Home ଜିଲ୍ଲା ପରିକ୍ରମା ବେଆଇନ କରତକଳରେ ଚଢ଼ାଉ : ୬୦ ସିପ୍ଟ କାଠ ସହ ଯନ୍ତ୍ରାଂଶ ଜବତ

ବେଆଇନ କରତକଳରେ ଚଢ଼ାଉ : ୬୦ ସିପ୍ଟ କାଠ ସହ ଯନ୍ତ୍ରାଂଶ ଜବତ

3

ଭଦ୍ରକ, ୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ଅଞ୍ଚଳରେ ଚାଲୁଥିବା ବେଆଇନ କରତକଳ ଉପରେ ବନ ବିଭାଗ ପକ୍ଷରୁ ଗୁରୁବାର ଭୋର ସମୟରେ ଚଢ଼ାଉ କରାଯାଇ ବ୍ୟାପକ ପରିମାଣରେ କାଠ ଓ ଯନ୍ତ୍ରାଂଶ ଜବତ କରାଯାଇଛି। ଏଥିରେ ୬୦ ସିପ୍ଟ କାଠ ସହ ଯନ୍ତ୍ରାଂଶ ଜବତ ହୋଇଛି। ବନ ବିଭାଗ ସୂଚନା ଅନୁଯାୟୀ, ଧାମନଗର ବନାଞ୍ଚଳ କାର୍ଯ୍ୟାଳୟ ଅଧୀନ ଦେହୁଡି ଆନନ୍ଦପୁର ଉତେଇପୁର ଅଞ୍ଚଳରେ ଦୀର୍ଘଦିନ ଧରି ବେଆଇନ କରତକଳ ଚାଲୁଥିବା ନେଇ ଗୁପ୍ତ ସୂଚନା ମିଳିଥିଲା। ଏହାପରେ ଜିଲ୍ଲା ବନ ଅଧିକାରୀ ସୌଭାଗ୍ୟ କୁମାର ସାହୁଙ୍କ ନିର୍ଦ୍ଦେଶରେ ଗୁରୁବାର ସକାଳ ପ୍ରାୟ ୫ଟାରେ ଏକ ବିଶେଷ ଦଳ ଗଠନ କରାଯାଇ ଛଡାଉ ହୋଇଥିଲା। ଏଥିରେ ଏ.ସି.ଏଫ୍ ସୁମିତ କୁମାର ମହାନ୍ତିଙ୍କ ନେତୃତ୍ୱରେ ଧାମନଗର ବନାଞ୍ଚଳ ଅଧିକାରୀ ବବୁଲ ମଲିକ, ବନପାଳ ବସନ୍ତ କୁମାର ମାଝି, କୃଷ୍ଣଚନ୍ଦ୍ର ବାସ୍କେ, ବନରକ୍ଷୀ ପୀତବାସ ଶଙ୍ଖୁଆ, ରେବତୀ ତ୍ରିପାଠୀ ଓ ଧାମନଗର ପୋଲିସ ମିଳିତ ଭାବେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ କରତକଳର ଯନ୍ତ୍ରାଂଶଗୁଡିକୁ ଗ୍ୟାସ କଟର ଦ୍ୱାରା କାଟି ନଷ୍ଟ କରାଯାଇଥିବା ବେଳେ, ବିଭିନ୍ନ ପ୍ରଜାତିର ପ୍ରାୟ ୫୦ରୁ ୬୦ ସିପ୍ଟ ମୂଲ୍ୟବାନ କାଠ ଜବତ କରି ଧାମନଗର ବାନବିଭାଗ କାର୍ଯ୍ୟାଳୟକୁ ନେଇଯାଇଥିଲେ। ଏହି ଘଟଣା ସମ୍ପର୍କରେ ବନାଞ୍ଚଳ ଅଧିକାରୀ ବବୁଲ ମଲିକ କହିଛନ୍ତି ଯେ, ବେଆଇନ କରତକଳ ବିରୋଧରେ ଅଭିଯାନ ଆଗାମୀ ଦିନରେ ଆହୁରି ଚଡାଉ ହେବ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.