Home ଜିଲ୍ଲା ପରିକ୍ରମା ବୀର ଶହୀଦଙ୍କୁ ନମନ, ମାଟିକୁ ବନ୍ଦନ କାର୍ଯ୍ୟକ୍ରମ

ବୀର ଶହୀଦଙ୍କୁ ନମନ, ମାଟିକୁ ବନ୍ଦନ କାର୍ଯ୍ୟକ୍ରମ

10

ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ବୀର ସହିଦ ଓ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ଓ ମାଟିକୁ ବନ୍ଦନ କରିବା ଉଦ୍ଦେଶ୍ୟରେ ସମଗ୍ର ଦେଶରେ ‘ମୋ ମାଟି, ମୋ ଦେଶ’ ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ଭଦ୍ରକରେ ମା ଦାଣ୍ଡବାସୁଳି ମଣ୍ଡଳରେ ମାଙ୍କୁ ପୂଜାଅର୍ଚ୍ଚନା କରି, ମାଙ୍କ ମନ୍ଦିରର ପବିତ୍ର ମାଟି, ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତଃ ରାଧେଶ୍ୟାମ ମହାନ୍ତିଙ୍କ ବାସଭବନରୁ ଏବଂ ଗ୍ରାମବାସୀଙ୍କ ଘରୁ ‘ଅମୃତ କଳସ’ରେ ପବିତ୍ର ମାଟି ସଂଗ୍ରହ କରାଯାଇଛି । ଏହି ପବିତ୍ର ମାଟି ‘ଅମୃତ ବାଟିକା’ ନାମରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ସ୍ଥାପନା ହେବ । ‘ଆଜାଦୀ କା ଅମୃତ ମହୋତ୍ସବ’ ଅନ୍ତର୍ଗତ ଦେଶ ପାଇଁ ଜୀବନ ଦେଇଥିବା “ବୀର” ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଦେଶବ୍ୟାପୀ ‘ମେରୀ ମାଟି, ମେରୀ ଦେଶ୍‌’ ଅଭିଯାନ ଆରମ୍ଭ ହୋଇଛି । ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଏହି ସାମାଜିକ ଆନ୍ଦୋଳନରେ ଯୋଡି ହୋଇ ଏହି ଅଭିଯାନକୁ ସଫଳ କରିବେ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟା ମନସ୍ମିତା ଖୁଣ୍ଟିଆ କହିଛନ୍ତି ।

ବର୍ତ୍ତମାନର ଜ୍ଞାନ ଆଧାରିତ ଯୁଗରେ ଆମକୁ ଦେଶର ସୈନିକମାନେ ଯେଉଁଭଳି ଭାବରେ ସୁରକ୍ଷା ଦେଉଛନ୍ତି, ସେହିଭଳି ଭାବରେ ଜ୍ଞାନର ନୂଆ ପରମ୍ପରା ତିଆରି କରିବା ସହ ଦେଶକୁ ନୂଆ ଉଚ୍ଚତାକୁ ନେବା, ଏଭଳି ଆମେ ସଂକଳ୍ପ କରିବା ଦରକାର । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆମେ ସମସ୍ତେ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ପାଇଁ ନିଜର ଯୋଗଦାନ ରଖିବା । ଏହା ଦ୍ୱାରା ଯୁବପିଢିଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ ହେବ ଓ କର୍ତ୍ତବ୍ୟବୋଧ ବଢିବ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ଏକ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଜନସାଧାରଣଙ୍କୁ ଶପଥ ପାଠ କରାଇ ଶ୍ରୀମତୀ ଖୁଣ୍ଟିଆ କହିଥିଲେ କି, ୨୦୪୭ ସୁଦ୍ଧା ଭାରତକୁ ଏକ ଆତ୍ମନିର୍ଭର ତଥା ବିକଶିତ ରାଷ୍ଟ୍ରରେ ପରିଣତ କରିବାର ସ୍ୱପ୍ନକୁ ସାକାର କରିବା । ଦାସତ୍ୱର ମାନସିକତାକୁ ସମୂଳେ ନିପାତ କରିବା । ଦେଶର ସମୃଦ୍ଧ ସଂସ୍କୃତି ଓ ପରମ୍ପରାକୁ ନେଇ ଗର୍ବ କରିବା । ଭାରତର ଏକତା ଓ ଅଖଣ୍ଡତାକୁ ସୁଦୃଢ଼ କରିବା ଏବଂ ଦେଶର ସୁରକ୍ଷା ପାଇଁ ସମର୍ପିତ ବ୍ୟକ୍ତି ବିଶେଷଙ୍କୁ ସମ୍ମାନ କରିବା । ନାଗରିକ ଭାବେ ଦେଶ ପ୍ରତି ନିଜର କର୍ତ୍ତବ୍ୟକୁ ନିଷ୍ଠାର ସହ ପରିପାଳନ କରିବା ବୋଲି ଶପଥ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଜୟନ୍ତ ମହାପାତ୍ର, ଶଶି କୁମାର ସାହୁ, ଦିଲ୍ଲୀପ ସାହୁ, ସଂଗୀତା ମହାନ୍ତି, ଅମୁଲ୍ୟ ନାୟକ, ଚନ୍ଦନ ନାୟକ, ମଧୁସ୍ମିତା ଦାସ, କୈଳାସ ମହାନ୍ତି, ଭାଗିରଥି ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.