Home ଅପରାଧ ବେଆଇନ ଭାବେ କିଡନୀ ପ୍ରତିରୋପଣ ମାମଲା; ୨ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଦେବାକୁ ମୁଖ୍ୟ...

ବେଆଇନ ଭାବେ କିଡନୀ ପ୍ରତିରୋପଣ ମାମଲା; ୨ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ କମିଶନ ନିର୍ଦ୍ଦେଶ

333

ଭୁବନେଶ୍ୱର୨୮ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବରଗଡ ଜିଲ୍ଲାର ଅନିଲ୍ କୁମାର ସ୍ୱାମୀଙ୍କ କିଡନୀକୁ ତାଙ୍କ ପଡୋଶୀ ରାଘବ ରାମ ଦୋରାଙ୍କ ଶରୀରରେ ଆପୋଲ ହସ୍ପିଟାଲରେ ପ୍ରତିରୋପଣ କରାଯାଇଥିଲା । ଯାହା ସଂପୂର୍ଣ୍ଣ ବେଆଇନ ଭାବେ କରାଯାଇଥିଲା । ଏହାକୁ ନେଇ ଅନିଲ୍ ବରଗଡ ଟାଉନ ଥାନାରେ ଅଭିଯୋଗ କରିଥିଲେ । ମାନବାଧିକାର କର୍ମୀ ଅଖଣ୍ଡ ଏହି ଘଟଣାରେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ପିଟିସନ ଦାଖଲ କରିଥିଲେ । କିଡନୀ ଚୋରି ମାମଲାରେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଆପୋଲୋ ହସ୍ପିଟାଲ୍ ପକ୍ଷରୁ କରାଯାଇଥିବା ଯୁକ୍ତିକୁ କମିଶନ ଖାରଜ କରି ଦେବା ସହ ହସ୍ପିଟାଲ୍ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି। ପୀଡିତଙ୍କୁ ଛଅ ସପ୍ତାହ ମଧ୍ୟରେ ୨ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।ସୂଚନାଯୋଗ୍ୟ, ୨୦୧୩ ମସିହାରେ ବରଗଡ ଜିଲ୍ଲାର ଅନିଲ୍ କୁମାର ସ୍ୱାମୀଙ୍କ କିଡନୀକୁ ତାଙ୍କ ପଡୋଶୀ ରାଘବ ରାମ ଦୋରାଙ୍କ ଶରୀରରେ ଆପୋଲ ହସ୍ପିଟାଲରେ ପ୍ରତିରୋପଣ କରାଯାଇଥିଲା । ଯାହା ସଂପୂର୍ଣ୍ଣ ବେଆଇନ ଭାବେ କରାଯାଇଥିଲା । ଏହାକୁ ନେଇ ୨୦୧୬ ଜାନୁୟାରୀ ୩ରେ ଅନିଲ୍ ବରଗଡ ଟାଉନ ଥାନାରେ ଅଭିଯୋଗ କରିଥିଲେ । ସେହି ମାସ ୫ ତାରିଖରେ ମାନବାଧିକାର କର୍ମୀ ଅଖଣ୍ଡ ଏହି ଘଟଣାରେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ପିଟିସନ ଦାଖଲ କରିଥିଲେ । ସ୍ୱାସ୍ଥ୍ୟ ସଚିବ ଓ ମୁଖ୍ୟ ଶାସନ ସଚିବଙ୍କୁ ଏ ନେଇ ରିପୋର୍ଟ ତଲବ କରାଯାଇଥିଲା । ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟରୁ ଏହି କିଡନୀ ପ୍ରତ୍ୟାରୋପଣ ବେଆଇନ ବୋଲି ଜାଣିବା ପରେ କମିଶନ ଗତ ଅଗଷ୍ଟ ମାସରେ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ ଯେ ଏହି ବେଆଇନ କାର‌୍ୟ୍ୟ ପାଇଁ ସଂପୃକ୍ତ ହସ୍ପିଟାଲର ପଞ୍ଜିକରଣ ରଦ୍ଦ କରିବା ସହିତ ପୀଡିତଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ। ଏହି ନିର୍ଦ୍ଦେଶ ବିରୋଧରେ ଆପୋଲ ହସ୍ପିଟାଲ୍ ପକ୍ଷରୁ ହାଇକୋର୍ଟରେ ଏକ ମାମଲା କରାଯାଇଥିଲା । ଆପୋଲ ହସ୍ପିଟାଲକୁ ପକ୍ଷ ରଖିବା ଲାଗି ସୁଯୋଗ ଦେବା ଲାଗି କୋର୍ଟ କହିଥିଲେ । ସେହି ଅନୁସାରେ ଗତ ସେପ୍ଟେମ୍ବର ୧୨ ତାରିଖରେ ଆପୋଲୋ ହସ୍ପିଟାଲ୍ ପକ୍ଷରୁ କମିଶନଙ୍କ ପାଖରେ ଏକ ପିଟିସନ୍ ଦିଆଯାଇଥିଲା । ସେଥିରେ କୁହାଯାଇଥିଲା ଯେ ପ୍ରକୃତ କିଡନୀ ଦାତା ଜୟରାମ ଦୋରା ଥିଲେ । କିନ୍ତୁ ତାଙ୍କ ସ୍ଥାନରେ ଭୁଲରେ ଅନିଲ ସ୍ୱାମୀଙ୍କୁ ହସ୍ପିଟାଲ୍ କର୍ତ୍ତୃପକ୍ଷ ଜୟରାମ ଦୋରା ବୋଲି ଭାବିଥିଲେ । କିନ୍ତୁ ଏହାକୁ କମିଶନ ଅଗ୍ରାହ୍ୟ କରିଦେବା ସହିତ କହିଛନ୍ତି ଯେ, ଜଣେ କିଡନୀ ଦାତାଙ୍କ ଫଟୋ ଉଠାଯାଇଥିବା ବେଳେ ତାଙ୍କ ସ୍ଥାନରେ ଆଉ ଜଣଙ୍କର କିଡନୀ ସେହି ହସ୍ପିଟାଲରେ କାଢିବା କଳ୍ପନାତୀତ । ତେଣୁ ହସ୍ପିଟାଲ୍ ଯୁକ୍ତିରେ କୌଣସି ଆଧାର ନାହିଁ । ଟ୍ରାନସପ୍ଲାଂଟେସନ୍ ଅଫ୍ ହ୍ୟୁମାନ ଅର୍ଗାନ୍ ଓ ଟିସୁ ଆକ୍ଟ ୧୯୯୪ର ଧାରା ୧୬ ଅନୁସାରେ  ହସ୍ପିଟାଲ୍ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନେବା ସହିତ ଏ ସମ୍ପର୍କିତ ରିପୋର୍ଟ ଦାଖଲ କରିବା ପାଇଁ କମିଶନ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ପାଳନ ନ ହେଲେ ମାନବାଧିକାର ସୁରକ୍ଷା ଆଇନ ୧୯୯୩ ଧାରା ୧୩ ଅନୁସାରେ କଡା ପଦକ୍ଷେପ ନିଆଯିବ ବୋଲି କମିଶନ ତାଙ୍କ ନିର୍ଦ୍ଦେଶନାମାରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.