Home ଜିଲ୍ଲା ପରିକ୍ରମା ବେଆଇନ୍ ବାଲି, ମାଟି ଉଠାଣ ଓ ଇଟାଭାଟି ରୋକିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ

ବେଆଇନ୍ ବାଲି, ମାଟି ଉଠାଣ ଓ ଇଟାଭାଟି ରୋକିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ

6

ଭଦ୍ରକ, ୧୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ଗୁଜିଦରଡା ଫାଣ୍ଡି ଅଂଚଳରେ ଇଟା ବୋଝେଇ ଟ୍ରାକ୍ଟର ୪ ବର୍ଷର ନାବାଳିକା ଉପରେ ଚଢିଯିବା ଦ୍ୱାରା ମୃତ୍ୟୁ ହେବା ଫଳରେ ପ୍ରଶାସନର ଚେତା ପଶିଛି। ଏହି ଇଟା ବୋଝେଇ ଟ୍ରାକ୍ଟର ଦୁର୍ଘଟଣା ସ୍ଥଳର ନିକଟରେ ଥିବା ଏକ ବେଆଇନ୍ ଇଟା ଭାଟିରୁ ଇଟା ପରିବହନ କରୁଥିଲା ବୋଲି ସ୍ଥାନୀୟ ଅଂଚଳବାସୀଙ୍କ ଅଭିଯୋଗ ପରେ ପ୍ରଶାସନ ଏହାକୁ ଗୁରୁତ୍ୱ ଦେଇଛି। ଜିଲାପାଳଙ୍କ ନିର୍ଦ୍ଦେଶରେ ଜିଲାରେ ବେଆଇନ୍ ମାଟି, ବାଲି ଓ ଇଟାଭାଟି ଗୁଡିକୁ ହଟାଇବା ପାଇଁ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି। ଜିଲାପାଳଙ୍କ ନିର୍ଦ୍ଦେଶରେ ଆଜି ଅତିରିକ୍ତ ଜିଲାପାଳ ଶାନ୍ତନୁ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉପଜିଲାପାଳ ସୌରଭ ଚକ୍ରବର୍ତୀ, ସିଟି ଡିଏସ୍‌ପି ସମ୍ବିତ ମାଝୀ, ତହସିଲଦାର ସଂଗ୍ରାମ ପ୍ରିୟଦର୍ଶୀ ଖୁଂଟିଆ, ଡେପୁଟି ଡାଇରେକ୍ଟର (ମାଇନସ୍‌) ସନ୍ତୋଷ କୁମାର ଦଳାଇ, ଆରଟିଓ ରାମନିବାସ ସିର୍କା ପ୍ରମୁଖ ଯୋଗ ଦେଇଥିଲେ। ବିଶେଷକରି ଜିଲାର ଯେଉଁ ଅଂଚଳରେ ବେଆଇନ୍ ବାଲି ମାଟି ଉଠାଣ ଓ ଇଟାଭାଟି ନିର୍ମାଣ କରାଚାଲିଛି, ଏସବୁ ପ୍ରତି ତୀକ୍ଷ୍ଣ ନଜର ରଖି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅତିରିକ୍ତ ଜିଲାପାଳ ଶ୍ରୀ ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟାନୁଷ୍ଠାନ ଗ୍ରହଣ ପରେ ତହସିଲଦାର, ଆଇଆଇସି ଓ ମାଇନ୍ସ ଅଧିକାରୀ ଜବତ ଗାଡି ଓ ଏହି ବେଆଇନ୍ କାରବାରରେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ସବିଶେଷ ରିପୋର୍ଟ ଜିଲା ପ୍ରଶାସନକୁ ପ୍ରଦାନ କରିବା ସହ ବେଆଇନ୍ ଇଟାଭାଟି ଗୁଡିକୁ ନଷ୍ଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାବ୍ୟତୀତ ଇଟାଭାଟି ନଷ୍ଟ କରିବାରେ ଜିଲା ପ୍ରଶାସନ ଅଗ୍ନିଶମ ବିଭାଗର ସହାୟତା ମଧ୍ୟ ଲୋଡିଛି। ଦିନ ଦ୍ୱିପ୍ରହରେ ହେଉଛି ମାଟି ଚୋରି। ଭଦ୍ରକ ତହସିଲ ଅଧୀନ ରାଣୀତାଲର ବାଇସାହି ସ୍ଥିତ ରେଲୱେ ଲାଇନ କଡ଼ରେ ବେଧଡକ ଚାଲିଛି ମାଟି ଚୋରି। ଏକର ଏକର ଜମି ରୁ ଦଶ ବାର ଫୁଟ ଗଭୀର କରି ପ୍ରତିଦିନ ଶହ ଶହ ଟ୍ରିପ ମାଟି ଚୋରିହୋଇ ହାଇୱା ମାଧ୍ୟମରେ ବାହାର ଜିଲ୍ଲାକୁ ଚାଲାଣ ହେଉଛି । ମାଟି ମାଫିଆ ମାନେ ରାଲୱେ କାମର ଆଳ ଦେଖାଇ ସ୍ଥାନୀୟ ଲୋକଙ୍କୁ ମଧ୍ୟ୍ୟ ଭୁଆଁ ବୁଲାଉଥିବା ଅଭିଯୋଗ ହେଉଛି । ଗତକାଲି ସଂନ୍ଧ୍ୟା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଖଣି ଅଧିକାରୀ ସ୍ଥାନୀୟ ପୋଲିସ ସହାୟତାରେ ରାଣୀତାଲ ବାଇସାହି ନିକଟରେ ଚଢ଼ାଉ କରିଥିଲେ। ପୋଲିସ ଓ ଖଣି ଅଧିକାରିଙ୍କୁ ଦେଖି ପୋକଲିନ ମେସିନ ଓ ସମସ୍ତ ଜିନିଷ ପତ୍ର ଛାଡି ଘଟଣା ସ୍ଥଳରୁ ଉଭାନ ହୋଇଯାଇଥିଲେ। ମାଫିଆ ଓ ଡ୍ରାଇଭର ଏହି ଘଟଣା ପରେ ଖଣି ଅଧିକାରି ପୋଲିସ ସହାୟତାରେ ଏକ ପୋକଲିନ ମେସିନ ସିଜ କରି ପୋଲିସର ଜିମା ଦେଇଥିବା ଯାହାଜଣା ପଡିଛି । ଆହୁରି ମଧ୍ୟ୍ୟ ବେଧଡକ ମାଟି ଚୋରା ଚାଲାଣ ଦିନକୁ ଦିନ ଭଦ୍ରକ ଜିଲ୍ଲାରେ ବଢ଼ି ଚାଲିଥିବା ବେଳେ ଏହି ଟଙ୍କାରେ ନାନାଦି ଅନୈତିକ କାର୍ଯ୍ୟରେ ଲିପ୍ତ ରହି ମାଫିଆ ମାନେ କ୍ରାଇମ ମଧ୍ୟ୍ୟ କରୁଥିବା ଅଭିଯୋଗ ହେଉଛି। ତେବେ ଏହି ମାଫିଆ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଆଇନଜୀବୀମାନେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.