Home ଜିଲ୍ଲା ପରିକ୍ରମା ବେଆଇନ୍ ଜବତ ବାଣ ନିଷ୍କ୍ରିୟକୁ ନେଇ ପୁଲିସ୍‌କୁ ଘେରିଲେ ଗ୍ରାମବାସୀ, ପ୍ରଚଣ୍ଡ ଶବ୍ଦରେ ଦୁଲୁକିଲା ସ୍ଥାନୀୟ...

ବେଆଇନ୍ ଜବତ ବାଣ ନିଷ୍କ୍ରିୟକୁ ନେଇ ପୁଲିସ୍‌କୁ ଘେରିଲେ ଗ୍ରାମବାସୀ, ପ୍ରଚଣ୍ଡ ଶବ୍ଦରେ ଦୁଲୁକିଲା ସ୍ଥାନୀୟ ଅଂଚଳ

13

ଭଦ୍ରକ, ୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ହଠାତ୍ କୌଣସି ସୂଚନା ନଥାଇ ଭଦ୍ରକ ଗ୍ରାମାଂଚଳ ଥାନା ଅଧୀନସ୍ଥ କଲେଇ ଗ୍ରାମପଂଚାୟତ ପ୍ରଚଣ୍ଡ ଶବ୍ଦରେ ଥରି ଉଠିଥିଲା। ସନ୍ଧ୍ୟା ପ୍ରାୟ ୫ଟା ସମୟରେ କଲେଇ ଗ୍ରାମର କପାଳି ନଦୀକୂଳରେ ଥରେ ନୁହେଁ ଦୁଇଥର ପ୍ରଚଣ୍ଡ ଶବ୍ଦ ଶୁଣାଯାଇଥିଲା। ଯାହାର ପ୍ରଭାବରେ ସ୍ଥାନୀୟ ଟାଙ୍କୁଣୀ ବଳଭଦ୍ରପୁର, କଂଟାପଡା ଭଳି ପ୍ରାୟ ୧୦ଟି ଗ୍ରାମରେ ଭୂକମ୍ପ ପରି ଘରଗୁଡିକ ଦୁଲୁକିବା ସହ ଝରକା କାଚ ଓ ସ୍କାଏ ଲାଇଟ୍ ଭାଙ୍ଗିଯାଇଥିଲା। ଏପରିକି କିଛି ଲୋକ ମଧ୍ୟ ଚେତାଶୂନ୍ୟ ହୋଇପଡିଥିଲେ। ଏ ସଂପର୍କରେ ମିଳିଥିବା ତଥ୍ୟ ଅନୁସାରେ ପୁରୁଣାବଜାର ଥାନା ପୁଲିସ୍ ବିଭିନ୍ନ ଅଂଚଳରୁ ଜବତ କରିଥିବା ବେଆଇନ୍ ବାଣ ଗୁଡିକୁ ନିଷ୍କ୍ରିୟ କରିବା ପାଇଁ କଲେଇସ୍ଥିତ କପାଳୀ ନଦୀକୂଳକୁ ଆଣିଥିଲେ। ସେଠାରେ ୨ଟି ଗାତ ଖୋଳି ବାଣ ଗୁଡିକୁ ସେଥିରେ ରଖି ନିଆଁ ଲଗାଇ ନିଷ୍କ୍ରିୟ କରିଥିଲେ। ଯାହାର ଶବ୍ଦ କୌଣସି ଲ୍ୟାଣ୍ଡ ମାଇନ୍ ବିସ୍ପୋରଣ ଠାରୁ କମ୍ ନଥିଲା। ସବୁଠାରୁ ବଡକଥା ହେଉଛି ବିନା ସୂଚନା ତଥା ସଚେତନତାରେ ଜନବସତି ପାଖରେ ଏଭଳି ବମ୍ ନିଷ୍କ୍ରିୟ କରିବା କେତେଦୂର ଯଥାର୍ଥ। ଏ ସଂପର୍କରେ ପୁଲିସ୍ କୌଣସି ସନ୍ତୋଷ ଜନକ ଉତର ଦେଇନଥିଲେ। ତେବେ ସ୍ଥାନୀୟ ଗ୍ରାମବାସୀମାନଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇ ସେମାନେ ପୁଲିସ୍‌କୁ ଘେରାଓ କରିବାରୁ ଅତିରକ୍ତ ଏସ୍‌ପି ସମ୍ବିତ ମାଝୀ ଘଟଣାସ୍ଥଳରେ ପହଂଚି ପରିସ୍ଥିତିକୁ ଶାନ୍ତ କରିଥିଲେ ମଧ୍ୟ ସେ କୌଣସି ସନ୍ତୋଷ ଜନକ ଉତର ଦେଇପାରିନଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.