Home ଜିଲ୍ଲା ପରିକ୍ରମା ବନ୍ୟାଞ୍ଚଳ ଗସ୍ତ କଲେ ବଦ୍ରୀ, ତଳି ନଷ୍ଟ ପାଇଁ କ୍ଷତିପୂରଣ ଦାବିକଲେ

ବନ୍ୟାଞ୍ଚଳ ଗସ୍ତ କଲେ ବଦ୍ରୀ, ତଳି ନଷ୍ଟ ପାଇଁ କ୍ଷତିପୂରଣ ଦାବିକଲେ

34

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ବୈତରଣୀ ବନ୍ୟାରେ ଭଣ୍ଡାରିପୋଖରୀ ବ୍ଲକର ରହଣିଆ, ନୌରଙ୍ଗପୁର, ଦେଉଳପଦୀ, ମାଳଦା, ଭାଟଣା, ସାରଣା, ଚତୁର୍ଭୁଜପୁର, ରାମପୁର, ଷଠଙ୍ଗା ଆଦି ଜଳବନ୍ଦୀ ଗ୍ରାମକୁ ଆଜି ଅପରାହ୍ନରେ ଗସ୍ତ କରିଛନ୍ତି ବିଜେପି ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳ। ବୈତରଣୀ ନଦୀରେ ଜଳସ୍ତର ହ୍ରାସ ପାଇଥିଲେ ମଧ୍ୟ କଣ୍ଟିଘାଇ ମଧ୍ୟଦେଇ ପ୍ରବାହିତ ବ୍ୟାପକ ପରିମାଣ ବନ୍ୟାଜଳ ନିଷ୍କାସିତ ହୋଇପାରି ନଥିବାରୁ ମାଳଦା, ଷୋଳମପୁର, ନପଙ୍ଗ, କୋରିଗାଁ, ରହଣିଆ ଆଦି ପଞ୍ଚାୟତ ଗତ ୩ ଦିନଧରି ଜଳବନ୍ଦୀ ହୋଇ ରହିଛି। ଏହି ପଞ୍ଚାୟତଗୁଡିକର ବିଭିନ୍ନ ଗ୍ରାମ୍ୟରାସ୍ତାରେ ଉପରେ ୩ଫୁଟ ବନ୍ୟାଜଳ ପ୍ରବାହିତ ହୋଇ ଯୋଗଯୋଗ ବିଚ୍ଛିନ୍ନ ରହିଛି। ଏଥିସହ ନଦୀପଠାରେ ଥିବା ବନ୍ଦାଳୋ-ମଢିଆଳି ଓ ଝୁଟୁଣା ପଞ୍ଚାୟତ ମଧ୍ୟ ଜଳବନ୍ଦୀ ହୋଇ ରହିଛି। ଲଘୁଚାପ ଜନିତ ଲଗାଣ ବର୍ଷା ଓ ବନ୍ୟା ଫଳରେ ଗୃହପାଳିତ ପଶୁଗୁଡିକ ଗତ ୮ ଦିନ ଧରି ଗୃହବନ୍ଦୀ ହୋଇ ରହିଛନ୍ତି। ବନ୍ୟାଜଳ ପ୍ଳାବିତ ଅଞ୍ଚଳରେ ଶହ ଶହ ହେକ୍ଟର ଚାଷଜମିରେ ଧାନତଳି ପଚି ନଷ୍ଟ ହୋଇଯାଇଛି। ପୁନର୍ବାର ଧାନତଳି ପକାଇବାକୁ ଆଉ ସମୟ ନଥିବାରୁ ସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ ଧାନତଳି ଯୋଗାଇବା ସହ ଗୃହପାଳିତ ପଶୁମାନଙ୍କ ପାଇଁ ରିଲିଫ ଯୋଗାଇବାକୁ ଶ୍ରୀ ଧଳ ଦାବି କରିଛନ୍ତି। ରହଣିଆ ସରପଞ୍ଚ ରଞ୍ଜନ କୁମାର ପରିଡା ଓ ନୌରଙ୍ଗପୁର ଗ୍ରାମବାସୀମାନେ ଶ୍ରୀ ଧଳଙ୍କ ସହ ବନ୍ୟାଞ୍ଚଳ ଗସ୍ତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.