Home ଜିଲ୍ଲା ପରିକ୍ରମା ବୈତରଣୀରେ ବନ୍ୟା ଛାଡ଼ିବା ପରେ, ଧୋଇଯାଇଛି ୨୦ ନମ୍ବର ଜାତୀୟ ରାଜପଥ, ବିପଦରେ ଆଖଣ୍ଡଳମଣି-କୁଆଖିଆ ମୁଖ୍ୟରାସ୍ତା

ବୈତରଣୀରେ ବନ୍ୟା ଛାଡ଼ିବା ପରେ, ଧୋଇଯାଇଛି ୨୦ ନମ୍ବର ଜାତୀୟ ରାଜପଥ, ବିପଦରେ ଆଖଣ୍ଡଳମଣି-କୁଆଖିଆ ମୁଖ୍ୟରାସ୍ତା

4

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ନଦୀରେ ଦେଖା ଦେଇଥିବା ବନ୍ୟା ଦୀର୍ଘ ୭ଦିନ ପରେ ଛାଡ଼ି ଯାଇଛି। ହେଲେ ଭଦ୍ରକ ଜିଲ୍ଲାର ସୀମାନ୍ତବର୍ତୀ ଚାନ୍ଦବାଲି ବ୍ଲକର ୪ଟି ପଂଚାୟତର ଘଟାଇଛି ବ୍ୟାପକ କ୍ଷୟକ୍ଷତି ବିଶେଷ ଭାବେ ପ୍ରଭାବିତ ହୋଇଛି ଚାଷ। ବ୍ଲକର ଆରଡି, ଓଳଗ, ନାନ୍ଦପୁର, ସୁନ୍ଦରପୁର ୪ଟି ପଂଚାୟତର ୨୦ ଗାଁ ପ୍ରଭାବିତ ହୋଇଛି। ସେହିପରି ଆଖଣ୍ଡଳମଣି-କୁଆଖିଆ ୨୦ନମ୍ୱର ଜାତୀୟ ରାଜପଥର ୍େୱାଡକ ନିକଟରେ ୧କିମି ରାସ୍ତା ଧୋଇଯିବା ସହ ନଦୀକୁ ସୁରକ୍ଷା ପାଚେରୀ ଢଳି ରହିଥି୍ୱାରୁ ରାସ୍ତାରେ ଫାଟ ସୃଷ୍ଟି ହୋଇଛି । ଫଳରେ ବିପଦପୂର୍ଣ୍ଣ ଭାବେ ଯାଆଆସ କରୁଛନ୍ତି ପଥଚାରୀ ଓ ଛୋଟବଡ ଯାନବାହନ, ସେହିପରି ଅନେକ ଗାଁ ରାସ୍ତା ଓ ମୁଖ୍ୟ ରାସ୍ତା ଧୋଇ ଯାଇଥିବାରୁ ଯାତାୟତରେ ନାନା ଅସୁବିଧା ଦେଖାଦେଇଛି। ବନ୍ୟାପାଣି ଉଜାଡି ଦେଇଛି ଚାଷଜମିର ସାରଦ ଧାନତଳି। ଏବେବି ବହୁ ଚାଷଜମି ଜଳମଗ୍ନ ହୋଇ ରହିଛି। ସେହିପରି ବହୁ କଚାଘର ଧୋଇ ଯାଇଥିବାରୁ ଉଜୁଡା ଘରକୁ ସଜାଡିବାରେ ଲାଗିପଡିଛନ୍ତି ବିପନ୍ନ। ସେହିପରି ହଜାରହଜାର ଗୃହପାଳିତ ପଶୁ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଏବେ ସରକାରୀ ସହାୟତାକୁ ଅପେକ୍ଷାରେ ଚାହିଁ ରହିଛନ୍ତି ବିପନ୍ନ ଓ ଚାଷୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.