Home କେନ୍ଦୁଝର ବେଆଇନ ବାଲିଉତୋଳନ ବେଳେ ୩ ଟ୍ରାକ୍ଟର ଜବତ

ବେଆଇନ ବାଲିଉତୋଳନ ବେଳେ ୩ ଟ୍ରାକ୍ଟର ଜବତ

139

ଘଟଗାଁ,୪/୦୩- କେନ୍ଦୁଝର ଜିଲ୍ଲା ଘଟଗାଁ ବନାଚଂଳ ଅଧିନସ୍ଥ ଅଟେଇ ସଂରକ୍ଷିତ ଜଙ୍ଗଲ ଡଙ୍ଗାଧର ନାଳରୁ ବେଆଇନ ଭାବେ ବାଲି ଉତୋଳନ ବେଳେ ତିନୋଟି ଟ୍ରାକ୍ଟରକୁ ବନବିଭାଗ ଜବତ କରିଛି । ଜବତ ଟ୍ରାକ୍ଟର ଗୁଡିକ ସ୍ଥାନୀୟ ଅଂଚଳର ବୋଲି ଜଣାପଡିଛି । ବନବିଭାଗ ପକ୍ଷରୁ ରାତ୍ର ପେଟ୍ରୋଲିଙ୍ଗ ସମୟରେ ବାଲି ଉତୋଳନ କରାଯାଉଥିବା ଦେଖିବାକୁ ପାଇ ଉକ୍ତ ସ୍ଥାନରେ ଚଢାଉ କରାଯାଇଥିଲା । ବନକର୍ମଚାରୀ ମାନଙ୍କୁ ଦେଖି ଟ୍ରାକ୍ଟର ଚାଳକ ମାନେ ଘଟଣା ସ୍ଥଳରୁ ପଳାଇବାକୁ ସକ୍ଷମ ହୋଇଥିବା ବେଳେ ଟ୍ରାକ୍ଟର ଗୁଡିକୁ ବନବିଭାଗ ଜବତ କରି ବନ କାର୍ଯ୍ୟାଳୟକୁ ଆଣିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.