Home ଜିଲ୍ଲା ପରିକ୍ରମା ବୃକ୍ଷମାନବୀ ସତ୍ୟଭାମା ପାକଳଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ

ବୃକ୍ଷମାନବୀ ସତ୍ୟଭାମା ପାକଳଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ

26

ଭଦ୍ରକ, ୨୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଭଦ୍ରକ ବ୍ଲକ ବଣିଆଁ ଗ୍ରାମ ପଂଚାୟତ ଅନ୍ତର୍ଗତ ବଣିଆ ରାଜସ୍ୱଗ୍ରାମର ସମାଜସେବିକା ତଥା ବୃକ୍ଷ ମାନବୀ ସତ୍ୟଭାମା ପାକଳଙ୍କ ସ୍ମୃତି ଚାରଣ ସଭା ତାଙ୍କ ନିଜସ୍ୱ ଗ୍ରାମ ବଣିଆଁ ଠାରେ ବରିଷ୍ଠ ନାଗରିକ ରାମଚନ୍ଦ୍ର ପାକଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତି ଚାରଣ ସଭା ରେ ବିଜେଡି ରାଜ୍ୟ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଭଦ୍ରକ ପୌରଧ୍ୟକ୍ଷା ଗୁଲୁମୁକ୍କୀ ଦଲୱାଜି ହବିବ୍‌, ସିପିଆଇ(ଏମ) ର ବରିଷ୍ଠ ନେତା ଚନ୍ଦ୍ରଶେଖର ନାୟକ, ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଅନ୍ୟତମ ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ଗିରିଧାରୀ ନାଥ, ଭଦ୍ରକ ବ୍ଲକ ପୂର୍ବତନ ଉପସଭାପତି ପ୍ରଫୁଲ୍ଲ ନାୟକ, ବିଜେଡି ଯୁବ ନେତା ନାସିରୁଦ୍ଦିନ ଖାନ୍‌, ପ୍ରଫେସର ପାର୍ଥସାରଥି ଦାଶ, ଶିକ୍ଷକ ନେତା ଚିତ୍ରଭାନୁ ଦାଶ, ଯୁବ ଆଇନଜୀବୀ ବିନୋଦ ସାହୁ, ଯୁବ ଆଇନଜୀବୀ ଉଜ୍ୱଳ ଜେନା, ବଣିଆଁ ଗ୍ରାମ ପଂଚାୟତ ର ସରପଂଚ ଅଜୟ ସାମଲ, କଂଗ୍ରେସ ନେତା ନରୋତମ ରାଉତ, ଅନ୍ୟତମ କଂଗ୍ରେସ ନେତା କୈଳାସ ନାୟକ, ମହେଶ୍ୱର ପାକଳ, ବିଜେଡି ନେତା ଶଙ୍କର୍ଷଣ ପଣ୍ଡା ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ସ୍ମୃତି ଚାରଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.