Home ଜିଲ୍ଲା ପରିକ୍ରମା ବେଙ୍ଗାଲୁରୁରେ ମହାଲକ୍ଷ୍ମୀଙ୍କୁ ହତ୍ୟା ଘଟଣାରେ ମୁକ୍ତିରଞ୍ଜନ ମଝିଆ ଭାଇକୁ ଛାଡିଦେବାକୁ ବେଙ୍ଗାଲୁରୁ ପୁଲିସକୁ ନିବେଦନ କଲେ...

ବେଙ୍ଗାଲୁରୁରେ ମହାଲକ୍ଷ୍ମୀଙ୍କୁ ହତ୍ୟା ଘଟଣାରେ ମୁକ୍ତିରଞ୍ଜନ ମଝିଆ ଭାଇକୁ ଛାଡିଦେବାକୁ ବେଙ୍ଗାଲୁରୁ ପୁଲିସକୁ ନିବେଦନ କଲେ ମା ବାପା, ୩ଦିନ ହେଲା ଭୋକ ଉପାସରେ ଦିନ କାଟୁଛନ୍ତି ପରିବାର, ଓଡିଶା ପୁଲିସ ସହାୟତ ପାଇଁ ଏସପିଙ୍କୁ ଭେଟିବେ ମୁକ୍ତିରଞ୍ଜନନ ଭାଇ ଶକ୍ତିରଞ୍ଜନ

5

ଭଦ୍ରକ, ୧୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ମହାଲକ୍ଷ୍ମୀ ହତ୍ୟା ଘଟଣା ରେ ଓଡ଼ିଶାରୁ ଫେରିବ ବେଙ୍ଗାଲୁରୁ (କର୍ଣାଟକ) ପୁଲିସ । ଅଭିଯୁକ୍ତକୁ ଧରିବା ପାଇଁ ଆସିଛି ସତ , ଭଦ୍ରକ ପୁଲିସର ସହାୟତା ମଧ୍ୟ ନେଇଛି । କିନ୍ତୁ ଅଭିଯୁକ୍ତ ଆତ୍ମହତ୍ୟା କଥା ଜାଣିବା ପରେ ବି ମୃତ ମୁକ୍ତିରଞ୍ଜନ ରାୟର ସାନଭାଇକୁ ଅକଥନୀୟ ଥାର୍ଡ଼ ଡିଗ୍ରୀ ଦେଇଛି । ମଝିଆ ଭାଇକୁ ବାଙ୍ଗାଲୋରରେ ଅଟକ ରଖିଥିଲା , ହେଲେ ଏବେ ତାହାସହ ପରିବାର ଲୋକଙ୍କର ଯୋଗାଯୋଗ ହୋଇପାରୁନଥିବାରୁ ପରିବାର ଲୋକଙ୍କୁ ଭୟ ଘାରିଛି । ଏମିତି କି ବେଙ୍ଗାଲୁରୁରେ ମୁକ୍ତିଙ୍କୁ ମାଡ ମାରିଥିବା ଲୋକଙ୍କୁ କଣ ପାଇଁ ଧରୁ ନାହିଁ ତାହା ବି ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ବେଙ୍ଗାଲୁରୁ ପୁଲିସ ମୁକ୍ତିଙ୍କ ପରିବାରକୁ କି ନ୍ୟା ଦେବ ବୋଲି ପ୍ରଶ୍ନ ଉଠିଲାଣି । ଏପଟେ ବେଙ୍ଗାଲୁରୁ ପୁଲିସିକୁ ହାତ ଯୋଡି ନିବେଦନ କରି କହିଛନ୍ତିକି ତାଙ୍କ ମଝିଆ ପୁଅକୁ ଛାଡିବା ପାଇଁ । ହତ୍ୟା ପୂର୍ବରୁ ବହୁ ନିର୍ଯାତନା ର ଶିକାର ହୋଇଥିଲା ମୁକ୍ତିରଞ୍ଜନ ରାୟ । ଆଉ ମହାଲକ୍ଷ୍ମୀ ଗୁଣ୍ଡା ଲଗାଇ ମଧ୍ୟ ବିଭିନ୍ନ ସମୟରେ ନିସ୍ତୁକ ମାଡ ମାରୁଥିବା କହିଛନ୍ତି ତାଙ୍କ ସାନଭାଇ ଶକ୍ତିରଞ୍ଜନ । ଏମିତିକି ନିଜେ ବଂଚିବା ପାଇଁ ହତ୍ୟା କରିଥିଲେ ବୋଲି ଆତ୍ମହତ୍ୟା ପୂର୍ବରୁ ସାନ ଭାଇ ଓ ମାଙ୍କୁ କହିବା ସହ ଡାଏରୀ ଓ ସୁଇସାଇଡ ନୋଟରେ ଲେଖିଯାଇଛି ମୁକ୍ତିରଞ୍ଜନ । ମୁକ୍ତିରଞ୍ଜନର ମା ଏବେ ଚାଂଚଲ୍ୟକର ବୟାନ ଦେଇଛକି ମହାଲକ୍ଷ୍ମୀ ତାଙ୍କ ପୁଅ କୁ ଧମକ ଦେଉଥିଲା ଲକ୍ଷେ ଟଙ୍କା ନଦେଲେ ଗୁଣ୍ଡା ଲଗାଇ ହାଣି ଦେବାକୁ ମଧ୍ୟ ଧମକ ଦେଉଥିବା ନେଇ ପୁଅ ଶେଷଥର ପାଇଁ ଫୋନରେ ଜଣାଇଥିଲା । ବେଙ୍ଗାଲୁରୁ ପୁଲିସ ଅଟକ ରଖିଥିବା ପୁଅକୁ ଛାଡିବା ପାଇଁ ଓଡିଶା ପୋଲିସକୁ ହାତଯୋଡି ନିବେଦନ କରିଛନ୍ତି ମା ଓ ସାନଭାଇ । ମୁକ୍ତିରଞ୍ଜନ ଗାଁ କୁ ଆସି ଆତ୍ମହତ୍ୟା କରିବା ପୂର୍ବରୁ ନିଜ ମା ଓ ଭାଇକୁ କହିଥିବା ସମସ୍ତ କଥା ହେବେ ଲୋକଲୋଚନକୁ ଆସିବା ପରେ ଘଟଣା ନୂଆ ମୋଡରେ ପହଁଚିଛି । ମୁକ୍ତିରଞ୍ଜନ ହତ୍ୟା କରିଥିବା ମହିଳା ଯିଏକି ମହାଲକ୍ଷ୍ମୀ ମୁକ୍ତିରଞ୍ଜନକୁ ଦୀର୍ଘ ୨ ବର୍ଷରୁ ଉର୍ଦ୍ଧ ହେବ ପରିବାର ଠାରୁ ଦୂରେଇ ନେଇ ନିଜ ଆୟତରେ ରଖିବା ସହ କମ୍ପାନୀରୁ ପାଉଥିବା ସମସ୍ତ ଟଙ୍କା ନେଇଯିବା ସହିତ ମାନସିକ ନିର୍ଯାତନା ଦେଇ ଆସୁଥିଲା ।ଏପରିକି ଗତ ଅଗଷ୍ଟମାସରେ ମହାଲକ୍ଷ୍ମୀ ମୁକ୍ତି ରଞ୍ଜନ ଙ୍କୁ ଲକ୍ଷେ ଟଙ୍କା ମାଗିଥିଲା । ପୁଅ ଦେଇ ନପାରିବାରୁ ବାରମ୍ବାର ଗୁଣ୍ଡା ଲଗାଇ ମାଡ ମାରୁଥିଲା । ଏପରିକି ମହାଲକ୍ଷ୍ମୀ ରହୁଥିବା ଆପାଟମେଂଟକୁ ମୁକ୍ତିରଞ୍ଜନକୁ ଡାକି ତାହା ପାଖରେ ରହିବା ପାଇଁ କହୁଥିଲା, ଯଦି ନରହିବ ଜୀବନରୁ ମାରିଦେବାକୁ ବାରମ୍ବାର ଧମକ ଦେଇ ଆସୁଥିଲା । ଏପରିକି ଚଳିତମାସ ୩ ତାରିଖରେ ମହାଲକ୍ଷ୍ମୀ ନିଜ ଆପାଟମେଂଟକୁ ଡାକି ଟଙ୍କା ମାଗିବା ସହ ମୁକ୍ତିରଞ୍ଜନ ପିନ୍ଧିଥିବା ସୁନା ମୁଦି ଓ ହାର ନେଇଯିବାରୁ ଉଭୟଙ୍କ ମଧ୍ୟରେ ଦ୍ୱନ୍ଦ ଦେଖା ଦେବା ସହିତ ପ୍ରଥମେ ମହାଲକ୍ଷ୍ମୀ ଏକ ମାରଣାଅସ୍ତ୍ର ଧରି ହାଣିଦେବାକୁ କହିବାରୁ ମୁକ୍ତିରଞ୍ଜନ ନିଜର ଜୀବନ ବଂଚାଇବାକୁ ଯାଇ ମହାଲକ୍ଷ୍ମୀକୁ ହତ୍ୟା ଓ ପରେ ହାଣି ଖଣ୍ଡଖଣ୍ଡ କରିଥିବାର ଘଟଣା ଗୋଟିଗୋଟି କରି କହିଯାଇଛି ମୁକ୍ତିରଞ୍ଜନ । ଯାହାକି ମା କୁଞ୍ଜଲତା ଓ ସାନଭାଇ ଶକ୍ତିରଞ୍ଜନ ଏବେ କହିଛନ୍ତି । ଏପରି ଚାଂଚଲ୍ୟ ବୟାନ ଏବେ ଘଟଣାର ନୂଆ ମୋଡ ନେଇଛି । ଯାହାକୁ ନେଇ ଏବେ ବେଙ୍ଗାଲୁରୁ ପୁଲିସ ଅଟକ ରଖିଥିବା ମଝିଆ ଭାଇ ସ୍ମୃତିରଞ୍ଜନକୁ ଛାଡିବା ପାଇଁ ପରିବାର ଲୋକ ଓ ଗ୍ରାମବାସୀ ଓଡିଶା ପୁଲିସକୁ ନିବେଦନ କରିଛନ୍ତି । ଏଥିସହ ମୁକ୍ତିରଞ୍ଜନଙ୍କ ସାନ ଭାଇ କହିବା ଅନୁଯାୟୀ ମୋ ଭାଇ ଯେତେବେଳେ ଆତ୍ମହତ୍ୟା କଲା ତା ପୂର୍ବରୁ ମୋତେ ଓ ମୋ ମାକୁ ଘଟଣାର ସବୁ ସତକଥା ଗୋଟିଗୋଟି କରି କହିଥିଲା । ଏପରିକି ମହାଲକ୍ଷ୍ମୀ ପାଇଁ ଅସମ୍ପୁର୍ଣ୍ଣ ରହିଥିବା ଘର ପୂର୍ଣ୍ଣାଙ୍ଗ କରିପାରିନଥିବା ବେଳେ ବାପା, ମା ଓ ଦୁଇ ଭାଇଙ୍କ ପାଇଁ ମଧ୍ୟ କିଛି କରିପାରି ନାହାନ୍ତି । ତେବେ ଆତ୍ମହତ୍ୟ।। ପରେ ଛାଡି ଯାଇଥିବା ଡାଏରୀ ରେ ହତ୍‌ଯା ଘଟଣାର ସମସ୍ତ କଥା ଗୋଟି ଗୋଟି କରି ଲେଖିଥିଲେ ବୋଲି ମଧ୍ୟ ଆରଡି ଓ ଧୁଷୁରୀ ପୋଲିସ ଆମକୁ ଅନ୍ଧାରରେ ରଖି ସମସ୍ତ ଜିନିଷ ବେଙ୍ଗାଲୁରୁ ପୁଲିସକୁ ହସ୍ତାନ୍ତର କରିଛି । ହେଲେ ଡାଏରୀରେ କଣ ଲେଖିଥିଲା ସେ ନେଇ ପରିବାର ଲୋକେ କିଛି ଜାଣି ପାରିଲେ ନାହିଁ । ଫଳରେ ଧୁଷୁରୀ ଥାନା ଅଧିକାରୀ, ଆରଡି ଫାଣ୍ଡି ଅଧିକାରୀ ଓ ଏସପି ଙ୍କୁ ଭେଟିବେ ବୋଲି କହିଛନ୍ତି ଶକ୍ତିରଞ୍ଜନ ଓ ତାଙ୍କ ମା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.