
ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବେଟି ବଚାଓ ବେଟି ପଢାଓ ର ୧୦ବର୍ଷ ପୂର୍ତି ଉପଲକ୍ଷେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ର ଉଦଯାପନ ଉତ୍ସ୍ୱ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ଭଦ୍ରକ ନିୟନ୍ତ୍ରିତ ବଜାର କମିଟି,ବାଇପାସ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଏହି ପରିପ୍ରେକ୍ଷୀରେ ବହୁ ସଂଖ୍ୟକ ମହିଳା ସମାବେଶ ହୋଇଥିବା ବେଳେ ନାରୀ ମାନଙ୍କର ପ୍ରଗତି,ନାରୀ ସଶକ୍ତିକରଣ,ଶିକ୍ଷା ଠୁଁ ଦୀକ୍ଷା ସର୍ବାଗ୍ରେ ନାରୀ ବୋଲି ପ୍ରମୁଖ ବକ୍ତା ମାନେ ଅଭିଭାଷଣ ପ୍ରଦାନ କରିଥିଲେ।ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ଦିଲୀପ ରାଉତରାଏ ଯୋଗଦାନ କରି ନାରୀମାନଙ୍କ ସହନଶୀଳ ଶକ୍ତି ଯୁଗଯୁଗ ଧରି ରହିଆସିଛି,ଆଉ ସବୁ ପ୍ରତିଭା ର ଶୀର୍ଷରେ ନାରୀ ପହଂଚିଛନ୍ତି ବୋଲି ଉଲ୍ଲେଖ କରିଥିଲେ ।ସେଥିପାଇଁ କନ୍ୟା ସନ୍ତାନ ର ସୁରକ୍ଷା ସମସ୍ତଙ୍କ ପାଇଁ ଆଶୀର୍ବାଦ ହେଉ ବୋଲି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଲାଭ କରି ପ୍ରଶଂସା ସାଉଁଟି ଥିବା ପ୍ରତିଭାଧାରିଣୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ବିଗତ ବର୍ଷ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ,କ୍ରିଷ୍ଣା କୁମାରୀ ମହାରଣା,ରଶ୍ମିପ୍ରଭା ସାହୁ,ମହିଳା ଓ ଶିଶୁ ମାନଙ୍କ ପାଇଁ ଉତମ ପୋଲିସ ଦାୟିତ୍ୱ ବହନ କରିଥିବା ଜିଲ୍ଲା ପୋଲିସ କାର୍ଯ୍ୟାଳୟ ର ଅଧିକାରିଣୀ ମୋନାଲିସା କର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଏ .ଏନ୍ .ଏମ ଅନିମା ରାଉତ,ମାଣିକେଶ୍ୱରୀ ମହିଳା ସଙ୍ଘ ର ସମ୍ପାଦିକା ତପ ଜ୍ୟୋତ୍ସ୍ନା ଗିରୀ,କ୍ରୀଡା ରେ ସ୍ଲିପିକା ରାଉତ, ସୁ ପ୍ରଶାସିକା ଭାବେ ତନ୍ମିତା କର ଙ୍କୁ ପ୍ରଶଂସାପତ୍ର ସହ ବେଟି ବଚାଓ ବେଟି ପଢାଓ ଚମ୍ପିୟାନ ସ୍ମାରକ ସମ୍ବର୍ଦ୍ଧିନା ପ୍ରଦାନ କରାଯାଇଥିଲା । ତତସହ ପଦ୍ମିନୀ ସାମଲ, ଲୋପାମୁଦ୍ରା ଦାସ ଭଳି ଆହୁରି ଅନେକ ଶିଶୁଯତ୍ନ ଅନୁଷ୍ଠାନ ର ଅନ୍ତେବାସୀନି କନ୍ୟାମାନଙ୍କୁ ସେମାନଙ୍କର କୃତି ପ୍ରତିଭା ନିମନ୍ତେ ପୁରସ୍କୃତ କରାଯାଇଥିଲା। ଏହି ସମାବେଶ ସଭାରେ ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ଅଧିକାରୀ ସରୋଜ ଦତ,ଅତିରିକ୍ତ ଉପଜିଲ୍ଲାପାଳ ଶ୍ୟାମଳ ରାୟ,ସମାଜ ମଙ୍ଗଳ ଅଧିକାରିଣୀ ପୁଷ୍ପଲତା ପାତ୍ର,ସୁରକ୍ଷା ଅଧିକାରିଣୀ ଚନ୍ଦ୍ର ସାହୁ,ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ବାଲ୍ୟ ବିବାହ ସଂଯୋଜକ ପ୍ରଦ୍ୟୁତ ରାଉତ , ସିରାଜ ସମେତ ଶିଶୁ ସୁରକ୍ଷା ୟୁନିଟ ର ଆଇନ ପ୍ରୋବେସନ ଅଧିକାରୀ ସୁବ୍ରତ ଦାସ ସମେତ ଅନ୍ୟାନ୍ୟ କର୍ମକର୍ତା ପରିଚାଳନା ରେ ସହଯୋଗ କରିଥିଲେ ।