Home ଜିଲ୍ଲା ପରିକ୍ରମା ବେଆଇନ ମାଙ୍କଡ଼ା ବୋଝେଇ ଟ୍ରକ ଜବତ, ୩୧ ହଜାର ଜରିମାନା

ବେଆଇନ ମାଙ୍କଡ଼ା ବୋଝେଇ ଟ୍ରକ ଜବତ, ୩୧ ହଜାର ଜରିମାନା

62

ଛତିଆ, ୨୪।୬ (ଓଡ଼ିଆ ପୁଅ/ଶରତ ନାୟକ) ଯାଜପୁର ଜିଲ୍ଲା ଦର୍ପଣ ତହସିଲ ଅନ୍ତର୍ଗତ ବାଲିଚନ୍ଦ୍ରପୁର ଠାରେ ଏକ ବେଆଇନ ମାଙ୍କଡ଼ା ବୋଝେଇ ପଥର ଟ୍ରକ ତହସିଲଦାରଙ୍କ ପକ୍ଷରୁ ଜବତ କରାଯାଇଛି। ଯେଉଁଥିପାଇଁ ୩୧ ହଜାର ଦୁଇ ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଏନେଇ ତହସିଲଦାର ଦୀପକ କୁମାର ସେଠୀ ସୂଚନା ଦେଇଛନ୍ତି କି ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ମାଣ୍ଡୁକା ଠାରେ ଆଜି ଏହି ଟ୍ରକ କୁ ଜବତ କରାଯାଇଛି।

ଦର୍ପଣ ତହସିଲ ଅଞ୍ଚଳରେ ବେଆଇନ ଭାବେ ବେଆଇନ ଭାବେ ମାଙ୍କଡ଼ା ପଥର ସହିତ ବାଲି ଓ ମୋରମ ଆଦି ଚାଲାଣ ହେଉଛି।

ଏହି ସବୁ ବେପାରୀ ମାନେ ସୁଯୋଗ ଓ ସମୟ ଦେଖି ଏହି ବ୍ଯବସାୟ ଜାରି ରଖିଛନ୍ତି। ଯେଉଁଥିପାଇଁ ଖାଲ ଖମାରେ ଅଞ୍ଚଳର ପରିପୁର୍ଣ୍ଣ ହେବା ସହିତ ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହରାଉଛନ୍ତି।

ତେବେ ବର୍ତ୍ତମାନର ତହସିଲଦାର ଶ୍ରୀ ସେଠୀ ଏହା ଉପରେ ଅଧିକ ଗୁରୁତ୍ବ ଦେଇ ରୋରା ବେପାରୀ ଓ ଖନନ କାରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ଓ ସେମାନଙ୍କ ବିରୋଧରେ ଏହି ଭଳି ଚଢାଉ ଜାରି ରହିବ ବୋଲି ତହସିଲଦାର ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.