Home ଜିଲ୍ଲା ପରିକ୍ରମା ବେଆଇନ୍ ସ’ ମିଲ୍ ଉପରେ ଚଢାଉ

ବେଆଇନ୍ ସ’ ମିଲ୍ ଉପରେ ଚଢାଉ

16

ଭଦ୍ରକ, ୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ରାଜ୍ୟ ସରକାରଙ୍କ ଫରେଷ୍ଟ ୱିଙ୍ଗର ଭିଜିଲାନ୍ସ ବିଭାଗ ପକ୍ଷରୁ ଭଦ୍ରକ ଜିଲାର ବାସୁଦେବପୁର ଥାନା ଅଧୀନସ୍ଥ କମାରପୁରରେ ଦୀର୍ଘବର୍ଷ ହେବ ଚାଲିଥିବା ଏକ ବେଆଇନ୍ ସ’ ମିଲ୍ ଉପରେ ଚଢାଉ କରାଯାଇଛି। ଏହି ଚଢାଉରେ ପ୍ରାୟ ୧୫.୮୧ ସିଫ୍ଟ ମୂଲ୍ୟବାନ କାଠଗଡ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ୮୮ ହଜାର ଟଙ୍କା ହେବ। ଏହି ସ’ ମିଲ୍‌ଟି ବିନା ଲାଇସେନ୍ସରେ ଚାଲୁଥିବାରୁ ଓଡ଼ିଶା ସ’ ମିଲ୍ ଏଣ୍ଡ ସଫ୍ଟି କେଂଟ୍ରାଲ ଆକ୍ଟ ୧୯୯୧ ସେକ୍ସନ ୪ ଅନୁସାରେ କେଶ୍ ନଂ ୬/୨୫-୨୬ ମୂଳେ ଏକ ମାମଲା ରୁଜୁ ହୋଇଛି। ଏହି ଚଢାଉରେ ବାସୁଦେବପୁର ଓ ଭଦ୍ରକ ବନ୍ୟ ପ୍ରାଣୀ ବିଭାଗର ପଦାଧିକାରୀମାନେ ଉପସ୍ଥିତ ଥାଇ ତଦନ୍ତ କରୁଥିବାର ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.