Home Top News ବୁଲି ବାଇ ଆପ୍ : ଚତୁର୍ଥ ଅଭିଯୁକ୍ତ, ମାଷ୍ଟମାଇଣ୍ଡ ନୀରଜ ବିଷ୍ଣୋଈ, ୨୧ ବର୍ଷ –...

ବୁଲି ବାଇ ଆପ୍ : ଚତୁର୍ଥ ଅଭିଯୁକ୍ତ, ମାଷ୍ଟମାଇଣ୍ଡ ନୀରଜ ବିଷ୍ଣୋଈ, ୨୧ ବର୍ଷ – ଆସାମରୁ ଗିରଫ

40

ନୂଆ ଦିଲ୍ଲୀ ଜାନୁୟାରୀ ୬ (ଓଡ଼ିଆ ପୁଅ) ମୁସଲିମ ମହିଳାମାନଙ୍କୁ ଅନଲାଇନ୍ ‘ନିଲାମ’ ପାଇଁ ବ୍ୟବହୃତ ଆପ, ବୁଲି ବାଇ ମାମଲାରେ ମୁଖ୍ୟ ଷଡଯନ୍ତ୍ରକାରୀଙ୍କୁ ଆସାମରୁ ଗିରଫ କରାଯାଇଛି ବୋଲି ଆଜି ଦିଲ୍ଲୀ ପୋଲିସ କହିଛି।

ଦିଲ୍ଲୀ ପୋଲିସର ସ୍ପେଶାଲ ସେଲର ଆଇଏଫଏସଓ ଦଳ ଦ୍ୱାରା ଆସାମରୁ ଗିରଫ ହୋଇଥିବା ନୀରଜ ବିଷ୍ଣୋଈ, ଗିଥ୍ ହବରେ ବୁଲିବାଈ ଆପ୍‌ର ମୁଖ୍ୟ ଷଡଯନ୍ତ୍ରକାରୀ ତଥା ସୃଷ୍ଟିକର୍ତ୍ତା ତଥା ଆପର ମୁଖ୍ୟ ଟ୍ୱିଟର ଆକାଉଣ୍ଟଧାରୀ ବୋଲି କେପିଏସ୍ ମାଲହୋତ୍ରା, ପୋଲିସ୍ କମିଶନର, ଇଣ୍ଟେଲିଜେନ୍ସ ଫ୍ୟୁଜନ୍ ଏଣ୍ଡ ଷ୍ଟ୍ରାଟେଜିକ୍ ଅପରେସନ୍ସ (IFSO) ୟୁନିଟ୍ ଗଣମାଧ୍ୟମକୁ କହିଛି।

ପୋଲିସ ସୂତ୍ରରୁ ପ୍ରକାଶ ଯେ ୨୧ ବର୍ଷୀୟ ବିଷ୍ଣୋଈ ଭୋପାଳ ସ୍ଥିତ ଏକ ଅନୁଷ୍ଠାନର ଦ୍ୱିତୀୟ ବର୍ଷର ଇଞ୍ଜିନିୟରିଂ ଛାତ୍ର। ଆସାମର ଜୋରହାଟରେ ଥିବା ତାଙ୍କ ସହରରୁ ତାଙ୍କୁ ଗିରଫ କରାଯାଇ ଆଜି ଅପରାହ୍ନରେ ଦିଲ୍ଲୀ ଅଣାଯାଇଛି ବୋଲି ଜଣାପଡ଼ିଛି।

ଏହି ଘଟଣାରେ ଏହା ହେଉଛି ଚତୁର୍ଥ ଗିରଫ। ପୂର୍ବରୁ ତିନିଜଣଙ୍କୁ ମୁମ୍ବାଇ ପୋଲିସର ସାଇବର ସେଲ ଦ୍ୱାରା ଗିରଫ କରାଯାଇଥିଲା। ୨୧ ବର୍ଷୀୟ ଛାତ୍ର ମାୟଙ୍କ ରାୱତ, ୧୯ ବର୍ଷୀୟ ଶ୍ୱେତା ସିଂ ଏବଂ ଇଞ୍ଜିନିୟରିଂ ଛାତ୍ର ବିଶାଲ କୁମାର ଝାଙ୍କୁ ପୂର୍ବରୁ ଗିରଫ କରାଯାଇଛି। ଏହି ମାମଲାରେ ଶ୍ୱେତା ସିଂ ହେଉଛନ୍ତି ମାଷ୍ଟରମାଇଣ୍ଡ ବୋଲି ମୁମ୍ବାଇ ପୋଲିସ କହିଛି।

ସୂଚନାଯୋଗ୍ୟଯେ, ଜାନୁଆରୀ ୨ ରେ ଅନେକ ମୁସଲମାନ ମହିଳା ‘ନିଲାମ’ ପାଇଁ ତାଲିକାଭୁକ୍ତ ହୋଇଥିବାରୁ ଏହି ବିବାଦ ଉପୁଜିଥିଲା।

ଏହି ଘୃଣ୍ୟ ଆପ୍ ‘ସୁଲି ଡିଲ୍’ର ଏକ କ୍ଲୋନ୍ ପରି ଏହାକୁ ଦେଖାଯାଉଛି। ସୁଲି ଡିଲ୍ସ ମୁସଲମାନ ମହିଳାମାନଙ୍କ ପାଇଁ ବ୍ୟବହୃତ ଏକ ଅପମାନଜନକ ଶବ୍ଦ। ସୁଲି ଡିଲ୍ସକୁ ମଧ୍ୟ GitHub ରେ ହୋଷ୍ଟ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.