Home ଜିଲ୍ଲା ପରିକ୍ରମା ବୁଦ୍ଧିମତା ଯୁକ୍ତ ସାମାଜିକ ଗାଳ୍ପିକ ଥିଲେ ବ୍ୟାସକବି,“ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର”

ବୁଦ୍ଧିମତା ଯୁକ୍ତ ସାମାଜିକ ଗାଳ୍ପିକ ଥିଲେ ବ୍ୟାସକବି,“ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର”

3

ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆମ ମାତୃଭାଷା ପରିଷଦର “ମକର ସଂକ୍ରାନ୍ତି ଆସର” ସାମରାଇପୁରସ୍ଥିତ ଗୁରୁକୃପା ଭବନରେ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଆସରକୁ ବୟୋଜ୍ୟୋଷ୍ଠା ସମାଜସେବୀ ଶୁଭ୍ରକାନ୍ତି ଦାଶ ଉଦଘାଟନ କରିଥିଲେ। “ଓଡ଼ିଆ କ୍ଷୁଦ୍ରଶିଳ୍ପରେ ବ୍ୟାସକବି ଫକୀରମୋହନ” ଶୀର୍ଷକ ଆଲୋଚନା ଚକ୍ରରେ ମୁଖ୍ୟଅତିଥି ପୂର୍ବତନ ଅଧ୍ୟକ୍ଷ ଓ ସାହିତ୍ୟ ଆକାଡେମୀ ପୁରସ୍କୃତ ପବିତ୍ର ପାଣିଗ୍ରାହୀ, ମୁଖ୍ୟବକ୍ତା ଶିକ୍ଷାବିତ୍ ଗୟାଧର ପଣ୍ଡା, ସମ୍ମାନିତ ଅତିଥି ସମାଜସେବୀ ଶାନ୍ତନୁ କୁମାର ରାଉତ, ବିଶିଷ୍ଟ ଅତିଥି ଅଧ୍ୟକ୍ଷ ନୀହାର ରଞ୍ଜନ କର, ଅତିଥି ବିଶିଷ୍ଟ ଅଧିବକ୍ତା ପର୍ଶୁରାମ ଦ୍ୱିବେଦୀ, ଅଧ୍ୟାପିକା ଭାନୁମତୀ ମାଟିଆ, ବିପ୍ଳବୀ କବି ମୁକୁନ୍ଦ ଦେବ ନାୟକ, ରମେଶ ଚନ୍ଦ୍ର ଦାସ, ବାବୁଲାଲ ଦାସ, ପୂର୍ବତନ ସାହିତ୍ୟ ଆକାଡେମୀ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ବହଳୀ, ସଙ୍ଗୀତ ନାଟକ ଆକାଡେମୀ ପୁରସ୍କାର ପ୍ରାପ୍ତ ଗୌରାଙ୍ଗ ଚନ୍ଦ୍ର ବାରିକ ପ୍ରମୁଖ ଯୋଗଦେଇ କହିଥିଲେ ଯେ ବ୍ୟାସକବି ଫକୀରମୋହନ ଜଣେ ଦକ୍ଷ ବୁଦ୍ଧିମତ୍ତା ଯୁକ୍ତ ସାମାଜିକ କ୍ଷୁଦ୍ରଗାଳ୍ପିକ ଥିଲେ, ତାଙ୍କର ଶେଷ ଜୀବନ ଦାରିଦ୍ର‌୍ୟତା ମଧ୍ୟରେ କଟିଥିଲେ ମଧ୍ୟ ଜୀବନର ଶେଷ ପର୍ଯ୍ୟନ୍ତ ମାତୃଭାଷା ଓ ମାତୃଭୂମିର ଉତଥାନ୍ ପାଇଁ ତାଙ୍କର ଅଧ୍ୟବସାୟ ଜାରି ରଖିଥିଲେ ବୋଲି ମତବ୍ୟକ୍ତ କରିଥିଲେ। କବୟିତ୍ରୀ ଜାନକୀ ପାଢୀ ଓ ମନୋରମା ରାୟଙ୍କ ସଂଯୋଜନାରେ ଅନୁଷ୍ଠିତ ମକର ସଂକ୍ରାନ୍ତି କବିତା ଆସରରେ ଉମେଶ ଚନ୍ଦ୍ର ମହାପାତ୍ର, ଜଗନ୍ନାଥ ନାୟକ, ମାନସ ରଞ୍ଜନ ପଣ୍ଡା, ଉପେନ୍ଦ୍ର କୁମାର ବାରିକ, ଡା. ଚିତରଞ୍ଜନ ମହାପାତ୍ର, ମହେନ୍ଦ୍ର ଓଝା, ମାନସୀବାଳା ସୁତାର, ମୀନତି ବାରିକ, ମୋନାଲିସା ସାହୁ, ବିଜୟ କୁମାର ବହଳୀ, ଅମର କୁମାର ପାଣିଗ୍ରାହୀ, ଧିରେନ୍ଦ୍ର ନାୟକ, ଅଧିବକ୍ତା ମନୋରଞ୍ଜନ ଦାସ, ସେକ୍ ଅବଦୁଲ୍ ଦୟାନ, ମୁସ୍ତାକ୍ ଗୌହର, କୈଳାସ ଦାସ, ନିରଞ୍ଜନ ନାୟକ, ସୁରେଶ କୁମାର ସାହୁଙ୍କ ସମେତ ବହୁକବି ସ୍ୱରଚିତ କବିତା ପାଠ କରିଥିଲେ। ସମାଜସେବୀ ନାରାୟଣ ଚନ୍ଦ୍ର ପାଢୀ ସ୍ୱାଗତଭାଷଣ ଓ ଅତିଥି ପରିଚୟ କରିଥିବାବେଳେ ସମ୍ପାଦକ ଡାକ୍ତର ଅନିଲ କୁମାର ଦାଶ ସମ୍ପାଦକୀୟ ପାଠ, ସହସମ୍ପାଦିକା ମମତା ରାଣୀ ଦାଶମିଶ୍ର ଓ ବ୍ୟଙ୍ଗକବି ଗୋକୁଳା ନନ୍ଦ ରାଉତ ଓ ମଂଚ ପରିଚାଳନା ଶେଷରେ ପାର୍ଥସାରଥୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.