Home ଜିଲ୍ଲା ପରିକ୍ରମା ବୁଥ୍‌ସ୍ତରୀୟ ଏଜେଂଟ ନିଯୁକ୍ତି ନେଇ ଜିଲ୍ଲାସ୍ତରୀୟ ବୈଠକ, ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ପାଇଁ ବି.ଏଲ୍‌.ଏ....

ବୁଥ୍‌ସ୍ତରୀୟ ଏଜେଂଟ ନିଯୁକ୍ତି ନେଇ ଜିଲ୍ଲାସ୍ତରୀୟ ବୈଠକ, ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ପାଇଁ ବି.ଏଲ୍‌.ଏ. ନିଯୁକ୍ତି ଜରୁରୀ

15

ଭଦ୍ରକ, ୧୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ନିର୍ବାଚନ ଆୟୋଗଙ୍କ ମାର୍ଗଦର୍ଶିକା ଅନୁଯାୟୀ ପ୍ରତ୍ୟେକ ରାଜନୈତିକ ଦଳ ଦ୍ୱାରା ପ୍ରତି ବୁଥ୍‌ରେ ବୁଥ୍ ସ୍ତରୀୟ ଏଜେଂଟ ନିଯୁକ୍ତି ପ୍ରକିୟା ଆରମ୍ଭ କରାଯାଇଛି। ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏଥିପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ-ତଥା-ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ରାଜନୈତିକ ଦଳମାନଙ୍କ ସହିତ ସଦ୍‌ଭାବନା ସଭାଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏ.ଇ.ଆର୍‌.ଓ. ଭାବେ ଦୁଇ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି ଏବଂ ସରୋଜ କୁମାର ଦତ, ସି.ଡି.ଓ. ଶୁଭେନ୍ଦ୍ର କୁମାର ସାମଲ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଅତିରିକ୍ତ ଉପଜିଲ୍ଲାପାଳ ଶ୍ୟାମଳ ରାୟ ପ୍ରମୁଖ ଏହି ବୈଠକରେ ଯୋଗଦେଇଥିଲେ। ନିର୍ବାଚନରେ ସ୍ୱଚ୍ଛତା ପାଇଁ ନିର୍ଭୁଲ ଭୋଟର ତାଲିକାର ଭୂମିକା ବିଷୟରେ ଜିଲ୍ଲାପାଳ ଆଲୋକପାତ କରିଥିଲେ। ପ୍ରତି ବୁଥ୍‌ରେ ରାଜନୈତିକ ଦଳ ମାନଙ୍କ ଦ୍ୱାରା ବି.ଏଲ୍‌.ଏ. ନିଯୁକ୍ତି କରିବା ପ୍ରକ୍ରିୟା ନେଇ ଫର୍ମ ୧ ଓ ଫର୍ମ ୨ ବିଷୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମହାନ୍ତି ବୁଝାଇଥିଲେ। ଭୋଟର ତାଲିକାରେ ଯୋଗ, ବିୟୋଗ, ସଂଶୋଧନ, ସ୍ଥାନାନ୍ତର ଆଦି ପାଇଁ ବି.ଏଲ୍‌.ଏ. ମାନେ ବି.ଏଲ୍‌.ଓ. ମାନଙ୍କ ସହ ମିଶି କାର୍ଯ୍ୟ କରିବା ସମ୍ବନ୍ଧରେ ମଧ୍ୟରେ ରାଜନୈତିକ ଦଳର କର୍ମକର୍ତା ମାନଙ୍କୁ ବୁଝାଇ ଦିଆଯାଇଥିଲା। କାର୍ଯ୍ୟକ୍ରମର ସଂଯୋଜକ ଡେପୁଟୀ କଲେକ୍ଟର ସାଗରିକା ସାହୁ ନିର୍ଦ୍ଧାରିତ ଫର୍ମ ବୈଠକରେ ଉପସ୍ଥିତ ସମସ୍ତ ଦଳୀୟ କର୍ମକର୍ତା ମାନଙ୍କୁ ଯୋଗାଇ ଦେଇଥିଲେ। ନିର୍ବାଚନ କମିଶନ ଓ ଭାରତର ଏକକ ପରିଚୟ ପତ୍ର ପ୍ରାଧିକରଣ ଅଧିକାରୀଙ୍କ ମଧ୍ୟରେ ଅନୁଷ୍ଠିତ ଉଚ୍ଚ ସ୍ତରୀୟ ବୈଠକରେ ସହମତି କ୍ରମେ ଭୋଟର ପରିଚୟ ପତ୍ର ସହ ଆଧାର ନମ୍ବର ଲିଙ୍କ୍ କରାଯିବା କାର୍ଯ୍ୟକ୍ରମ ବିଷୟରେ ମଧ୍ୟ ବୈଠକରେ ସୂଚନା ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.