Home ଓଡ଼ିଶା ବୁର୍ଲା ଭିମସାର ଓ କଟକ ଏସ.ସି.ବି ନର୍ସିଂ କଲେଜରେ ୭୦ ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ...

ବୁର୍ଲା ଭିମସାର ଓ କଟକ ଏସ.ସି.ବି ନର୍ସିଂ କଲେଜରେ ୭୦ ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

103

ଭୁବନେଶ୍ୱର ୨୪-୬ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବିର୍ଲାସ୍ଥିତ ଭିମସାର ନର୍ସିଂ କଲେଜ ଓ କଟକସ୍ଥିତ ଏସ୍.ସି.ବି ନର୍ସିଂ କଲେଜ ପାଇଁ ୭୦ଟି ନୂତନ ପଦବୀ ସୃଷ୍ଟି ପାଇଁ ଅନୁମୋଦନ ଦେଇଛନ୍ତି।

ବୁର୍ଲାସ୍ଥିତ ଭିମସାର (VIMSAR) ସରକାରୀ ନର୍ସିଂ କଲେଜରେ ୨୪ଟି ଶିକ୍ଷକ ପଦବୀ ସୃଷ୍ଟି କରାଯାଇଥିବାବେଳେ ୭ଟି ସହାୟକ କର୍ମଚାରୀ (Ministerial staff) ପଦବୀ ସୃଷ୍ଟି କରାଯାଇଛି। ଏଥିରେ ଗୋଟିଏ ପ୍ରିନସିପାଲ ପଦବୀ ଗୋଟିଏ ଭାଇସ ପ୍ରିନ୍ସିପାଲ, ଗୋଟିଏ ପ୍ରଫେସର, ତିନୋଟି ଆସୋସିଏଟ ପ୍ରଫେସର, ଆଠଟି ଅଧ୍ୟାପକ ଓ ଦଶଟି ଟିଉଟର ପଦବୀ ସୃଷ୍ଟି କରାଯାଇଛି। ସେହିପରି କଟକସ୍ଥିତ ଏସ.ସି.ବି ନର୍ସିଂ କଲେଜରେ ୩୨ଟି ଶିକ୍ଷକ ପଦବୀ ସୃଷ୍ଟି କରାଯାଇଥିବାବେଳେ ୭ଟି ସହାୟକ କର୍ମଚାରୀ (Ministerial staff) ପଦବୀ ସୃଷ୍ଟି କରାଯାଇଛି। ଏଥିରେ ଗୋଟିଏ ପ୍ରିନସିପାଲ ପଦବୀ, ଗୋଟିଏ ଭାଇସ ପ୍ରିନସିପାଲ, ଗୋଟିଏ ପ୍ରଫେସର, ଚାରିଟି ଆସୋସିଏଟ ପ୍ରଫେସର, ଛଅଟି ଅଧ୍ୟାପକ ଓ ଉଣେଇଶିଟି ଟିଉଟର ପଦବୀ ସୃଷ୍ଟି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.