିତି ଜଟିଳ, ଧୋଇଗଲା ଆଖଣ୍ଡଳମଣି-କୁଆଖିଆର ୨ ଶହ ଫୁଟ ରାସ୍ତା

56

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘ ୬ ଦିନରୁ ଉର୍ଦ୍ଧ୍ୱ ହେବ ଲଘୁଚାପ ପ୍ରଭାବରେ ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଏବେ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ୍‌ର ଆରଡି ସମେତ ଓଳଗ, ନାନ୍ଦପୁର, ସୁନ୍ଦରପୁର ୪ଟି ପଂଚାୟତର ତଳିଆ ଅଂଚଳ ଦେଇ ପ୍ରବାହିତ ହେଉଥିବା ବୈତରଣୀ ଓ ସାଳନ୍ଦୀ ନଦୀରେ ବନ୍ୟା ପରିସ୍ଥିତି ଜଟିଳ ହେବାରେ ଲାଗିଛି। ଏପରିକି ଉପର ମୁଣ୍ଡରୁ ଆସୁଥିବା ବଢିପାଣି ଓ ହଦଗଡ ଡ୍ୟାମ୍ ପାଣିରେ ଉଛୁଳିବାରେ ଲାଗିଛି ବୈତରଣୀ ଓ ସାଳନ୍ଦୀ ନଦୀ। ଫଳରେ ୨ ଦିନ ହେଲା ୨୦ ଟି ଗାଁ ଏବେ ବନ୍ୟା ଘେରରେ ରହିଛି। ବିଶେଷକରି ଆରଡି ନିକଟସ୍ଥ ବୋଡକ ଓ ଶୀତଳପୁର ଗାଁ ଦାଣ୍ଡରେ ୨ ଦିନ ହେବ ଆଣ୍ଠୁଏ ଉଚ୍ଚରୁ ଲହଡି ଭାଙ୍ଗୁଛି ବନ୍ୟାପାଣି। ସେହିପରି ବୈତରଣୀ ନଦୀରେ ବନ୍ୟାଜଳ ବୃଦ୍ଧି ପାଉଥିବାରୁ ବୋଡକ ନିକଟରେ କୂଳ ଲଂଘିବାରୁ ଆଖଣ୍ଡଳମଣି କୁଆଖିଆ ଜାତୀୟ ରାଜପଥର ୨ ଶହ ଫୁଟ୍ ରାସ୍ତା ଧୋଇଯିବାରୁ ଯାତାୟତ ଠପ୍ ହୋଇଯାଇଛି। ସେହିପରି ଆଖଣ୍ଡଳମଣି-ଚାନ୍ଦବାଲି ଓ ଆରଡି-ମତୋ ରାସ୍ତାର ୨ଟି ସ୍ଥାନରେ ୩ ଫୁଟ୍ ଉଚ୍ଚରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.