Home ଜିଲ୍ଲା ପରିକ୍ରମା ବେଆଇନ୍ ପାଚିକା ନିଯୁକ୍ତିକୁ ବାତିଲ୍ କରାଯାଉ

ବେଆଇନ୍ ପାଚିକା ନିଯୁକ୍ତିକୁ ବାତିଲ୍ କରାଯାଉ

5

ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବନ୍ତ ବ୍ଲକ ଗୋପିନାଥଜିୟୁ ଉଚ୍ଚ ବିଦ୍ୟାଳୟରେ ବେଆଇନ୍ ଭାବେ ପାଚିକା ନିଯୁକ୍ତିକୁ ବାତିଲ୍ ଦାବି କରାଯାଇଛି । ସମ୍ପୃକ୍ତ ପଂଚାୟତର ଗୋପିନାଥପୁର, ତୁଳିପଦା, ତାଜିପୁର ଗ୍ରାମର ଅଧିବାସୀ ମାନେ ବ୍ଲକ ଶିକ୍ଷାଧିକାରୀ ଙ୍କୁ କରିଥିବା ଅଭିଯୋଗରୁ ଜଣାଯାଏ ଗୋପିନାଥଜିୟୁ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ବେଆଇନ୍ ଭାବେ ଜନୈକ ମହିଳାଙ୍କୁ ନିଯୁକ୍ତି ଦେଇଛନ୍ତି । ପ୍ରଧାନ ଶିକ୍ଷକ,ସ୍କୁଲ୍ ପରିଚାଳନା କମିଟି ଓ ବନ୍ତ ଶିକ୍ଷାଧିକାରୀଙ୍କ ପ୍ରତିନିଧି ଚଂଚକତା ପୂର୍ବକ ଆବେଦନ କରିଥିବା ଆଦିବାସୀ, ହରିଜନ, ବିଧବା ମହିଳାଙ୍କୁ ଅଗ୍ରାଧିକାର ନଦେଇ ପୂର୍ଣ୍ଣିମା ସାହୁ ନାମକ ଜନୈକ ମହିଳାଙ୍କୁ ଚୟନ କରାଯାଇଛି ଯାହା ବେଆଇନ୍ ଅଟେ । ଏହି ବେଆଇନ୍ ନିଯୁକ୍ତିକୁ ବାତିଲ୍ କରିବା ସଙ୍ଗେ ସଙ୍ଗେ ଜନୈକ ବିଧବା ମହିଳାଙ୍କୁ ଅଗ୍ରାଧିକାର ଭିତିରେ ନିଯୁକ୍ତି ଦେବାକୁ ୱାର୍ଡ ସଭ୍ୟ କାର୍ତିକ ସେଠୀ, ହରପ୍ରିୟା ପଣ୍ଡା, ସମାଜସେବୀ ବିଷ୍ଣୁ ପ୍ରସାଦ ପଣ୍ଡା, ମଦନମୋହ ଦାଶ, ଜଗନ୍ନାଥ ପାଣିଗ୍ରାହୀ, ନିରୂପମା ସାହୁ, ରାଧାରାଣୀ ବେହେରା, ଭରତ ସେଠୀ, ରବିନ୍ଦ୍ର ପାଣିଗ୍ରାହୀ, ରୂପକ କୁମାର ଦାସ, ପଂଚାନନ ସେଠୀ, ଲବଙ୍ଗ ଲତା ସାହୁ, ମିନତୀ ବେହେରା, କବିତା ବେହେରା, ସୁକାନ୍ତି ବେହେରା ପ୍ରମୁଖ ଦୃଢ ଦାବି କରିଛନ୍ତି । ଉପରୋକ୍ତ ଘଟଣାର ପୁର୍ନବିଚାର କରି ବେଆଇନ୍ ପାଚିକା ନିଯୁକ୍ତିକୁ ବାତିଲ୍ କରିବା ସଙ୍ଗେ ସଙ୍ଗେ ପ୍ରକୃତ ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ଅସହାୟ ମହିଳାଙ୍କୁ ନିଯୁକ୍ତି ଦେବାକୁ ଦାବି ହେଉଛି । ଏନେଇ ପ୍ରଧାନଶିକ୍ଷକ ପ୍ରଫୁଲ୍ଲ ନନ୍ଦ କହନ୍ତି,ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ୭ ଜଣ ଆବେଦନ କରିଥିଲେ ସେଥିମଧ୍ୟରୁ ପୂର୍ଣ୍ଣିମା ସାହୁ ନାମକ ଜନୈକ ବିଧବା ମହିଳାଙ୍କୁ ଚୟନ କରାଯାଇଛି । ଏଥିରେ କୌଣସି ତ୍ରୁଟି ବିଚ୍ୟୁତି ହୋଇ ନାହିଁଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.