Home ଜିଲ୍ଲା ପରିକ୍ରମା ବେଦମାତା ଓ ମହାକାଳୀ ବେଶରେ ପୂଜା ପାଇଛନ୍ତି ମା’ ଭଦ୍ରକାଳୀ, ଆଜି ମା’ଙ୍କର ରାଜ ରଜେଶ୍ୱରୀ...

ବେଦମାତା ଓ ମହାକାଳୀ ବେଶରେ ପୂଜା ପାଇଛନ୍ତି ମା’ ଭଦ୍ରକାଳୀ, ଆଜି ମା’ଙ୍କର ରାଜ ରଜେଶ୍ୱରୀ ବେଶ

10

ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ପରମ ବୈଷ୍ଣବୀ ମା’ ଭଦ୍ରକାଳୀଙ୍କ ସପ୍ତ ମାତୃକା ବେଶର ପ୍ରଥମ ଦିନ ସୋମବାର ମା’ ବେଦମାତା ବେଶରେ ପୂଜା ପାଇଛନ୍ତି। ମା’ଙ୍କ ର ଏହି ବେଶକୁ ଦର୍ଶନ କରିବା ନିମନ୍ତେ ପୀଠରେ ପ୍ରବଳ ଗହଳି ଲାଗିଥିଲା। ବେଦ ମାତା ବେଶରେ ମା ହଳଦିଆ ପାଟ ବସ୍ତ୍ର ପରିଧାନ କରି ସ୍ୱର୍ଣ୍ଣ ରୌପ୍ୟ ଅଳଙ୍କାରରେ ସୁସଜ୍ଜିତ ହୋଇଥିଲେ। ବାମ ହସ୍ତ ଯୁଗଳରେ ବେଦ ଓ ଗଦା ଧାରଣ କରିଥିବା ବେଳେ ଦକ୍ଷିଣ ହସ୍ତ ଯୁଗଳରେ ଜପା ମାଳି ଓ ପଦ୍ମ ଧାରଣ କରିଥଲେ। ମା’ ଙ୍କର ମୁଖ ମଣ୍ଡଳ ହଳଦି ବର୍ଣ୍ଣ ଥିବା ବେଳେ ମା’ ହଂସ ବାହନରେ ବିରାଜମାନ କରିଛନ୍ତି। ଶାସ୍ତ୍ର ମତ ଅନୁସାରେ ସୃଷ୍ଟି କର୍ତା ବ୍ରହ୍ମା ପାଳନ କର୍ତା ବିଷ୍ଣୁ ଓ ସଂହାର କର୍ତା ମହେଶ୍ୱର ଙ୍କ ଆରାଧ୍ୟ ହେଉଛନ୍ତି ବେଦ ମାତା ସେଥିପାଇଁ ତାଙ୍କୁ ଦେବ ମାତା ବୋଲି କୁହାଯାଏ। ସେ ସମସ୍ତ ଦେବତା ମାନଙ୍କୁ ସ୍ନେହ ମମତା ବଂଟନ କରନ୍ତି। ସମସ୍ତ ବେଦ ର ସରତତ୍ୱ ମା’ ବେଦ ମାତା ଙ୍କୁ ଜ୍ଞାନ ଗଙ୍ଗା ବୋଲି କୁହାଯାଏ। ବେଦ ମାତା ବେଶରେ ଦର୍ଶନ କଲେ ଭକ୍ତ ର ଜ୍ଞାନ ଚକ୍ଷୁ ଉନ୍ମୁକ୍ତ ହୁଏ, ଭକ୍ତର ଆତ୍ମା ଶୁଦ୍ଧି ଓ ପବିତ୍ର ହୁଏ। ପୀଠ ରେ ଗୁରୁ ପୂଜା, ସୂର୍ଯ୍ୟ ପୂଜା,ପଂଚଦେବତ। ପୂଜା ପରେ ମାନସିକ କଳସ ଶୋଭା ଯାତ୍ରା ବାହାରିଥିଲା। ମାନସିକ ଭକ୍ତ ମାନେ ମୁଣ୍ଡ ରେ ଘଟ ଧରି ପାରମ୍ପାରିକ ବାଦ୍ୟ ସହ ବେଦ ପାଠ, ନାମ ସଙ୍କୀର୍ତନ, ନୃତ୍ୟ ର ତାଳେ ତାଳେ ଶୋଭାଯାତ୍ରା ରେ ଯାଇ ପବିତ୍ର ସାଳନ୍ଦୀ ନଦୀ ର ଆହାର ପଦ। ଘାଟ ରୁ ଜଳ ଆଣିଥିଲେ। କଳସ ମଣ୍ଡପ ରେ ଘଟ ସ୍ଥାପନ କରିବା ପରେ ଶାସ୍ତ୍ରୀୟ ବ୍ରାହ୍ମଣ, ଆଚାର୍ଯ୍ୟ ମାନଙ୍କ ଦ୍ୱାରା ମହାଯଜ୍ଞ ର ଶୁଭାରମ୍ଭ ହୋଇଥିଲା। ସନ୍ଧ୍ୟା ବେଳେ ମା ଙ୍କ ର ଦିବ୍ୟ ଆଳତୀ ଦର୍ଶନ ନିମନ୍ତେ ପୀଠରେ ଭିଡ଼ ଲାଗିଥିଲା। ସାଂସ୍କୃତିକ ସନ୍ଧ୍ୟା ର ପ୍ରଥମ ସନ୍ଧ୍ୟା ରେ ଗାୟକ ପ୍ରବୀର ସନାତନ ଦାସ ଙ୍କ ର ପାଲା ପରିବେଷଣ ଭକ୍ତ ମାନଙ୍କ ମନ ମୋହି ଥିଲା। ମଙ୍ଗଳ ବାର ମା ଭକ୍ତ ମାନଙ୍କୁ ମହା କାଳୀ ବେଶ ରେ ଦର୍ଶନ ଦେଇଛନ୍ତି। ଭକ୍ତ ମାନେ ଧାଡ଼ି ବାନ୍ଧି ଧୂପ, ଦ୍ୱୀପ ନୈବେଦ୍ୟ ଦେଇ ମା ଙ୍କ ଆଶୀର୍ବାଦ କାମନା କରିଥଲେ। ମା ଭଦ୍ରକାଳୀ ପୀଠ ରେ ବର୍ଷ ସାରା ଶାନ୍ତ, ସୌମ୍ୟ ରୂପ ରେ ପୂଜା ପାଇଥାନ୍ତି। ମା ମଙ୍ଗଳ ମୟୀ, କଲ୍ୟାଣ କାରୀ ଅଟନ୍ତି। କୋଳରେ ବାଳ ଗୋପାଳ ଙ୍କ ବିଗ୍ରହ କୁ ଧାରଣ କରି ଥିବାରୁ ସେ ଜଗତ ର ପାଳନ କର୍ତି ଓ ସ୍ନେହ ମୟୀ ଅଟନ୍ତି। ସପ୍ତ ମାତୃକା ବେଶ ର ଦ୍ୱିତୀୟ ଦିବସ ରେ ସେ ମୁକ୍ତ କେଶ।, ରକ୍ତ ଜିହ୍ୱା, ମୁଣ୍ଡ ମାଳିନୀ, ଖଡଗ ଧାରିଣୀ ଉଗ୍ର ଓ ରୁଦ୍ର ରୂପ ରେ ଭକ୍ତ ମାନଙ୍କୁ ଦର୍ଶନ ଦେଇ ଥାନ୍ତି। ମହାକାଳୀ ବେଶ ଦର୍ଶନ କଲେ ଭକ୍ତ ର ଗର୍ବ, ଅହଙ୍କାର ବିନାଶ ହୋଇଥାଏ, ଭକ୍ତ ଆସୁରିକ ପ୍ରବୃତି ରୁ ମୁକ୍ତି ପାଇ ସତ୍ୟ, ଧର୍ମ ପଥ ଅନୁସରଣ କରିଥାଏ। ପୀଠ ରେ ଗୀତା ପାଠ, ଶତ ଚଣ୍ଡୀ ପାଠ, ହୋମ ଯଜ୍ଞ ଚାଲୁ ରହିଛି। ପ୍ରତ୍ୟେକ ଦିନ ମାଙ୍କର ଅନ୍ନ ପ୍ରସାଦ ଭକ୍ତ ମାନଙ୍କୁ ମନ୍ଦିର ପ୍ରଶାସନ ତରଫରୁ ମାଗଣା ଦିଆ ଯାଉଛି। ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟ କ୍ରମ ଭକ୍ତ ମାନଙ୍କୁ ଆକର୍ଷିତ କରୁଛି। ମନ୍ତ୍ରୀ, ବିଧାୟକ, ସାଂସଦ, ବରିଷ୍ଠ ରାଜନେତା ଏବଂ ପ୍ରାଶାସନିକ ଅଧିକାରୀ ମାନେ ପୀଠକୁ ଯାଇ ମା ଙ୍କ ର ଆଶୀର୍ବାଦ କାମନା କରୁଛନ୍ତି। ଆଜି ମା’ ରାଜ ରଜେଶ୍ୱରି ବେଶରେ ପୂଜା ପାଉଛନ୍ତି। ପୀଠର ନିଆରା ଆଧ୍ୟାତ୍ମିକ ପରିବେଶ ଭକ୍ତ ମାନଙ୍କୁ ଆକର୍ଷିତ କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.