Home ଜିଲ୍ଲା ପରିକ୍ରମା ବେଆଇନ ବାଲି ଖାଦାନକୁ ନେଇ ଜିଲ୍ଲାପ୍ରଶାସନ ଚିନ୍ତାରେ,ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳଙ୍କୁ ନିର୍ଦ୍ଦେଶ

ବେଆଇନ ବାଲି ଖାଦାନକୁ ନେଇ ଜିଲ୍ଲାପ୍ରଶାସନ ଚିନ୍ତାରେ,ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳଙ୍କୁ ନିର୍ଦ୍ଦେଶ

4

ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଷେଣ୍ଠପୁର ଓ ସୋହଡା ଅଂଚଳରେ ପ୍ରବାହିତ ବୈତରଣୀ ନଦୀ ପଠା ରୁ ବେଆଇନ ବାଲି ଚାଲାଣ ହେଉ ଥିବା ଅଭିଯୋଗ ଉପରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଲାଗି ଭଦ୍ରକ ଜିଲାପାଳଙ୍କୁ ରାଜ୍ୟ ଇସ୍ପାତ ଓ ଖଣି ବିଭାଗ ନିର୍ଦ୍ଦେଶ ଦେଇଛନ୍ତି । ସମ୍ପୃକ୍ତ ଅଂଚଳରେ ପରିବେଶ ଅସନ୍ତୁଳନର ଆଶଙ୍କା ରହିଛି। ତା’ ଛଡା ନଦୀବନ୍ଧକୁ କ୍ଷତି ପହଂଚୁଥିବାରୁ କୃତ୍ରିମ ବନ୍ୟାର ଆଶଙ୍କା ସୃଷ୍ଟି କରୁଛି ବୋଲି ଅଭିଯୋଗକାରୀ ଦର୍ଶାଇଛନ୍ତି। ସେହିପରି ବେଆଇନ ବାଲି ଚାଲାଣ ଯୋଗୁଁ ସରକାରଙ୍କ ବିପୁଳ ରାଜସ୍ୱ ମଧ୍ୟ ହାନି ହେଉଛି। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଯିବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ବୋଲି ଅଭିଯୋଗକାରୀ ଦର୍ଶାଇଛନ୍ତି। ବିଭାଗୀୟ ଅଧିକାରୀମାନେ ସେମାନଙ୍କ ଦାୟିତ୍ୱ ବୋଧ କୁ ଭୁଲି ଯାଇଛନ୍ତି ବୋଲି ଅଭିଯୋଗପତ୍ରରେ ଦର୍ଶାଯାଇଛି। ସୁଚନା ଥାଉକି ଧାମନଗର ଦେଇ ପ୍ରବାହିତ ବୈତରଣୀ ନଦୀର ଏକାଧିକ ସ୍ଥାନରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇଆସୁଛି । ସେଣ୍ଡପୁର ଘାଟରୁ ବାଲି ମାଫିଆ ବିନା ପରିବେଶ ଅନୁମତି, ବିଭାଗୀୟ ଅନୁମତି ଅଥବା ପରିବହନ ଅନୁମତି ନ ଥାଇ ସମ୍ପୂର୍ଣ୍ଣ ବେଆଇନ ଭାବେ ନଦୀ ପଠା ରୁ ବାଲି ଉଠାଉଛନ୍ତି। ଖଣି ବିଭାଗର ଅଧିକାରୀ ଓ ତହସିଲ ର୍କୃପକ୍ଷଙ୍କ ସହ ମଧୁ ଚନ୍ଦ୍ରିକା କାରଣରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ନେଇ ଜୈନିକ ଆଇନଜୀବୀ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ଅଭିଯୋଗ କରିଛନ୍ତି। ମାଫିଆ ମାନେ ମେସିନ ସାହାଯ୍ୟରେ ନଦୀ ପଠା କୁ ଖୋଳୁ ଛନ୍ତି ଏବଂ ଟ୍ରାକ୍ଟର/ ଅନ୍ୟ ମାଲ ଗାଡିରେ ବାଲି ପରିବହନ କରୁଛନ୍ତି। ସେମାନେ କେବଳ ଗ୍ରୀନ ଟ୍ରିବ୍ୟୁନାଲ ଓ ସର୍ବୋଚ୍ଚ ନ୍ୟାୟାଳୟ ବେଆଇନ ବାଲି ଖାଦାନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ବରୁ ନିର୍ଦ୍ଦେଶ ନିବେଦନ କରାଯାଇଛି। ଏଥି ସହ ବାଲି ପରିବହନ କରୁଥିବା ଗାଡି ଗୁଡିକର ଜିପିଏସ ଟ୍ରାକିଂ ବ୍ୟବସ୍ଥା, ବାଲି ଖାଦାନରେ ସିସିଟିଭି ଦେଇଥିଲେ ହେଁ ଏଠାରେ ତାହା ସମ୍ଭବ ହେଉ ନାହିଁ ବୋଲି ଦର୍ଶାଯାଇଛି। ତେବେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ନଦୀ ପଠାର ସୁରକ୍ଷା ଓ ପରିବେଶ ସନ୍ତୁଳନ କୁ ସୁନିଶ୍ଚିତ କରିବା ଲାଗି ପଦକ୍ଷେପ ନେବାକୁ ଉକ୍ତ ଅଭିଯୋଗପତ୍ରରେ ଜଣାଯାଇଛି। ତେବେ ଏହିସବୁ ଅଭିଯୋଗ ଉପରେ ତଦନ୍ତ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ଇସ୍ପାତ ଓ ଖଣି ବିଭାଗର ଉପ ସଚିବ ଲଘୁଜ ଖଣି ନିର୍ଦ୍ଦେଶକ, ଓଡ଼ିଶା ଏବଂ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ସୂଚନା ଥାଉକି ସେଣ୍ଡପୂର୍ ସ୍ଥିତ ବୈତରଣୀ ପୋଲ ନିକଟରୁ ଏ ପରି ବେଆଇନି ବାଲି ଉଠାଇବା ଦ୍ୱାରା ପୋଲ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.