Home ଜିଲ୍ଲା ପରିକ୍ରମା ବେଆଇନ ବାଲି ଚାଲାଣ ଉପରେ ଅତର୍କିତ ଚଢ଼ାଉ, ୨ଟ୍ରାକ୍ଟର ଗୋଟିଏ ହାଇୱା ଜବତ୍

ବେଆଇନ ବାଲି ଚାଲାଣ ଉପରେ ଅତର୍କିତ ଚଢ଼ାଉ, ୨ଟ୍ରାକ୍ଟର ଗୋଟିଏ ହାଇୱା ଜବତ୍

5

ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ପୋଲିସ୍ ପକ୍ଷରୁ ବେଆଇନ୍ ବାଲି ଚାଲାଣ ଉପରେ ଅତର୍କିତ ଚଢ଼ାଉ କରି ୨ଟ୍ରାକ୍ଟର ସହ ଗୋଟିଏ ବାଲି ବୋଝେଇ ହାଇୱା ଜବତ୍ ହୋଇଛି। ଭଦ୍ରକ-ଆନନ୍ଦପୁର ୫୩ନଂ ରଜ୍ୟ ରାଜପଥରେ ଚଢାଉ କରାଯାଇ ବନ୍ତ ପୋଲିସ୍ ପକ୍ଷରୁ ୨ଟି ଟ୍ରାକ୍ଟର ଓ ଗୋଟିଏ ବାଲି ବୋଝେଇ ହାଇୱା ଜବତ୍ କରାଯାଇଛି । ତେବେ ଥାନଧିକାରୀ ସୁପ୍ରକାଶ ମହାନ୍ତିଙ୍କ ନେତୃତ୍ୱରେ ଗଠନ ହୋଇଥିବା ଏକ ସ୍ୱତନ୍ତ୍ର ଟିମ୍ ପକ୍ଷରୁ ଚଢ଼ାଉ କରାଯାଇ ନିକଟସ୍ଥ କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲ ଅଂଚଳର ବିଭିନ୍ନ ବେଆଇନ ବାଲି ଘାଟରୁ ବାଲି ଉତୋଳନ କରାଯାଇ ଭଦ୍ରକ-ଆନନ୍ଦପୁର ରାସ୍ତାରେ ପରିବହନ କରାଯାଉଥିବା ବେଳେ ପୋଲିସ୍ ସେମାନଙ୍କୁ ଅଟକାଇ ବାଲି ଚାଲାଣ ପାଇଁ କାଗଜପତ୍ର ତନଖି କରିଥିଲା । ଏହି ସମୟରେ ଚାଳକ ମାନେ କୌଣସି ଉପଯୁକ୍ତ କାଗଜପତ୍ର ଦେଖାଇ ନପାରିବାରୁ ଗାଡ଼ି ଗୁଡ଼ିକୁ ପୋଲିସ ଘଟଣା ସ୍ଥଳରୁ ଜବତ୍ କରି ଥାନାକୁ ନେବା ସହ ୧୦୨/୨୬ ଓ ୧୦୩/୨୬ ମୂଳେ ଦୁଇଟି ପୃଥକ ମାମଲା ରୁଜ୍ଜୁ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.