ଭଦ୍ରକ, ୨୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ୍ ଧୂଷୁରୀ ଥାନା ଅଂଚଳରେ ଏବେ ଚୋରା ବେପାର ସାଙ୍ଗକୁ ନାନାଦି ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଧୁଷୁରୀ ଥାନା ଅଧୀନରେ ଧାମନଗର ଏବଂ ଚାନ୍ଦବାଲି ବ୍ଲକର ୨୩ଟି ପଂଚାୟତ ରହିଛି। ଏହି ଅଂଚଳ ବିଭିନ୍ନ ଦୃଷ୍ଟିରୁ ସମ୍ବେଦନଶୀଳ ଅଂଚଳ ଭାବେ ପରିଗଣିତ ହୋଇଆସୁଛି। କିଛିଦିନ ଧରି ଏହି ଅଂଚଳରେ ଜୁଆ ଖେଳ ବ୍ୟାପକ ମାତ୍ରାରେ ବୃଦ୍ଧି ପାଇଛି। କେତେକ ସ୍ଥାନରେ । ପ୍ରତିଦିନ ଦିନ ବେଆଇନ ଜୁଆଆଡ଼ା ଚାଲୁଥିବା ବେଳେ ପୂଜା ପାର୍ବଣ ପାର୍ବଣରେ ଯାତ୍ରା ନାଁ’ରେ ଏହା ଅଧିକ ଭାବେ ଚାଲୁଥିବା ଦେଖିବାକୁ ମିଳିଛି। ସେହିପରି ଧୂଷୁରୀ ଥାନା ଅଂଚଳ ଚୋରା କୋଇଲା ମାଫିଆଙ୍କ ଭୂସ୍ୱର୍ଗ ପାଲଟିଗଲାଣି। ତିହିଡି ଅଞ୍ଚଳରୁ ପ୍ରତିଦିନ ଏକାଧିକ ଗାଡିରେ ବେତାଳିଗାଁ, ସହିଦନଗର, ଅସୁରାଳି, ଧୂଷୁରୀ, କୋଠାର ଆଦି ବାଟ ଦେଇ ରାତିରେ ବେଆଇନ ଭାବେ ଚୋରାରେ ଟନ୍ ଟନ୍ କୋଇଲା ଯାଜପୁର, କେନ୍ଦ୍ରାପଡା, କେନ୍ଦୁଝର ଆଦି ଜିଲ୍ଲାକୁ ଚାଲାଣ ଚାଲିଛି । ସେହିପରି ବିଭିନ୍ନ ଛକ ବଜାର ସମେତ ମଠ ମନ୍ଦିର ଆଦି ନିକଟରେ ଖୋଲମ ଖୋଲା ଧଳା ଜହର ଭଳି ନିଶା ସହ ମଦ । ଗଞ୍ଜେଇ କାରବାର ହେଉଛି। ବିଭିନ୍ନ ପାନ ଓ ଚା’ ଦୋକାନରେ ସବୁ ନିଶା ଜିନିଷ ମିଳୁଥିବା ଜଣାଯାଇଛି। ଏସବୁ ଅସାମାଜିକ । କାର୍ଯ୍ୟକୁ ନିର୍ଦିଷ୍ଟ କେତେକ ବ୍ୟକ୍ତି ଚଳାଇଥିବା ବେଳେପୁଲିସର ଭୂମିକା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ଜୁଆ ଓ ନିଶା କବଳରେ ଅଳ୍ପ ବୟସର ଯୁବକ ଛାତ୍ର ପଡ଼ି ବରବାଦ୍ ହେଉଛନ୍ତି । ଅନେକ ପରିବାର ଉଜୁଡିଯାଇଥିବା ବେଳେ ଦୈନିକ ଅସାମାଜିକ କାର୍ଯ୍ୟ ହେଉଛି। ସମସ୍ତ ବେଆଇନ ବେପାର ବିଷୟରେ ପୁଲିସ ଜାଣିଥିଲେ ବି କିଛି ନଜାଣିଲା ଭଳି କାର୍ଯ୍ୟକରୁଛି। କିଛି ଦଲାଲୁ ଥାନା ପୁଲିସକୁ ଏକ୍ଷେତ୍ରରେ ନିୟନ୍ତ୍ରଣ କରୁଛନ୍ତି। ଏବେ ଏବେ ନିର୍ବାଚନ ନିର୍ବାଚ ସମୟ ହୋଇଥିବାରୁ ଅସାମାଜିକ କାର୍ଯ୍ୟ ପ୍ରତି ତୀକ୍ଷ୍ଣ ନଜର ଦେବାର ଆବଶ୍ୟକତା ରହିଛି। ଧୂଷୁରୀ ପୁଲିସ ଭୂମିକାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଜିଲ୍ଲା ପୁଲିସ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବା ପାଇଁ ଦାବି ହେଉଛି।








